Advertisment

ସାଂପ୍ରଦାୟିକ ହିଂସାରେ ଜଳୁଛି ହରିଆଣା: ମୁଖ୍ୟମନ୍ତ୍ରୀ କହିଲେ- ଆମେ ସମସ୍ତଙ୍କ ସୁରକ୍ଷା କରିପାରିବୁ ନାହିଁ

ସେ ରାଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟୀ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। କିନ୍ତୁ ଆର୍ମି କିମ୍ବା ପୁଲିସ୍‌, କେହି ବି ଏହାର ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ। ଆମେ ସମସ୍ତଙ୍କ ସୁରକ୍ଷା କରିପାରିବୁ ନାହିଁ ବୋଲି ସେ କହିଛନ୍ତି।

author-image
Hemant Lenka
Haryana

Haryana

ହରିଆଣାର ନୁହ୍‌ରେ ସୋମବାର ଆରମ୍ଭ ହୋଇଥିବା ସାଂପ୍ରଦାୟିକ ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ନୁହ୍‌ରେ ସୋମବାର ହୋଇଥିବା ଦଙ୍ଗାରେ ୬ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଦଙ୍ଗାକାରୀ ଶତାଧିକ ଗାଡ଼ି ଜାଳି ଦେବା ସହ ଦୋକାନ ଓ ରେଷ୍ଟୁରାଣ୍ଟରେ ଭଙ୍ଗା ରୁଜା କରିଛନ୍ତି। ଦୁଇ ଦିନ ହେଲେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ହିଂସା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର।

Advertisment

ସେ ରାଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟୀ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। କିନ୍ତୁ ଆର୍ମି କିମ୍ବା ପୁଲିସ୍‌, କେହି ବି ଏହାର ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ। ଆମେ ସମସ୍ତଙ୍କ ସୁରକ୍ଷା କରିପାରିବୁ ନାହିଁ ବୋଲି ସେ କହିଛନ୍ତି। ତାଙ୍କର ଏପରି ବୟାନକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୋମବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ନୁହରେ ହେଉଥିବା ଶୋଭାଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଏହାକୁ ନେଇ ଦୁଇ ସଂପ୍ରଦାୟର ଲୋକ ମୁହାଁମୁହିଁ ହୋଇଥିଲେ। ପଥର ମାଡ଼ ସହ ଦଙ୍ଗାକାରୀ କାର୍‌ ପୋଡ଼ି ଦେଇଥିଲେ। ନୁହ୍‌ରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିବା ପରେ ଗୁରୁଗ୍ରାମର ଶୋହନାରେ କିଛି ଲୋକ ୪ଟି ଗାଡ଼ି ଓ ଗୋଟିଏ ଦୋକାନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

Advertisment

ଖଟ୍ଟର କହିଛନ୍ତି, ହିଂସା ଘଟଣାରେ ୨ ପୁଲିସ୍‌ କର୍ମଚାରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ୧୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯୦ ଜଣ ଅଟକ ରହିଛନ୍ତି। ମୃତ ଦୁଇ ପୁଲିସ୍‌ କର୍ମଚାରୀଙ୍କ ପରିବାର ଲୋକଙ୍କ ପାଇଁ ହରିଆଣା ସରକାର ୫୭ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସେହିପରି ସୋମବାର ଓ ମଙ୍ଗଳବାର ହିଂସାରେ ଯେଉଁ ଲୋକମାନେ ନିଜ ସମ୍ପତ୍ତି ହରାଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦଙ୍ଗକାରୀମାନେ ଦେବେ। ସେମାନଙ୍କ ଠାରୁ ଏହା ଆଦାୟ କରାଯିବ। ସରକାର କେବଳ ସର୍ବସାଧାରଣ ସମ୍ପତ୍ତିର କ୍ଷତିଭରଣା କରିବେ। କିନ୍ତୁ ଘରୋଇ ସମ୍ପତ୍ତିର କ୍ଷତିପୂରଣ ଦେବାକୁ ସରକାର ବାଧ୍ୟ ନୁହନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ନୁହରେ ଘଟିଥିବା ହିଂସା ଘଟଣାର ତଦନ୍ତ ଏସଆଇଟି କରିବ। ସେହିପରି ହିଂସା ପଛରେ ମୋନୁ ମାନେସରର ଭୂମିକା କ’ଣ ରହିଛି, ତା’ର ମଧ୍ୟ ଯାଞ୍ଚ କରାଯାଉଛି ବୋଲି ରାଜ୍ୟ ପୁଲିସ୍‌ ମୁଖ୍ୟ ପିକେ ଅଗ୍ରୱାଲ ସୂଚନା ଦେଇଛନ୍ତି।

Haryana Clashes