Salman And Siddique
ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେବେ କିଏ ଓ କାହିଁକି କଲେ ତାଙ୍କୁ ହତ୍ୟା। ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ, ସଲମାନ୍ ଖାନଙ୍କ ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଗଲା କି? ମୁମ୍ବାଇରେ ପୂର୍ବତନ ମନ୍ତ୍ରୀ ତଥା ବାହୁବଳୀ ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏମିତି କିଛି ପ୍ରଶ୍ନ ସାମ୍ନାକୁ ଆସିଛି।
ସଲମାନ ଖାନଙ୍କ ସବୁଠୁ ନିକଟତର ଥିଲେ ବବା ସିଦ୍ଦିକି। କେବଳ ସେତିକି ନୁହେଁ ସଲମାନଙ୍କ ପାରିବାରିକ ବନ୍ଧୁ ଭାବେ ବି ଜଣାଶୁଣା ଥିଲେ ସେ। ଏମିତିକି ସଲମାନ୍ ଆଉ ଶାହରୁଖଙ୍କ ମଧ୍ୟରେ ମତାନ୍ତର ଦୂରରେ ସବୁଠୁ ବଡ଼ ଭୂମିକା ବାବା ସିଦ୍ଦିକିଙ୍କ ଥିଲା।
ଯଦି ନଜର ପକାଇବା ତେବେ ଏବର୍ଷ ଜୁଲାଇ ମାସରେ ସଲମାନ୍ଙ୍କ ଘର ଉପରେ ଗୁଳି ମାଡ଼ ହେଇଥିଲା। ଏହି ଘଟଣାରେ ଓ ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଘଟଣା ବି ସାମ୍ନାକୁ ଆସିଥିଲା। ତେଣୁ ଏବେ ସନ୍ଦେହ କରାଯାଉଛି କି ସଲମାନ୍ ଖାନଙ୍କ ନିକଟତର ହୋଇଥିବା ଯୋଗୁ ବାବାଙ୍କୁ ହତ୍ୟା କରାଯାଇ ଥାଇପାରେ।
ସେପଟେ ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗର ହାତ ଥିବା ଖବର ସାମ୍ନାକୁ ଆସିଛି। ଗିରଫ ଦୁଇ ଅଭିଯୁକ୍ତ ଲରେନ୍ସ ଗ୍ୟାଙ୍ଗର ହୋଇଥିବା ଦାବି କରିଛନ୍ତି। ଏହାକୁ ନେଇ ଏବେ ସନ୍ଦେହ ଆହରି ଘନେଇବାରେ ଲାଗିଛି। ମୁମ୍ବାଇ ପୁଲିସ ଏବେ ଏ ଦିଗରେ ତଦନ୍ତ କରୁଛି। ସେପଟେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ନିଜର ଶୁଟିଂ କ୍ୟାନସଲ କରି ହସ୍ପିଟାଲରେ ପହଞ୍ଚିଥିଲେ ବଲିଉଡର ଭାଇଜାନ୍ ସଲମାନ ଖାନ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us