Advertisment

ଗୋଲ୍ଡୀ ବ୍ରାରର ଖୋଲା ଧମକ- ସଲମାନ ଖାନଙ୍କୁ ଆମେ ନିଶ୍ଚିତ ମାରିବୁ

ସଲମାନ ଖାନଙ୍କୁ ନିଶ୍ଚିତ ଭାବେ ହତ୍ୟା କରାଯିବ ବୋଲି କହିଛି କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର।

author-image
Jitendra Garnayak
ଅଦ୍ୟତନ ହୋଇଛି
Salman Khan and Goldy Brar

Salman Khan and Goldy Brar

ସଲମାନ ଖାନଙ୍କୁ ନିଶ୍ଚିତ ହତ୍ୟା କରାଯିବ ବୋଲି କହିଛି କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର। ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛି।

Advertisment

ଗୋଲ୍ଡୀ ବ୍ରାର କହିଛି, ଆମେ ତାଙ୍କୁ (ସଲମାନ ଖାନ) ମାରିବୁ। ତାଙ୍କୁ ଆମେ ନିଶ୍ଚିତ ମାରିବୁ। ଭାଇ ସାହେବ (ଲରେନ୍ସ ବିଷ୍ଣୋଇ) କହିଛନ୍ତି ଯେ ତାଙ୍କୁ କେବେ ବି କ୍ଷମା କରାଯିବ ନାହିଁ। ବାବା କେବଳ ସେତେବେଳେ କାହାକୁ ଦୟା ଦେଖାନ୍ତି, ଯେତେବେଳେ ସେ ଅନୁଭବ କରନ୍ତି ଯେ ଦୟା କରିବା ଦରକାର।

ସେ ଆହୁରି କହିଛି, ଆମେ ପୂର୍ବରୁ କହିଥିଲୁ ଯେ କେବଳ ସଲମାନ ଖାନ ନୁହନ୍ତି, ଆମେ ଆମର ସମସ୍ତ ଶତ୍ରୁଙ୍କୁ ନିପାତ କରିବାକୁ ପ୍ରାୟସ କରିବୁ। ଜୀବନ ଥିବା ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରହିବ। ସଲମାନ ଖାନ ଆମ ଟାର୍ଗେଟରେ ଅଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଆମେ ପ୍ରୟାସ ଜାରି ରଖିବୁ। ଆଉ ଆମେ ଯେବେ ସଫଳତା ପାଇବୁ, ସେତେବେଳେ ଆପଣମାନେ ସମସ୍ତେ ଜାଣିଯିବେ।

Advertisment

ଗତବର୍ଷ ମେ’ ମାସରେ ଗୋଲ୍ଡୀ ବ୍ରାରର ଗ୍ୟାଙ୍ଗ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ ମାର୍ଚ୍ଚ ମାସରେ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇବା ଅଭିଯୋଗରେ ମୁମ୍ବାଇ ପୁଲିସ ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାରଙ୍କ ନାଁରେ ମାମଲା ରୁଜୁ କରିଥିଲା।

ଲରେନ୍ସ ବିଷ୍ଣୋଇ ଏବେ ତିହାର ଜେଲରେ ଅଛି। ତା ନାଁରେ ଦୁଇ ଡଜନରୁ ଅଧିକ ମାମଲା ରହିଛି। ତା’ ଭିତରେ ହତ୍ୟା ଓ ଧମକଚମକ ଦେଇ ଟଙ୍କା ଆଦାୟ କରିବା ଭଳି ମାମଲା ରହିଛି।

Salman Khan Lawrence Bishnoi Goldy Brar