Advertisment

ସୁନାଚାଲାଣ ମାମଲାରେ ରଫାଦଫା ପାଇଁ ସ୍ୱପ୍ନାଙ୍କୁ ସରକାରଙ୍କ ୩୦ କୋଟି ଟଙ୍କା ଲାଞ୍ଚ !

ଫେସବୁକ୍ ଲାଇଭରେ ସ୍ୱପ୍ନା କହିଛନ୍ତି ଯେ, ସିପିଆଇ (ଏମ୍) ରାଜ୍ୟ ସଚିବ ଏମ.ଭି ଗୋବିନ୍ଦନ ମଧ୍ୟସ୍ତି ଭାବରେ ବିଜୟ ପିଲ୍ଲାଇ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନିକଟକୁ ପଠାଇଥିଲେ।

Swapna Suresh

Swapna Suresh

Advertisment

କେରଳ ସୁନା ବେଆଇନ ଚୋରା ଚାଲାଣ ମାମଲାର ଅନ୍ୟତମ ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗୁରୁବାର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମାମଲା ସମାଧାନ ତଥା ରାଜ୍ୟର ସିପିଆଇ (ଏମ୍) ତାଙ୍କୁ ମଧ୍ୟସ୍ଥି ମାଧ୍ୟମରେ ୩୦ କୋଟି ଟଙ୍କା ଲାଞ୍ଚ ଯାଚିଛି । ଆଉ ରାଜ୍ୟ ଛାଡ଼ି ଚାଲିଯିବାକୁ କହିଛନ୍ତି। ଫେସବୁକ୍ ଲାଇଭରେ ସ୍ୱପ୍ନା ଆସି କହିଛନ୍ତି ଯେ, ସିପିଆଇ (ଏମ୍) ରାଜ୍ୟ ସଚିବ ଏମ.ଭି ଗୋବିନ୍ଦନ ମଧ୍ୟସ୍ତି ଭାବରେ ବିଜୟ ପିଲ୍ଲାଇ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। ଆଉ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ତାଙ୍କ ପରିବାର ବିରୋଧରେ ସମସ୍ତ ପ୍ରମାଣ ହସ୍ତାନ୍ତର କରିବାକୁ କହିଥିଲେ।

Advertisment

ଏଥିସହ ସହେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବା ବନ୍ଦ କରିବାରକୁ କହିଥିଲେ। ସେମାନେ ମୋତେ ଜୟପୁର କିମ୍ବା ହରିୟାଣା ଚାଲିଯିବାକୁ କହିଥିଲେ। ସେଠାରେ ରହିବା ପାଇଁ ଫ୍ଲାଟ ସମେତ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଅଫର ଦିଆଯାଇଥିଲା। ଏପରିକି ଫେକ ପାସପୋର୍ଟ ବ୍ୟବସ୍ଥା ହୋଇଗଲେ ତାଙ୍କୁ ଦେଶ ଛାଡ଼ିବାକୁ କହିଥିଲେ ବୋଲି ସ୍ୱପ୍ନା କହିଛନ୍ତି। ବିଜୟ ପିଲ୍ଲାଇ ତାଙ୍କୁ ବେଙ୍ଗାଲୁରୁରେ ଏକ ହୋଟେଲରେ ଭେଟିଥିଲେ। ବେଆଇନ ସୁନା କାରବାର ମାମଲାର ଶେଷ ସମାଧାନ ପାଇଁ ସେ ଆସିଥିବା କହିଥିଲେ। ସ୍ୱପ୍ନା କହିଥିଲେ କେରଳ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପରିବାର ବିରୋଧରେ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ତାଙ୍କ ରାଜନୈତିକ କ୍ୟାରିଅରକୁ ମୁଁ ନଷ୍ଟ କରିବାକୁ ଚାହୁଁ ନାହିଁ। ମୋତେ ନିଷ୍ପତ୍ତି ନେବାକୁ ଦୁଇ ଦିନ ସମୟ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଓକିଲଙ୍କ ସହ ଯୋଗାଯୋଗ କରିଛନ୍ତି।

ପୂର୍ବରୁ ସ୍ୱପ୍ନାଙ୍କ ସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଏକ ଫଟୋ ଭାଇରାଲ ହୋଇଥିଲା | ତେବେ ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ସ୍ୱପ୍ନା ସୁରେଶ ୟୁଏଇର ଆବୁଧାବିରେ ଜନ୍ମଗ୍ରହଣ କରିଥିଲେ। ସେ ଆବୁଧାବିରେ ପଢିଥିଲେ ଏବଂ ପରେ ବିମାନବନ୍ଦରରେ ଚାକିରି ପାଇଥିଲେ। ସ୍ୱପ୍ନା ବିବାହ ମଧ୍ୟ କରିଥିଲେ କିନ୍ତୁ ଶୀଘ୍ର ଛାଡପତ୍ର ହୋଇଯାଇଥିଲା | ଏହା ପରେ ସ୍ୱପ୍ନା କେରଳର ତିରୁବନନ୍ତପୁରମକୁ ଚାଲିଆସିଥିଲେ ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe