Advertisment

‘ମୋ’ ପୁଅ କ୍ଷମା ମାଗିବନି, ସେ ଜୀବନରେ ଅସରପା ବି ମାରିନି’

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ମୁଖରେ ସଲମାନ କେବେ ବି ମୁଣ୍ଡ ନୁଆଁଇବେ ନାହିଁ କି କ୍ଷମା ମାଗିବେ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ସଲିମ । ମୋ’ ପୁଅ କେବେ ବି କୌଣସି ପଶୁ ଶିକାର କରିନି। ପଶୁ ଦୂରର କଥା ସେ କେବେ ବି ଏକ ଅସରପାକୁ ମାରିନି ବୋଲି କହିଛନ୍ତି ସଲିମ ।

author-image
Niharika Rout
Salim Khan & Salman Khan

Salim Khan & Salman Khan

ମହାରାଷ୍ଟ୍ରର ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ମିଳିଛୁ। ଏପରି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଲମାନଙ୍କ ବାପା ସଲିମ ଖାନ ।

Advertisment

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ମୁଖରେ ସଲମାନ କେବେ ବି ମୁଣ୍ଡ ନୁଆଁଇବେ ନାହିଁ କି କ୍ଷମା ମାଗିବେ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ସଲିମ । ମୋ’ ପୁଅ କେବେ ବି କୌଣସି ପଶୁ ଶିକାର କରିନି। ପଶୁ ଦୂରର କଥା ସେ କେବେ ବି ଏକ ଅସରପାକୁ ମାରିନି ବୋଲି କହିଛନ୍ତି ସଲିମ ।

ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being Human’ କରୋନା ସମୟରେ ବହୁ ଲୋକଙ୍କୁ ସାହାଯ୍ୟ କରିଛି। ଆମେ ସବୁବେଳେ ସେପରି ଲୋକଙ୍କ ନିକଟରେ ଛିଡ଼ା ହୋଇଛୁ ଯେଉଁମାନେ ସାହାଯ୍ୟ ଆଶା କରୁଥିଲେ। ଆମ ପରିବାର ହିଂସାରେ କେବେ ବି ବିଶ୍ୱାସ କରେନି । ତେଣୁ ସଲମାନ କେବେ ବି ମୁଣ୍ଡ ନୂଆଁଇବେ ନାହିଁ କି କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

Advertisment

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଇତି ମଧ୍ୟରେ ମୁମ୍ବାଇ ପୁଲିସ୍‌କୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିବା ବେଳେ ସଲମାନ ଖାନଙ୍କ ନିକଟରୁ ୫ କୋଟି ଟଙ୍କା ମଗା ଯାଇଥିଲା। ଏହା ନ ଦେଲେ ବାବା ସିଦ୍ଦିକିଙ୍କଠୁ ବି ଖରାପ ଅବସ୍ଥା ହେବ ବୋଲି ଧମକ ଦିଆଯାଇଥିଲା।

ଏହାପରେ ବାନ୍ଦ୍ରାରେ ଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ୬୦ ଜଣ ପୁଲିସ୍‌ କର୍ମଚାରୀ ସାଦା ପୋଷାକରେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୁତୟନ ରହିଛନ୍ତି। ସେମାନେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି। ସେମାନେ ଏସଓପି ଅନୁସାରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳରେ ହେଉଥିବା ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି।

ପୁଲିସ୍‌ କର୍ମଚାରୀଙ୍କ ବ୍ୟତୀତ ଏଆଇ ଭିତ୍ତିକ ହାଇରିଜୋଲେସନର ସିସିଟିଭି କ୍ୟାମେରେ ଲଗା ଯାଇଛି। ଏଥିରେ ମୁହଁ ଚିହ୍ନଟ କରିବାର ବ୍ୟବସ୍ଥା ରହିଛି। ଏକାଧିକ ଥର ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଚିହ୍ନଟ କରିବାର କ୍ଷମତା ସିସିଟିଭିର ରହିଛି। ଯଦି ଜଣେ ବ୍ୟକ୍ତିଙ୍କ ମୁହଁ ୩ ଥର କ୍ୟାମେରାରେ କଏଦ ହୁଏ, ତା’ହେଲେ ଏହା ସତର୍କ ସୂଚନା ଜାରି କରିବ। ସେହିପରି ଗୋଟିଏ କମାଣ୍ଡ ସେଣ୍ଟର ମଧ୍ୟ ସ୍ୱତନ୍ତ୍ର ଭାବେ ସଲମାନଙ୍କ ସୁରକ୍ଷା ପାଇଁ ସ୍ଥାପନ କରାଯାଇଛି।

ବିଲଡିଂ ଭିତରୁ ଯାଉଥିବା ଲୋକଙ୍କ ଭଲ ଭାବେ ଯାଞ୍ଚ କରାଯାଇଛି। ସେମାନଙ୍କୁ ପରିଚୟପତ୍ର ମଧ୍ୟ ଦେଖାଇବାକୁ ପଡ଼ୁଛି। କୌଣସି ଅନାଧିକାର ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁ ନାହିଁ।

ବହୁ ବର୍ଷ ହେଲା ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଭାରତ ଓ କାନାଡାର ଓ୍ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଗୋଲ୍ଡ ବ୍ରାର ସଲମାନଙ୍କୁ ହତ୍ୟା କରିବାକୁ ଅନେକ ଥର ଧମକ ଦେଇ ସାରିଲେଣି। ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ଯୋଜନା ଫଳପ୍ରଦ ହୋଇ ନ ଥିବା ବେଳେ ଏହା ଭାଇଜାନଙ୍କ ଫ୍ୟାନ୍‌ଙ୍କ ଚିନ୍ତା ବଢ଼ାଉଛି। 

Salman Khan Lawrence Bishnoi Gang Salman Khan Security