Advertisment

ଧୋଇ ପାରିବନି କାର୍‌ କି ଗଛରେ ଦେଇ ପାରିବନି ପାଣି, ଲାଗିବ ୫ ହଜାର ଫାଇନ୍‌

ନିର୍ଦ୍ଦେଶ ଉଲ୍ଲଂଘନ କଲେ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

Car Wash

Car Wash

Advertisment

ଏଣିକି ଆଉ ଗଛରେ ଦେଇପାରିବେନି ପାଣି। କେବଳ ସେତିକି ନୁହେଁ ନିଜ କାର୍‌ ମଧ୍ୟ ଧୋଇ ପାରିବେନି ବ୍ୟକ୍ତି। ଓ୍ୱାଟର ଫାଉଣ୍ଟେନ୍‌ର ମଧ୍ୟ ବ୍ୟବହାର କରିବା ଉପରେ ବାରଣ ଲଗାଯାଇଛି। ଯଦି ଏଭଳି କିଛି କରନ୍ତି ତେବେ ଦେବାକୁ ପଡିବ ୫ ହଜାର ଟଙ୍କା ଫାଇନ୍‌। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ପୂର୍ବରୁ ଜଳ ସଙ୍କଟରେ ଆଉଟୁପାଉଟୁ ହେଉଥିବା କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଏଭଳି କିଛି ଫରମାନ ଜାରି କରାଯାଇଛି।

Advertisment

ଏହି ନୂଆ ନିର୍ଦ୍ଦେଶ ଅନୁଯାୟୀ କାର୍‌ ଧୋଇବା, ବଗିଚାରେ ପାଣି ଦେବା, ରାସ୍ତା ନିର୍ମାଣ ଏବଂ ରକ୍ଷଣାବେକ୍ଷଣରେ ଯଦି କୌଣସି ବ୍ୟକ୍ତି ଓ୍ୱାଟର ଫାଉଣ୍ଟେନ ବ୍ୟବହାର କରୁଥିବା ଦେଖିବାକୁ ମିଳନ୍ତି, ତା’ହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ଦ୍ଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।

ପ୍ରକୃତରେ ବେଙ୍ଗାଲୁରୁରେ ଘୋର ଜଳ ସଙ୍କଟ ଦେଖାଦେଇଛି। ଏହି ସଙ୍କଟ ଭିତରେ କିଛି ହାଉସିଂ ସୋସାଇଟିରେ ପାଣିର ଦୁର୍ବ୍ୟବହାର କରାଯାଉଥିବା ମାମଲା ସାମ୍ନାକୁ ଆସିଥିଲା। ତା’ପରେ ସେଠାକାର ବାସିନ୍ଦାଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଦେବାକୁ ନୋଟିସ ଜାରି କରାଯାଇଥିଲା। ବର୍ତ୍ତମାନ ଏହି ମାମଲାକୁ ନେଇ ଏବେ କର୍ଣ୍ଣାଟକ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ରାଜ୍ୟର ପାଣିର ଅପବ୍ୟବହାର କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ହାଇଟେକ୍‌ ସିଟି ବେଙ୍ଗାଲୁରୁ ଗତ କିଛି ଦିନ ହେବ ଘୋର ଜଳ ସଙ୍କଟ ଦେଇ ଗତି କରୁଛି। ପରିସ୍ଥିତି ଏପରି ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଜଳ ଅଭାବ ଦେଖାଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଫେବୃଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପାଣି ଟାଙ୍କି ଆସୁଥିବା ଏବଂ ଯାଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଲକ୍ଷ ଲକ୍ଷ ଲୋକ ମୁନ୍ଦାଏ ପାଣି ପାଇଁ କଲବଲ ହୋଇଗଲେଣି। ଅଧିକାଂଶ ସୋସାଇଟି ଓ କଲୋନୀରେ ପାଣି ସମସ୍ୟା ଦେଖାଦେଇଛି। ଲୋକେ ଟ୍ୟାଙ୍କର ସାହାଯ୍ୟରେ ପାଣି କିଣୁଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଜଳ ଅଭାବ ପୂରଣ ହୋଇପାରୁ ନାହିଁ।

ଜଳକଷ୍ଟର ସମାଧାନ ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଥିଲେ ମଧ୍ୟ ଲୋକଙ୍କୁ ତତ୍କାଳ ସହାୟତା ମିଳିବାରେ ସମସ୍ୟା ଲାଗି ରହୁଥିବାରୁ ବିଭିନ୍ନ ଅଞ୍ଚଳରେ ଜଟିଳ ସ୍ଥିତି ଉପୁଜିଛି। ସହରର ପ୍ରାୟ ୬୦ ପ୍ରତିଶତ ଲୋକ ଏବେ ଟ୍ୟାଙ୍କର ପାଣି ବ୍ୟବହାର କରୁଛନ୍ତି। କେତେକ ଅଂଚଳରେ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ଲୋକେ ବହୁ କଷ୍ଟରେ ଦୂରରୁ ଜଳ ସଂଗ୍ରହ କରି କାମ ଚଳାଉଛନ୍ତି। ଅନେକ ଲୋକ ଗାଧୋଇବା ପାଇଁ ମାତ୍ର ଅଧା ବାଲ୍ଟି ପାଣି ପାଉଥିବା ବେଳେ ଘର ପୋଛିବା ପାଇଁ ବର୍ଜ୍ୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ସାଧାରଣ ଲୋକଙ୍କଠୁ ନେଇ ନେତା,ମନ୍ତ୍ରୀ ଏବେ ପାଣି ଅଭାବ ଦେଇ ଗତି କରୁଛନ୍ତି ।

Bengaluru Water Problem Water Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe