Advertisment

ନୀତୀଶ କହିଲେ- ମୁଁ ଆଉ ଏପଟ ସେପଟ ହେବିନି

ନୀତୀଶଙ୍କ ଏହି କଥା ଶୁଣି ଷ୍ଟେଜ୍‌ ଉପରେ ହସି ଦେଇଛନ୍ତି ମୋଦି।

Nitish Kumar and PM Modi

Nitish Kumar and PM Modi

Advertisment

'ମୁଁ ଆଉ ପଲଟିବିନି। ମୁଁ ଆଉ ଏପଟ ସେପଟ ହେବିନି। ଆପଣଙ୍କ ସାଥୀରେ ରହିବି। ବିହାର ପାଇଁ କାମ କରିବି।' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତେବେ ନୀତୀଶଙ୍କ ଏହି କଥା ଶୁଣି ହସି ଦେଇଛନ୍ତି ମୋଦି।

Advertisment

ବିହାର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଔରଙ୍ଗାବାନରେ ମୋଦି ଅନେକ ପ୍ରକଳ୍ପର ଉଦ୍‌ଘାଟ କରିଛନ୍ତି। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ଏହି ସମୟରେ ଜନସଭାରେ ମୋଦିଙ୍କ ଆଗରେ ଏକ ଶପଥ ନେଇଛନ୍ତି।

ସେ କହିଛନ୍ତି, ଆପଣ ପୂର୍ବରୁ ବି ଏଠାକୁ ଆସିଥିଲେ, ସେତେବେଳେ ମୁଁ ଗାଏବ ହେଇଯାଇଥିଲି। ହେଲେ ଏବେ ଆଉ ମୁଁ ପଲଟିବିନି। ଆଉ ଏପଟ ସେପଟ ହେବିନି। ମୁଁ ଏନ୍‌ଡିଏ ସହ ହିଁ ରହିବେ। ଆପଣଙ୍କୁ ଆଶ୍ୱସନା ଦେଉଛି ଦଳ ଛାଡି ଅନ୍ୟ କେଉଁଠିକି ଯିବି ନାହିଁ। ବିହାର ପାଇଁ କାମ କରିବି।' ତେବେ ନୀତୀଶଙ୍କ ଏହି କଥା ଶୁଣିବା ମାତ୍ରେ ମୋଦି ଷ୍ଟେଜ ଉପରେ ହିଁ ହସିବାକୁ ଲାଗିଥିଲେ।

Advertisment

କେବଳ ସେତିକି ନୁହେଁ ନୀତୀଶ କୁମାର ନିଜ ଭାଷଣରେ ମୋଦିଙ୍କ 'ଅବ୍‌ କି ବାର୍‌ ୪୦୦ ପାର୍‌…' ନାରାକୁ ମଧ୍ୟ ଦୋହରାଇଥିଲେ। ସେ କହିଥିଲେ 'ଏଥର ମଧ୍ୟ ବିଜେପି ଅତି କମ୍‌ରେ ୪୦୦ ଆସନରେ ଜିତିବ। ଆମେ ୨୦୦୫ରୁ ଏକାଠି ଅଛୁ। ପୂର୍ବରୁ କିଛି କାମ ହେଇନଥିଲା, ଲୋକ ପାଠ ପଢିବାକୁ ମଧ୍ୟ ସୁଯୋଗ ନଥିଲା। ହେଲେ ୨୦୦୫ରୁ ଆମେ ଏକାଠି ମିଶି କାମ କରିଥିଲୁ ବୋଲି ନୀତୀଶ କହିଛନ୍ତି।' ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିହାରକୁ ପୁଣି ଥରେ ଡବଲ ଇଂଜିନ ସରକାର ଫେରି ଆସିଛି କହି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

କହିରଖୁ ଯେ, ନିକଟରେ ଆର୍‌ଜେଡି ନେତୃତ୍ୱାଧୀନ ମହାମେଣ୍ଟରୁ ହଟି ଏନ୍‌ଡିଏ ସହ ମେଣ୍ଟ କରି ସରକାର ଗଢିଛନ୍ତି ନୀତୀଶ କୁମାର।

Bjp PM Modi Bihar Nitish Kumar Nda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe