Advertisment

ବଦଳିଲା ମମତାଙ୍କ ସ୍ୱର: କହିଲେ- ଆମେ କେନ୍ଦ୍ର ସହ ଅଛୁ

ସବୁ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱର ହଠାତ ବଦଳିଛି।

author-image
Hemant Lenka
Mamata

Mamata

ସବୁ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱର ହଠାତ ବଦଳିଛି। ସେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କରିଛନ୍ତି। ଏଥିସହ ସେ ଓ ତାଙ୍କ ଦଳ ଉକ୍ତ ପ୍ରସଙ୍ଗରେ କେନ୍ଦ୍ର ସହ ରହିଥିବା ମଧ୍ୟ କହିଛନ୍ତି।

Advertisment

ବାଂଲାଦେଶରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯିବା ଘଟଣାକୁ ମମତା କଡ଼ା ଭାଷାରେ ନିନ୍ଦା କରିଛନ୍ତି। କେନ୍ଦ୍ରକୁ ଏ ପ୍ରସଙ୍ଗରେ ସମର୍ଥନ ଘୋଷଣା କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାରେ ମମତା କହିଛନ୍ତି, “କୌଣସି ଧର୍ମ ଆଘାତ ପାଉ ବୋଲି ଆମେ ଚାହୁଁନାହୁଁ। ମୁଁ ଏଠାରେ ଥିବା ଇସ୍କନ ସହ କଥା ହୋଇଛି। ତେବେ ଏହା ଆଉ ଏକ ଦେଶର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଆମେ ଏହି ପ୍ରସଙ୍ଗରେ କେନ୍ଦ୍ର ସହ ରହିଛୁ।”

Advertisment

ବାଂଲାଦେଶରେ ଘଟୁଥିବା ଘଟଣାକୁ ନେଇ ଭାରତ ସରକାର ମଙ୍ଗଳବାର ଚିନ୍ତା ପ୍ରକଟ କରିଥିଲେ। ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ମଧ୍ୟ ସେଠାକାର ପ୍ରଶାସନକୁ ଭାରତ ସରକାର କହିଥିଲେ। ଏବେ ମମତା ମଧ୍ୟ କେନ୍ଦ୍ରର ପଦକ୍ଷେପକୁ ସମର୍ଥନ କରିଛନ୍ତି।

ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶର ଆଇନ ପ୍ରବର୍ତ୍ତନ ସଂସ୍ଥା ଚିନ୍ମୟ କୃଷ୍ଣ ଦାସଙ୍କୁ ୨୫ ନଭେମ୍ବରରେ ଗିରଫ କରିଥିଲା। ଏହାପରେ ବାଂଲାଦେଶ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଜେଲ ପଠାଇ ଦେଇଥିଲେ। ଏହା ପରେ ଚିନ୍ମୟ ଦାସଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସି ହିଂସାତ୍ମକ ବିରୋଧ ଆରମ୍ଭ କରିଥିଲେ। ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ସସାମ୍ବାଦିକଙ୍କ ସମେତ ଅତି କମରେ ୧୦ ଜଣ ଆହତ ହୋଇଥିଲେ।

Mamata Banerjee PM Modi