Swati Maliwal
ମୁଁ ଯେତେବେଳେ ଛୋଟ ଥିଲି ମୋ ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ। ସେ ସବୁ ବେଳେ ମୋତେ ପିଟୁଥିଲେ। ମୋବାପା ଯେତେବେଳେ ଘରକୁ ଆସନ୍ତି ମୁଁ ଖୁବ ଭୟଭୀତ ହୋଇପଡ଼େ। ଏହା କହିଛନ୍ତି ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ। ସେ ଆହୁରି କହିଛନ୍ତି ଯେ, ମୋ ବାପା ଯେତେବେଳେ ଘରକୁ ଆସନ୍ତି ମୁଁ ବେଡ୍ ତଳେ ଲୁଚି ଯାଏ। ମୋ ବାପା ମୋତେ ସବୁ ବେଳେ ପିଟନ୍ତି। ୩ଦିନ ପୂର୍ବେ ବିଜେପି ନେତ୍ରୀ ଖୁସବୋ ସୁନ୍ଦର ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଦିଲ୍ଲୀ ମହିଳା କମିଶନର ସ୍ୱାତୀ ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ପୂର୍ବରୁ ଖୁସବୋ କହିଥିଲେ ଯେ, ମୋ ସହିତ ଯାହ ଘଟିଛି ମୁଁ ତାକୁ ପ୍ରକାଶ କରିବାକୁ ଦ୍ୱିଧା ପ୍ରକାଶ କରେ ନାହିଁ। ଖୁସବୋ କହିଛନ୍ତି ଯେ, ମୋତେ ଯେତେବେଳେ ୮ ବର୍ଷ ହୋଇଥିଲା ମୁଁ ମୋ ବାପାଙ୍କ ଠାରୁ ଯୌନ ନିତନନାର ଶୀକାର ହୋଇଛି। ସେ କହିଛନ୍ତି ଯେ, ମୁଁ କୌଣସି ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ନାହିଁ। ମୁଁ ଭାବୁଛି ମୋତେ ଲାଗୁଛି ଯେ ଦୋଷୀ ଏଥିପାଇଁ ଲଜ୍ଜିତ ହେବା ଉଚିତ।
ସେ କହିଛନ୍ତି ଯେ, ମହିଳାମାନେ ସେମାନଙ୍କ ସହ କ’ଣ ହେଉଛି ସେ ବିଷୟରେ ଆଲୋଚନା କରନ୍ତୁ। ମୁଁ ଭାବୁଛି ମୋତେ ଏହି ବାର୍ତ୍ତା ଦେବା ଆବଶ୍ୟକ ଯେ ତୁମେ ଶକ୍ତିଶାଳୀ ହେବା ଉଚିତ ଏବଂ ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କ୍ଷେତ୍ରରେ ନିଜ ମନରେ ହୀନମନ୍ୟତା ଆଣିବାକୁ ଦିଅନ୍ତୁ ନାହିଁ। ମୁଁ ଭାବୁଛି ମହିଳାମାନେ ଏ ବିଷୟରେ କହିବା ଆବଶ୍ୟକ ଏବଂ ସେମାନେ ଜଣାନ୍ତୁ ଯେ ଏହା ମୋ ସହିତ ଘଟିଛି ଏବଂ ଯାହା ହେଉନା କାହିଁକି ମୁଁ ମୋର ଯାତ୍ରା ଜାରି ରଖିବି।
ନିକଟରେ ଜୟପୁରରେ ମୋଜୋ ଷ୍ଟୋରୀ ଦ୍ୱାରା ଆୟୋଜିତ ଉଇ ଦ ଓମେନ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଯେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ପିତାଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଏହା ପରେ ତାଙ୍କ ପିତା ପରିବାରକୁ ବେସାହାରା କରି ଛାଡିଥିଲେ। ସେ କହିଥିଲେ, ସବୁଠାରୁ କଷ୍ଟକର ବିଷୟ ଯାହା ମୋତେ ଦୀର୍ଘ ଦିନ ଧରି ବ୍ୟଥିତ କରିଛି, ଯାହା ମୁଁ ଭୁଲି ପାରିବି ନାହିଁ, କ୍ଷମା କରିବି ନାହିଁ। କିନ୍ତୁ ଏହାକୁ ପଛରେ ଛାଡି ଆଗକୁ ବଢ଼ିବି। ମୋ ପିଲାଦିନରେ ମୋ ପିତାଙ୍କ ଦ୍ୱାରା ହୋଇଥିବା ଯୌନ ଶୋଷଣ ମତେ ମାନସିକସ୍ତରରେ ଆଘାତ ଦେଇଛି। ଯେତେବେଳେ ଏକ ଶିଶୁ ଯୌନ ଶୋଷଣର ଶିକାର ହୁଏ, ଏହା ତାଙ୍କୁ ସାରା ଜୀବନ କଷ୍ଟ ଦେଇଥାଏ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678537251.jpg)