Advertisment

ହିମନ୍ତ ବିଶ୍ୱଶର୍ମାଙ୍କ ଘୋଷଣା, ଲୋକସଭା ନିର୍ବାଚନ ପରେ ଗିରଫ ହେବେ ରାହୁଲ

‘ଆମ ପାଖରେ ପ୍ରମାଣ ଅଛି। ଗତକାଲି ଗୌହାଟୀରେ ଏବ ବଡ଼ ଘଟଣା ଘଟି ଯାଇଥା’ନ୍ତା।’

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭା ନିର୍ବାଚନ ପରେ ଗିରଫ କରାଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ରାହୁଲଙ୍କ ନାଁରେ ଆସାମ ପୁଲିସ୍ ମାମଲା ରୁଜୁ କରିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଘୋଷଣା କରିଛନ୍ତି।

Advertisment

ସେ କହିଛନ୍ତି, ଆମେ ଏକ ଏସ୍‌ଆଇଟି ଗଠନ କରିବୁ। ଏସ୍‌ଆଇଟି ମାମଲାର ତଦନ୍ତ କରିବ। ଲୋକସଭା ନିର୍ବାଚନ ସରିବା ପରେ ଆମେ ତାଙ୍କୁ ଗିରଫ କରିବୁ। ଯଦି ଆମେ ଏବେ କାର୍ଯ୍ୟାନୁଷ୍ଠାନ ନେବୁ, ତା’ହେଲେ ସେମାନେ କହିବେ ଏହା ଏକ ରାଜନୀତିକ ପଦକ୍ଷେପ। ଆମ ପାଖରେ ପ୍ରମାଣ ଅଛି। ଗତକାଲି ଗୌହାଟୀରେ ଏକ ବଡ଼ ଘଟଣା ଘଟି ଯାଇଥା’ନ୍ତା। ସେ (ରାହୁଲ ଗାନ୍ଧି) ଲୋକଙ୍କୁ ଉସକାଇ ଥିଲେ।

ରାହୁଲ ଗାନ୍ଧି ତାଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ପ୍ରସିଦ୍ଧ କାମାକ୍ଷା ମନ୍ଦିର ସହିତ ଅନ୍ୟାନ୍ୟ ପ୍ରମୁଖ ମନ୍ଦିରଗୁଡ଼ିକୁ ଯାଇ ନାହାନ୍ତି ବୋଲି ଦର୍ଶାଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ବିବାଦ ସୃଷ୍ଟି କରିବା କଂଗ୍ରେସର ଏକମାତ୍ର ଲକ୍ଷ୍ୟ।

Advertisment

ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ଏହି ଯାତ୍ରାର ଏକମାତ୍ର ଲକ୍ଷ୍ୟ ହେଉଛି ଆସାମରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ଶାନ୍ତି ଭଙ୍ଗ କରିବା। ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିବା ଏହି ନେତାଙ୍କ ଉଦ୍ଦେଶ୍ୟ ଆମେ ପୂରଣ ହେବାକୁ ଦେଇ ନାହୁଁ।

ଅନ୍ୟପକ୍ଷରେ କଂଗ୍ରେସ ଅଭିଯୋଗ କରିଛି ଯେ ସୋମବାର ଆସାମରେ ବିଜେପିର ଗୁଣ୍ଡାମାନେ ଭାରତ ଯୋଡ଼ ନ୍ୟାୟ ଯାତ୍ରାକୁ ଦୁଇ ଥର ଆକ୍ରମଣ କରିଥିଲେ। ରାମ ମନ୍ଦିର ପ୍ରତିଷ୍ଠା ସହିତ ଜଡ଼ିତ କାର୍ଯ୍ୟକ୍ରମ ଥିବା ଦର୍ଶାଇ ଗୌହାଟୀରୁ ଦୂରେଇ ରହିବାକୁ ରାହୁଲ ଗାନ୍ଧିଙ୍କୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିବା ପରେ ଏହି ଆକ୍ରମଣ ହୋଇଥିଲା ବୋଲି କଂଗ୍ରେସ କହିଛି।

ସେହିପରି ସେହି ଦିନ ସକାଳେ ରାହୁଲ ଗାନ୍ଧିଙ୍କୁ ଏକ ମନ୍ଦିରରେ ପ୍ରବେଶ ଅନୁମତି ମିଳି ନଥିଲା। ପୁଲିସ୍ ତାଙ୍କ ଯାତ୍ରାକୁ ଆଗକୁ ବଢ଼ିବାକୁ ନ ଦେବାରୁ ସେ ରାସ୍ତା ଉପରେ ବିକ୍ଷୋଭ କରିଥିଲେ।

ମଙ୍ଗଳବାର ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଗୌହାଟୀ ପହଞ୍ଚିଥିଲା। ଏହାକୁ ଆସାମ ପୁଲିସ୍ ଅଟକାଇ ଦେଇଥିଲା। ରାହୁଲ ତାଙ୍କ ଯାତ୍ରାକୁ ଗୌହାଟୀ ସହର ମଧ୍ୟ ଦେଇ ନେଇଯିବାକୁ ଚାହୁଁଥିଲେ। କିନ୍ତୁ ଏଥିପାଇଁ ପ୍ରଶାସନ ଅନୁମତି ଦେଇ ନଥିଲା। ପୁଲିସ୍ ଗୌହାଟୀ ସହରକୁ ଯିବା ପାଇଁ ଥିବା ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ ଲଗାଇଥିଲା। ଏହା ପରେ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ।

ଏହି ଘଟଣା ପରେ ରାହୁଲଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ କହିଥିଲେ, ହିଂସାକାଣ୍ଡ ଭିଆଇବାକୁ ଉସକାଇବା, ସର୍ବସାଧାରଣଙ୍କ ସଂପତ୍ତିକୁ ନଷ୍ଟ କରିବା ଓ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ରାହୁଲ ଗାନ୍ଧି, କେସି ବେଣୁଗୋପାଳ, କହ୍ନେୟା କୁମାର ଓ ଅନ୍ୟ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Rahul Gandhi Himanta Biswa Sarma Bharat Jodo Nyaya Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe