Advertisment

ରାମଲଲାଙ୍କ ଜଳାଭିଷେକ ପାଇଁ ପାକିସ୍ତାନ ସମେତ ୧୫୫ ଦେଶର ନଦୀରୁ ଆସିଲା ପାଣି

ଗୁରୁବାର ଜଳାଭିଷେକ ପାଇଁ ଆସିଥିବା ପାଣି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୩ ତାରିଖରେ ରାମ ଲଲାଙ୍କ ଜଳାଭିଷେକ କରିବେ।

author-image
Hemant Lenka
 Ayodhya

Ayodhya

ଅଯୋଧ୍ୟାରେ ଥିବା ରାମଲଲାଙ୍କର ହେବ ଜଳାଭିଷେକ। ଏଥିପାଇଁ ଉଜବେକିସ୍ତାନ, ପାକିସ୍ତାନ ଓ ଚାଇନା ସମେତ ୧୫୫ ଦେଶର ନଦୀରୁ ଆସିଛି ପବିତ୍ର ପାଣି। ଗୁରୁବାର ଜଳାଭିଷେକ ପାଇଁ ଆସିଥିବା ପାଣି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୩ ତାରିଖରେ ରାମ ଲଲାଙ୍କ ଜଳାଭିଷେକ କରିବେ।

Advertisment

୧୫୫ଟି ଦେଶର ନଦୀରୁ ଜଳ ସଂଗ୍ରହ କରି ଅଯୋଧ୍ୟା ଆଣିବାର ଦାୟିତ୍ୱ ଦିଲ୍ଲୀ ବିଜେପି ନେତା ବିଜୟ ଜଲୀଙ୍କୁ ଦିଆଯାଇଥିଲା। ଏବେ ସେ ୧୫୫ଟି ଦେଶର ନଦୀରୁ ଜଳ ସଂଗ୍ରହ କରି ଏହାକୁ ଅଯୋଧ୍ୟାରେ ପହଞ୍ଚାଇ ଦେଇଛନ୍ତି। ଉପରୋକ୍ତ ୩ ଦେଶ ବ୍ୟତୀତ ତାଞ୍ଜାନିଆ, ନାଇଜେରିଆ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେପାଳ, ଭୁଟାନ, ମାଳଦ୍ୱୀପ ଓ ବାଂଲାଦେଶକୁ ମଧ୍ୟ ଜଳାଭିଷେକ ପାଇଁ ପାଣି ଅଣାଯାଇଛି।

ବିଜେପି ନେତା ବିଜୟ କହିଛନ୍ତି, ଆଣ୍ଟ୍ରାଟିକାରୁ ମଧ୍ୟ ଜଳ ଅଯୋଧ୍ୟାକୁ ଆସିଛି। ସାଧାରଣ ସେଠାରେ କେହି ପହଞ୍ଚି ପାରନ୍ତି ନାହିଁ। କିନ୍ତୁ ରାମ ଲଲାଙ୍କ ପାଇଁ ସେଠାରୁ ମଧ୍ୟ ପାଣି ଅଣାଯାଇଥିବା ସେ କହିଛନ୍ତି।

Advertisment

ଏପ୍ରିଲ ୨୩ ତାରିଖରେ ମଣିଦାସ ଚୱନି ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଳ କଳସ ଗ୍ରହଣ କରିବେ। ଏହାପରେ ଏହାକୁ ସେମାନେ ପୂଜା କରିବେ। ପାଣି ଯେଉଁ ସବୁ ଦେଶରୁ ଆସିଛି, କଳସରେ ସେହି ଦେଶର ପତାକା, ଦେଶର ନାଁ ଓ ନଦୀର ନାଁ ଥିବା ଷ୍ଟିକର ଲଗାଯିବ। କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ଭାଗ ନେବେ।

ପାକିସ୍ତାନରେ ରହୁଥିବା ହିନ୍ଦୁମାନେ ପ୍ରଥମେ ସେଠାକାର ନଦୀର ଜଳ ଦୁବାଇ ପଠାଇଥିଲେ। ଦୁବାଇରୁ ଏହା ଦିଲ୍ଲୀକୁ ଅଣାଯାଇଛି। ଦିଲ୍ଲୀରୁ ବିଜୟ ଜଲୀ ପାଣିକୁ ଅଯୋଧ୍ୟା ଆଣିଛନ୍ତି। ୟୁକ୍ରେନ, ରୁଷ, ତିବ୍ବତ, କାନାଡା ଓ କାଜାଖସ୍ତାନରୁ ମଧ୍ୟ ଜଳାଭିଷେକ ପାଣି ଅଯୋଧ୍ୟାକୁ ଆସିଛି। 

Uttar Pradesh Ayodhya Ram Mandir Ram Mandir