Advertisment

ବିବାହ ପାଇଁ କେମିତିକା ଝିଅ ଖୋଜୁଛନ୍ତି ରାହୁଲ ଗାନ୍ଧି, ନିଜେ ଖୋଲିଲେ ଗୁମର

୫୨ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ଦେଶରେ ସବୁଠାରୁ ଯୋଗ୍ୟ ବ୍ୟାଚଲର ବୋଲି ବିବେଚନା କରାଯାଉଛି।

undefined

Rahul Gandhi

Advertisment

ନୂଆଦିଲ୍ଲୀ: ନିଜ ବିବାହକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି। ଉପଯୁକ୍ତ ପାତ୍ରୀ ମିଳିଲେ ସେ ବିବାହ କରିବେ ବୋଲି କହିଛନ୍ତି। ସୋଶାଲ ମିଡିଆରେ ସେୟାର କରାଯାଇଥିବା ଏକ ଇଣ୍ଟରଭ୍ୟୁରେ ରାହୁଲ ଏକଥା କହିଛନ୍ତି। ୫୨ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ଦେଶରେ ସବୁଠାରୁ ଯୋଗ୍ୟ ବ୍ୟାଚଲର ବୋଲି ବିବେଚନା କରାଯାଉଛି। କରଲି ଟେଲସ୍‌କୁ ଦେଇଥିବା ଏକ ଇଣ୍ଟରଭ୍ୟରେ ରାହୁଲ ନିଜ ବିବାହ ଯୋଜନ ବିଷୟରେ ଖୁଲାସା କରିଛନ୍ତି। ସାକ୍ଷାତକାର ନେଉଥିବା ବ୍ୟକ୍ତି ପଚାରୁଛନ୍ତି ଯେ, ଆପଣ ନିକଟ ଅତୀତରେ ବିବାହ ପାଇଁ ଯୋଜନା କରୁଛନ୍ତି କି ? ନିମନ୍ତ୍ରଣ କାର୍ଡ଼ ପ୍ରସ୍ତୁତ ହେଲାଣି କି ନାହିଁ ? ଏହାର ଉତ୍ତରରେ ରାହୁଲ ଗାନ୍ଧି କହୁଛନ୍ତି ଯେତେବେଳେ ଯୋଗ୍ୟ କନ୍ୟା ମିଳିବେ ସେ ବିବାହ ପାଇଁ ପ୍ରସ୍ତୁତ।

Advertisment

ଏଥିପାଇଁ ସେ କନ୍ୟା ପାତ୍ର ଖୋଜିବା ଆରମ୍ଭ କଲେଣିକି, ଉପଯୁକ୍ତ ପାତ୍ରୀ ନେଇ ସେମିତି କିଛି ତାଲିକା ପ୍ରସ୍ତୁତ କରିଛନ୍ତି ବୋଲି ପ୍ରଶ୍ନ ହୋଇଥିଲା। ଏହାର ଉତ୍ତରରେ ରାହୁଲ ଗାନ୍ଧି ନା କହିବା ସହ ତାଙ୍କ ନଜରରେ ପାର୍ଟନର ଜଣେ ପ୍ରେମମୟୀ ଓ ବୁଦ୍ଧିମତୀ ହୋଇଥିବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ତାଙ୍କୁ କେହି ଯୁବତୀ ଏଥିପାଇଁ ମେସେଜ୍‌ କରନ୍ତିକି ବୋଲି ପ୍ରଶ୍ନ ହେବାରୁ ରାହୁଲ ଗାନ୍ଧି ଲାଜକୁଳା ହସ ହସିଥିଲେ। ଆଉ କହିଥିଲେ ଆପଣ ମୋତେ ବିଷମ ପରିସ୍ଥିତିରେ ପକାଇ ଦେଉଛନ୍ତି।

ଏହା ପୂର୍ବରୁ ନିଜେ ରାହୁଲ ଗାନ୍ଧି ଆଉ ଏକ ଇଣ୍ଟରଭ୍ୟୁରେ ନିଜ ବିବାହ ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ସେ ବିବାହ ପାଇଁ ଏପରି ଏକ ଝିଅ ଚାହୁଁଛନ୍ତି, ଯିଏକି ତାଙ୍କ ଜେଜେମା ଇନ୍ଦିରା ଗାନ୍ଧି ଏବଂ ମା ସୋନିଆ ଗାନ୍ଧୀଙ୍କ ଗୁଣ ରଖିଥିବେ। ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧିଙ୍କୁ ତାଙ୍କ ଜେଜେମା’ଙ୍କ ସହ ସମ୍ପର୍କ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ ମୋ ଜୀବନର ପ୍ରଥମ ଭଲପାଇବା ଥିଲେ। ସେ ତାଙ୍କର ଦ୍ୱିତୀୟ ମା’ ଥିଲେ।

Advertisment

ଯେତେବେଳେ ସେ ଇନ୍ଦିରା ଗାନ୍ଧିଙ୍କ ଗୁଣ ଥିବା ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି କି ବୋଲି ପଚରାଯିବାରୁ ସେ କହିଥିଲେ, “ଏହା ଏକ ମଜାଦାର ପ୍ରଶ୍ନ। ମୁଁ ଏକ ଝିଅକୁ ଚାହେଁ, ଯାହାଙ୍କ ନିକଟରେ ଜେଜେମା ଏବଂ ମା ଙ୍କର ଗୁଣ ମିଳିତ ଭାବେ ଥିବ।” ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ କେହି ତାଙ୍କୁ ‘ପପୁ’ ବୋଲି ଡାକନ୍ତି ସେତେବେଳେ ସେ ନିଜକୁ ଖରାପ ଅନୁଭବ କରନ୍ତି ନାହିଁ କାରଣ ଏହା ପ୍ରଚାରର ଏକ ଅଂଶ ଏବଂ ଯେଉଁମାନେ ଏହିପରି କଥା ହୁଅନ୍ତି ସେମାନେ ନିଜେ ଅସୁବିଧାରେ ପଡ଼ନ୍ତି।

Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe