Advertisment

ୱାୟନାଡ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି

ୱାୟନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ଯୋଗୁଁ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି।

ଅଦ୍ୟତନ ହୋଇଛି
Army Rescue

Army Rescue

Advertisment

କେରଳରେ ପ୍ରକୃତିର ତାଣ୍ଡବ। ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

Advertisment

 ୱାୟନାଡ଼ର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ଯୋଗୁଁ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି। ଆଉ ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ଭୟଙ୍କର, ଛାତି ଥରାଇ ଦେଲା ଭଳି ଦୃଶ୍ୟ। ମାଟିରେ ମିଶିଯାଇଛି ବିସ୍ତୀର୍ଣ୍ଣ ଜନବସତି। ଧୋଇ ଯାଇଛି ରାସ୍ତାଘାଟ। ଛିନ ଛତର ରେଳ ଧାରଣା। ଭୂସ୍ଖଳନ ବିପର୍ଯ୍ୟୟ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ।

ଦେବଦୂତ ସାଜି ଅନେକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ସେନା ଯବାନ। ଉଦ୍ଧାର କାର୍ଯ୍ୟରେ ଜି ଜାନ୍ ଲଗାଇ ମୃତ୍ୟୁ ମୁଖରୁ ଜୀବନ ଫେରାଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି କେରଳ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଏବଂ ଏନଡିଆରଏଫ୍ ଟିମ୍। ଅସ୍ଥାୟୀ ପୋଲ ତିଆରି କରି ବର୍ତ୍ତମାନ ସୁଦ୍ଧା ୧୦୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଗଲାଣି। ତେବେ ରେସକ୍ୟୁ ଅପରେସନରେ ପ୍ରତିବନ୍ଧକ ସାଜିଛି ଲଗାଣ ବର୍ଷା ଓ ପ୍ରତିକୂଳ ପରିସ୍ଥିତି।

Advertisment

କେରଳ ସରକାର ଏଥିପାଇଁ ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି। ସେପଟେ ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Landside Wayanad Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe