Advertisment

ଓ୍ୱାୟନାଡ ଭୂସ୍ଫଳନ: ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା, ନଦୀରୁ ମିଳିଲାଣି କୁଢ଼ କୁଢ଼ ଶବ

କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି। ଏବେବି ୨୨୫ରୁ ଅଧିକ ଲୋକେ ନିଖୋଜ ଅଛନ୍ତି।

Landslide

Landslide

Advertisment

କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ଲଗାତର ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକକୁ ବୃଦ୍ଧି ପାଇଛି। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି । ଏବେବି ୨୨୫ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି।

Advertisment

ସେପଟେ କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ। ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା। ଗତରାତିରେ ୨୦ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅପରେସନ୍‌ ଅସ୍ଥାୟୀ ଭାବେ ବନ୍ଦ ରହିବା ପରେ ଆଜି ସକାଳୁ ପୁଣି ଏହା ଆରମ୍ଭ ହୋଇଛି। ଏଯାବତ ଉଦ୍ଧାର ହୋଇଥିବା ୨୭୦ ମୃତଦେହ ମଧ୍ୟରୁ ୧୦୩ ଜଣଙ୍କ ପରିଚୟ ଜଣାପଡ଼ିଛି।

୧୬୭ ମର ଶରୀରର ବ୍ୟବଚ୍ଛେଦ ‌ଶେଷ ହୋଇଛି। ୫୨ଟି ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି।

Advertisment

ଗତକାଲି ଚେଲିୟାର ନଦୀରୁ ୨୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜି ୮୩ଟି ଶବ ମିଳିଛି। ପାଖାପାଖି ୨୦୦ ଲୋକ ଏବେ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୱାୟନାଡ଼ ବିପର୍ଯ୍ୟୟ ପାଇଁ ୪୫ଟି ରିଲିଫ୍‌ ଶିବିର ଖୋଲାଯାଇଛି। ଏଠାରେ ୩ ହଜାରରୁ ଅଧିକ ଲୋକ ରହୁଛନ୍ତି। ଭୂସ୍ଖଳନରେ ୫ଟି ଗାଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ମୁଣ୍ଡାକ୍କାଇ ଏବଂ ଚୁରାଲମାଲାରେ ୩୦୦ରୁ ଅଧିକ ଘର ମାଟିରେ ମିଶି ଯାଇଛି।

ସେପଟେ ଆଜି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବେ ଓ୍ୱାୟନାଡ ସାଂସଦ ରାହୁଲ ଗାନ୍ଧି। ତାଙ୍କ ସହ ପ୍ରିୟଙ୍କା ଗାନ୍ଧି ମଧ୍ୟ ଯିବେ। ଉଭୟ ନିଜ ବାସଭବନରୁ ବାହାରି ଓ୍ୱାୟନାଡ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ଏଠାକୁ ଯାଇ ଭୂସ୍ଖଳନ ପ୍ରଭାବିତଙ୍କୁ ଭେଟିବେ।

Kerala Wayanad Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe