Advertisment

‘ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଆମେ ସବୁ କିଛି କରିପାରିବୁ’

ତାଙ୍କ ବାପା ତଥା ଦଳର ବରିଷ୍ଠ ନେତା ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ଯତୀନ୍ଦ୍ରନାଥ ସିଦ୍ଦରମୈୟା କହିଛନ୍ତି।

Siddaramaiah

Siddaramaiah

Advertisment

କର୍ଣ୍ଣାଟକାରେ ଆଜି ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ନେତା ଯତୀନ୍ଦ୍ରନାଥ ସିଦ୍ଦରମୈୟା କହିଛନ୍ତି ତାଙ୍କ ଦଳ ନିଶ୍ଚିତ ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରିବ ଓ ସରକାର ଗଠନ କରିବ। କଂଗ୍ରେସ ଏକାକୀ ସରକାର ଗଠନ କରିବ ବୋଲି ସେ କହିଛନ୍ତି। ଏହା ସହିତ ତାଙ୍କ ବାପା ତଥା ଦଳର ବରିଷ୍ଠ ନେତା ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ସେ କହିଛନ୍ତି।

Advertisment

ଯତୀନ୍ଦ୍ରନାଥ ସିଦ୍ଦରମୈୟା ଆହୁରି କହିଛନ୍ତି, ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଆମେ ସବୁ କିଛି କରିପାରିବୁ।

ଭୋଟ ଗଣତି ଆରମ୍ଭ ହେବାର ପ୍ରାୟ ଦେଢ଼ ଘଣ୍ଟା ବିତିଥିବା ବେଳେ ୨୨୪ଟି ଆସନରୁ କଂଗ୍ରେସ ୧୧୮ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୯ ଓ ଜେଡିଏସ୍ ୨୩ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ରହିଛନ୍ତି।

Advertisment
Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe