Advertisment

ସୁପ୍ରିମକୋର୍ଟରେ ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନ ମାମଲା: ସମୟର ଅଯଥା ଅପଚୟ ବୋଲି କହିଲେ ଆଇନମନ୍ତ୍ରୀ

ସୋଶାଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ ଓ ଟ୍ୱିଟରରେ ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ କରାଯାଇଥିବାରୁ ସାମ୍ବାଦିକ ଏନ ରାମ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ସାଂସଦ ମହୁଆ ମୌତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Kiren Rijiju

Kiren Rijiju

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ନାଁ ଧରୁନି। ବିବିସି ଡକ୍ୟୁମେଣ୍ଟାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବିକୁ ମଳିନ କରୁଛି ବୋଲି ଦାବି କରି କେନ୍ଦ୍ର ସରକାର ଏହା ଉପରେ ବ୍ୟାନ ଲଗାଇ ଦେଇଛନ୍ତି। ହେଲେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି।

Advertisment

ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବେ। ହେଲେ ଏପରି ଆବେଦନକୁ ସମୟର ଅଯଥା ଅପଚୟ ବୋଲି କହି ପୂରା ମାମଲାକୁ ଅତ୍ୟନ୍ତ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ। ସୋଶାଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ ଓ ଟ୍ୱିଟରରେ ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ କରାଯାଇଥିବାରୁ ସାମ୍ବାଦିକ ଏନ ରାମ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ସାଂସଦ ମହୁଆ ମୌତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କେନ୍ଦ୍ରର ବ୍ୟାନ ବିରୋଧରେ ସେମାନେ ଆବେଦନ କରିଛନ୍ତି। ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ। ତେବେ ଏସବୁ ଭିତରେ ଆଇନ ମନ୍ତ୍ରୀ ରିଜିଜୁ କହିଛନ୍ତି, “ଏପରି ଭାବେ ହିଁ ସୁପ୍ରିମକୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ ହୋଇଥାଏ। ସାଧାରଣ ଲୋକ ନ୍ୟାୟ ପାଇଁ ଅପେକ୍ଷା ଓ ତାରିଖ ମାଗୁଥିବା ବେଳେ ଏପରି ଅଯଥା କଥା ସାମ୍ନାକୁ ଆସୁଛି।”

Advertisment

ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀରେ ୨୦୦୨ ଦଙ୍ଗା ବେଳେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ଗୁଜରାଟ ସରକାର କେମିତି ଆଭିମୁଖ୍ୟ ରଖିଥିଲେ, ତା’ର ଚିତ୍ର ମଧ୍ୟ ଡକ୍ୟୁମେଣ୍ଟାରୀରେ ସ୍ଥାନ ଦିଆଯାଇଛି। ତେବେ ଏହା ଏକ ଅପ୍ରଚାରର ଭିଡିଓ ବୋଲି କହି କେନ୍ଦ୍ର ସରକାର ଏହାକୁ ୟୁଟ୍ୟୁବରେ ବ୍ୟାନ କରିଛନ୍ତି।

Narendra Modi Supreme Court BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe