Advertisment

ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲା ଆପ୍‌, ଇସ୍ତଫା ଦେବନି କେଜ୍ରିୱାଲ

ଗିରଫଦାରୀ ବିରୋଧରେ ଆପ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏଥିସହ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଛି।

ED

ED

Advertisment

ପ୍ରାୟ ୨ ଘଣ୍ଟାର ଜେରା ପରେ ଆଜି ଦିଲ୍ଲୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କୁ ଇଡି ବାନ୍ଧିଛି। ଗିରଫ ପରେ ତାଙ୍କୁ ଇଡି ମୁଖ୍ୟାଳୟ ନିଆଯାଇଛି।

Advertisment

ତେବେ ଗିରଫଦାରୀ ବିରୋଧରେ ଆପ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏଥିସହ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଛି। ସେହିପରି ଗିରଫଦାରୀ ସତ୍ତ୍ୱେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ। ସେ ଜେଲରୁ ରହି ସରକାର ଚଳାଇବେ ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।

ଆପ୍‌ର ବରିଷ୍ଠ ନେତା ତଥା ମନ୍ତ୍ରୀ ଆତିଶୀ କହିଛନ୍ତି, “ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି ବୋଲି ଆମେ ଖବର ପାଇଛି। ଆମେ ସବୁ ବେଳେ କହିଛୁ ଯେ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଳାଇବେ।

Advertisment

ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ। ସେ ନିଜ ପଦରୁ ଆଦୌ ଇସ୍ତଫା ଦେବେ ନାହିଁ। ଆମେ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛୁ। ଆମ ଓକିଲମାନେ ସୁପ୍ରିମକୋର୍ଟରେ ପହଞ୍ଚି ଆଜି ରାତିରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଛନ୍ତି। ଆମର ଆଶା ସୁପ୍ରିମକୋର୍ଟ ଶୁଣାଣି କରିବେ।”

ଗିରଫ ପରେ ତାଙ୍କୁ ଇଡି ତା’ର ମୁଖ୍ୟାଳୟକୁ ନେଇଛି। ସେଠାରେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା। ସେହିପରି ଇଡି ଅଫିସ ବାହାରେ ୧୪୪ ଧାରା ଜାରି କରାଯାଇଥିଲା। ଆସନ୍ତାକାଲି କେଜ୍ରିୱାଲଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ଇଡି ତାଙ୍କୁ ୭ ଦିନର ରିମାଣ୍ତରେ ନେବାକୁ ମଧ୍ୟ ଆବେଦନ କରିବ। 

ଅବାକାରୀ ନୀତି ଘଟଣାରେ ଇଡି ତାଙ୍କୁ ୯ଥର ସମନ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିଲେ। ଇଡିର କାଳେ ଗିରଫ କରିନେବ, ସେହି ଆଶଙ୍କାରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା କ୍ଷଣି କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି।

ED Raid Arvind Kejriwal Liquor Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe