Advertisment

ପୁଣି ଥରେ କଂଗ୍ରେସ ଆକାଉଣ୍ଟ ଫ୍ରିଜ୍‌, ଖଡଗେ କହିଲେ- ଖର୍ଚ୍ଚ ପାଇଁ ଟଙ୍କାଟେ ନାହିଁ

ପୁଣି ଥରେ ଅଚଳ ହୋଇଗଲା କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ । ଖର୍ଚ୍ଚ କରିବାକୁ ଟଙ୍କାଟେ ବି ନାହିଁ । ଆର୍ଥିକ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ।

congress-president-mallikarjun-kharge

congress-president-mallikarjun-kharge

Advertisment

ପୁଣି ଥରେ ଅଚଳ ହୋଇଗଲା କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ । ଖର୍ଚ୍ଚ କରିବାକୁ ଟଙ୍କାଟେ ବି ନାହିଁ । ଆର୍ଥିକ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ। ଦାନ ରୂପରେ ଟଙ୍କା ଜମା ହେଉଥିବା କଂଗ୍ରେସ ଆକାଉଣ୍ଟକୁ ବିଜେପି ଅଚଳ କରି ଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ  ମଲ୍ଲିକାର୍ଜୁନ ଖଡଗେ।

Advertisment

ବିଜେପି ସରକାର ହୀନ ରାଜନୈତିକ ଚକ୍ରାନ୍ତ କରି କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ୍‌ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଆୟକର ବିଭାଗ ବି ଜୋରିମାନା ଲଗାଇଥିବା ସେ ଅଭିଯୋଗ ଆଣିଛନ୍ତି।

ବିଜେପିର ଏପରି ହୀନ ଚକ୍ରାନ୍ତ ସମ୍ପର୍କରେ ସମଗ୍ର ଦେଶବାସୀଙ୍କୁ ଅବଗତ କରାଇବା ସହ ଦେଶର ସମ୍ବିଧାନ ଓ ଲୋକତନ୍ତ୍ରକୁ ବଞ୍ଚାଇବାକୁ ଅପିଲ୍‌ କରିଛନ୍ତି ଖଡଗେ। ତେଣୁ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ୍‌ ସପକ୍ଷରେ ଭୋଟ ଦେବାକୁ ସେଲୋକଙ୍କୁ ନିବେଦନ କରିଛନ୍ତି।

Advertisment

ଏନେଇ ସେ କହିଛନ୍ତି, ଫ୍ରିଜ୍‌ ହୋଇଯାଇଥିବା ଆକାଉଣ୍ଟରେ ଆମ ପାର୍ଟିର ଟଙ୍କା ଥିଲା, ଯାହାକୁ କି ଜନସାଧାରଣ ଦାନ ରୂପରେ ଦେଇଥିଲେ। ହେଲେ ବିଜେପି ସରକାର ତାକୁ ବି ଫ୍ରିଜ କରି ଦେଇଛି। ଫଳରେ ଖର୍ଚ୍ଚ କରିବାକୁ ଆମ ପାଖରେ ଟଙ୍କାଟିଏ ବି ନାହିଁ ।

ନିଜ ନିର୍ବାଚନୀ ବଣ୍ଡ ସମ୍ପର୍କୀତ ତଥ୍ୟ ସର୍ବ ସମ୍ମୁଖକୁ ଆଣିବାକୁ ଚାହୁଁ ନ ଥିବା ବେଳେ ବିଜେପି କିନ୍ତୁ ଆମ ଆକାଉଣ୍ଟ ଫ୍ରିଜ କରି ଦେଇଥିବା କହିଛନ୍ତି ଖଡଗେ । ନିଜ ଚୋରି ଯେପରି ଧରା ନ ପଡ଼ିବ ସେଥିନିମନ୍ତେ ସେମାନେ ଏହାକୁ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଥିଲେ। ମାତ୍ର ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ଯୋଗୁ ସେମାନେ ଏଥିରେ ସଫଳ ହୋଇ ପାରିଲେନି।

ଏହା ପୂର୍ବରୁଗତ ଫେବୃଆରୀ ମାସରେ କଂଗ୍ରେସର ମୋଟ ୯ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିଲା। ଏହି ସବୁ ଖାତାରେ ଥିବା ଟଙ୍କା ଉଠାଣ ଉପରେ ଇନକମ୍ ଟ୍ୟାକ୍ସ ଡିପାର୍ଟମୋଣ୍ଟ ରୋକ୍ ଲଗାଇଥିଲା। ଏନେଇ କଂଗ୍ରେସ ଆୟକର ଅପିଲେଟ୍ ଟ୍ରିବ୍ୟୁନାଲରେ ଏକ ଆବେଦନ କରିଥିବା ବେଳେ ତାହା ସଚଳ ହୋଇଥିଲା। ଏବେ ପୁଣି ଥରେ ନିର୍ବାଚନ ପୂର୍ବରୁ ଏହି ସମସ୍ୟାର ସମ୍ମୂଖୀନ ହୋଇଛି କଂଗ୍ରେସ ।

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe