Advertisment

'ଦଙ୍ଗା କରିବାକୁ ଚେଷ୍ଟା କରିବେ, ଷଡଯନ୍ତ୍ରରେ ଫସନ୍ତୁନି'

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି।

mamata bannerjee

mamata bannerjee

Advertisment

ନିର୍ବାଚନ ବେଳେ କିଛି ଲୋକେ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ସାବଧାନ ରୁହନ୍ତୁ। ଜାଲରେ ଫସନ୍ତୁ ନାହିଁ। ଆମେ ସୁନ୍ଦର ଓ ଶାନ୍ତ ପରିବେଶ ଚାହୁଁଛୁ। ତେଣୁ ସମସ୍ତଙ୍କୁ ଏକଜୁଟ ରୁହନ୍ତି। ଇଦ୍-ଉଲ-ଫିତର ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏଭଳି କିଛି କହିଛନ୍ତି। ଏଥିସହ ସେ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି।

Advertisment

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ସେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ମମତା। ନାଗରିକତ୍ୱ ସଂଶୋଧନ ଆଇନ୍‌ (CAA), ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ଏବଂ ୟୁନିଫର୍ମ ସିଭିଲ କୋଡକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ ମମତା କହିଛନ୍ତି।

ଇଦ୍-ଉଲ୍-ଫିତର ଅବସରରେ କୋଲକାତାରେ ଏକ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନ ସମୟରେ କିଛି ଲୋକ 'ଦଙ୍ଗା' ସୃଷ୍ଟି କରିବାକୁ ଚେଷ୍ଟା କରିବେ। ଏହି ସମୟରେ ନିଜକୁ ଶାନ୍ତ ରଖିବା ଉଚିତ। ଷଡଯନ୍ତ୍ରର ଶିକାର ନହେବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଯଦି ଆମେ ଏକଜୁଟ ହୋଇ ରହିବା ତେବେ ଆମକୁ କେହି ମଧ୍ୟ କ୍ଷତି ପହଞ୍ଚାଇ ପାରିବ ନାହିଁ। ଭାରତୀୟ ଜନା ପାର୍ଟି ସହ ଟିଏମ୍‌ସି ଲଢ଼େଇ କରୁଛି। ଗୋଟିଏ ବି ଭୋଟ ଯେପରି ଅନ୍ୟ ଦଳକୁ ନ ଯିବା ସେଥିପ୍ରତି ବେଙ୍ଗଲବାସୀ ସଜାଗ ରହିବା ଉଚିତ ବୋଲି ଦିଦି କହିଛନ୍ତି।

Advertisment

ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ସିଏଏକୁ ନେଇ ମମତା ବାନାର୍ଜୀ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲେ। ମମତା ରାଜନୀତି ପାଇଁ ଅନୁପ୍ରବେଶକାରୀଙ୍କୁ ସହାୟତା କରୁଛନ୍ତି ସେ ଅଭିଯୋଗ କରିଥିଲେ। ଶରଣାର୍ଥୀମାନେ ବିନା କୌଣସି ଦ୍ୱିଧାରେ ନାଗରିକତା ପାଇଁ ଆବେଦନ କରିବା ଉଚିତ ବୋଲି ଶାହ କହିଥିଲେ।

Mamata Banerjee West Bengal TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe