Advertisment

ମହାପଞ୍ଚାୟତରେ ଚାଷୀଙ୍କ ବଡ଼ ଘୋଷଣା: ରେସଲରମାନଙ୍କୁ ନ୍ୟାୟ ମିଳିବା ଯାଏ ଲଢ଼େଇ କରିବେ

ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

Farmer

Farmer

Advertisment

ନ୍ୟାୟ ପାଇଁ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କୁ ମିଳିଛି ବିଭିନ୍ନ ଚାଷୀ ସଂଗଠନ ଓ ଖାପର ସମର୍ଥନ। ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

Advertisment

ତାଙ୍କୁ ଗିରଫ ପାଇଁ ରେସଲରମାନେ ଦାବି କରୁଥିଲେ ହେଁ ସରକାର କିମ୍ବା ପୁଲିସ୍‌ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହାନ୍ତି। ପୂର୍ବରୁ ବିଭିନ୍ନ ଚାଷୀ ସଂଗଠନ ରେସଲରମାନଙ୍କ ସମର୍ଥନରେ ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ବିକ୍ଷୋଭକ କରିଥିଲେ। ତଥାପି ବ୍ରିଜ ଭୂଷଣ ଗିରଫ ହୋଇ ନାହାନ୍ତି।

ରେସଲରମାନଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ଆଜି ବିଭିନ୍ନ ଖାପ୍‌ ଓ ଚାଷୀ ସଂଗଠନ ପକ୍ଷରୁ ଉତ୍ତରପ୍ରଦେଶରେ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ଏହାପରେ ଚାଷୀମାନେ ରେସଲରମାନଙ୍କୁ ନ୍ୟାୟ ମିଳିବା ଯାଏ ଲଢ଼େଇ କରିବେ ଘୋଷଣା କରିଛନ୍ତି।

Advertisment

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ରେସଲରମାନଙ୍କ ଆନ୍ଦୋଳନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି ହରିଆଣାରେ ହେବାକୁ ଥିବା ବୈଠକରେ ନିଆଯିବ। ହରିଆଣାର ଚାଷୀ ଓ ଖାନଗୁଡ଼ିକ ରେସଲରମାନଙ୍କୁ ସମର୍ଥନ କରିଛନ୍ତି। ଏବେ ସେମାନଙ୍କ ସମର୍ଥନର ଶୈଳୀ କ’ଣ ରହିବ, ସେ ବାବଦରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ଟିକାୟତ କହିଛନ୍ତି।

ଗଙ୍ଗା ନଦୀରେ ମଙ୍ଗଳବାର ପଦକ ବିସର୍ଜନ କରିବାକୁ ଯାଉଥିବା ରେସଲରମାନଙ୍କୁ ନରେଶ ଟିକାୟତ ହିଁ ଅଟକାଇଥିଲେ। ଏଥିସହ ବ୍ରିଜ ଭୂଷଣଙ୍କୁ ଗିରଫ କରିବା ପାଇଁ ସରକାରଙ୍କୁ ୫ ଦିନର ସମୟ ଦେଇଥିଲେ।

ଏବେ ନରେଶ ଟିକାୟତ କହିଛନ୍ତି, “ଯଦି ଦରକାର ପଡ଼ିବ, ତା’ହେଲେ ନ୍ୟାୟ ପାଇଁ ଆମେ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ଆମେ ଆପଣମାନଙ୍କ(ରେସଲର) ସହ ରହିଛୁ। ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ସେମାନଙ୍କୁ ନିଜର ମେଡାଲ ଗୁଡ଼ିକୁ ଗଙ୍ଗାରେ ବିସର୍ଜନ ନ କରିବାକୁ କହିଥିଲି। ମେଡାଲ ଗୁଡ଼ିକୁ ଅକ୍ସନ କରିବାକୁ ପରାମର୍ଶ ଦେଇଥିଲି। ଏହାଦ୍ୱାରା ପୂରା ବିଶ୍ୱ ଆଗକୁ ଆସିବ ଓ ସେମାନଙ୍କ ଅକ୍ସନ ବନ୍ଦ କରିବ।”

ଚାଷୀ ଓ ଖାପଗୁଡ଼ିକ କାହିଁକି ରେସଲରମାନଙ୍କୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଟିକାୟକ କହିଛନ୍ତି, “ଯଦି ପରିବାର ବଡ଼ ହେବ, ତା’ହେଲେ ବହୁତ ଭଲ। ଆପଣମାନେ ବୁଝିବା ଦରକାର ଯେ କେନ୍ଦ୍ର ସରକାର କ’ଣ ସବୁ କାମ କରୁଛନ୍ତି। ସେମାନେ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଭାଙ୍ଗି ଦେଲେ। ମୁଲାୟମ ସିଂହ ଯାଦବଙ୍କ ପରିବାର ସହ କ’ଣ କଲେ, ସେକଥା ବି ଆପଣ ଦେଖିଛନ୍ତି। ରାଜସ୍ଥାନରେ ମଧ୍ୟ ସେମାନେ ସମାନ କାମ କରୁଛନ୍ତି।”

ଏପ୍ରିଲ ୨୩ରୁ ଦିଲ୍ଲୀର ଯନ୍ତରମନ୍ତରେ ଆନ୍ଦୋଳଦନ କରୁଥିବା ରେସଲରମାନେ ନ୍ୟାୟ ଦାବି କରି ନିରାଶ ହେବାରୁ ହରିଦ୍ୱାର ସ୍ଥିତ ଗଙ୍ଗା ନଦୀରେ ନିଜର ପଦକ ସବୁ ଭସାଇ ଦେବାକୁ ମଙ୍ଗଳବାର ପହଞ୍ଚିଥିଲେ। ତେବେ ଠିକଣା ସମୟରେ ନରେଶ ଟିକାୟତ ଓ ଅନ୍ୟ ଚାଷୀ ନେତାମାନେ ସେମାନଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିଲେ।

ଏହାପରେ ସେମାନେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ୫ ଦିନର ସମୟ ଦେଇଥିଲେ। ନରେଶ ଟିକାୟତ ଏ ସମ୍ପର୍କରେ ସୂଚନା ଦେବା ସହ ରେସଲରମାନଙ୍କ ଠାରୁ ସବୁ ମେଡାଲ ସଂଗ୍ରହ କରି ନିଜ ପାଖରେ ରଖିଥିଲେ।

ଏହି ଘଟଣାର ପରେ ଆଜି ମହାପଞ୍ଚାୟତ ଡକା ଯାଇଥିଲା। ଏଥିରେ ବିଭିନ୍ନ ଖାପର ପ୍ରତିନିଧି ଓ ସେମାନଙ୍କର ଉତ୍ତର ପ୍ରଦେଶ, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ଦିଲ୍ଲୀ ମୁଖ୍ୟମାନେ ଯୋଗ ଦେଇଥିଲେ।

Protest Farmer Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe