Advertisment

ଚନ୍ଦ୍ରବାବୁ ମାଲାମାଲ: ନିର୍ବାଚନ ପରେ ପତ୍ନୀଙ୍କ ସମ୍ପତ୍ତି ୫୩୫ ଓ ପୁଅଙ୍କ ସମ୍ପତ୍ତି ୨୩୭ କୋଟି ବଢ଼ିଲା

ନାଇଡୁଙ୍କ ପତ୍ନୀ ନାରା ଭୁବନେଶ୍ୱରୀଙ୍କ ସମ୍ପତ୍ତି ଏକାଥରେ ୫୩୫ କୋଟି ବୃଦ୍ଧି ପାଇଛି।

author-image
Hemant Lenka
TDP

TDP

ଲୋକସଭା ଓ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ଟିଡିପି ଦମଦାର ପ୍ରଦର୍ଶନ କରିବା ପରେ ଦଳର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମାଲାମାଲ ହୋଇଛନ୍ତି। ଉଭୟ ଆନ୍ଧ୍ର ଓ କେନ୍ଦ୍ରରେ ଟିଡିପି ସରକାରରେ ସାମିଲ ହେବାକୁ ଯାଉଛି। ଏପରି ସ୍ଥିତିରେ ନାଇଡୁ ପ୍ରତିଷ୍ଠା କରିଥିବା କମ୍ପାନୀ ଲାଭବାନ ହୋଇଛି।

Advertisment

ହେରିଟେଜ ଫୁଡ୍ସର ଶେୟାର ମୂଲ୍ୟ ମାତ୍ର ୪ ଦିନ ଭିତରେ ୫୫% ବୃଦ୍ଧି ପାଇଛି। ଏଥିଯୋଗୁ ନାଇଡୁଙ୍କ ପତ୍ନୀ ନାରା ଭୁବନେଶ୍ୱରୀଙ୍କ ସମ୍ପତ୍ତି ଏକାଥରେ ୫୩୫ କୋଟି ବୃଦ୍ଧି ପାଇଛି। କାରଣ କମ୍ପାନୀର ପ୍ରମୋଟର ହେଉଛନ୍ତି ଭୁବନେଶ୍ୱରୀ।

ଜୁନ ୩ରେ କମ୍ପାନୀର ଶେୟାର ମୂଲ୍ୟ ୪୨୪ ଟଙ୍କା ରହିଥିଲା। ହେଲେ ଆଜି ଏହାର ଦାମ ୬୬୧.୨୫ ଟଙ୍କାରେ ପହଞ୍ଚି ଯାଇଛି। ଚନ୍ଦ୍ରବାବୁ ନାଇଡୁ ୧୯୯୨ରେ ହେରିଟେଜ ଫୁଡ୍ସର ପ୍ରତିଷ୍ଠା କରିଥିଲେ। ଅଭିବୃଦ୍ଧି ମାମଲାରେ ଏହା ଦେଶର ପ୍ରଥମ ଘରୋଇ କମ୍ପାନୀ ହେବାର ରେକର୍ଡ କରିଛି।

Advertisment

କମ୍ପାନୀର ଦୁଇଟି ବ୍ୟବସାୟ ରହିଛି। ଗୋଟିଏ ହେଲା ଡାଏରୀ ଓ ଆଉ ଗୋଟିଏ ହେଲା ପୁନଃନବୀକରଣ ଯୋଗ୍ୟ ବିଜୁଳି। ବର୍ତ୍ତମାନ ହେରିଟେଜ କ୍ଷୀର ଓ ଦୁଗ୍ଧ ଜାତୀୟ ଉତ୍ପାଦ ଆନ୍ଧ୍ର, ତେଲାଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକା, ତାମିଲନାଡୁ, କେରଳ, ଓଡ଼ିଶା, ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ମାର୍କେଟରେ ବିକ୍ରି ହେଉଛି।

କମ୍ପାନୀରେ ନାରା ଭୁବନେଶ୍ୱରୀଙ୍କର ସର୍ବାଧିକ ୨,୨୬,୧୧,୫୨୫ଟି ଶେୟାର ରହିଛି। ତାଙ୍କ ପୁଅ ନାରା ଲୋକେଶ ୧,୦୦,୩୭,୪୫୩ ଶେୟାର ରଖିଛନ୍ତି। ଶେୟାର ମୂଲ୍ୟ ବୃଦ୍ଧି ପାଇବାରୁ ନାରା ଲୋକେଶଙ୍କ ସମ୍ପତ୍ତିର ମୂଲ୍ୟ ମଧ୍ୟ ୨୩୭.୮ କୋଟି ଟଙ୍କା ବଢ଼ି ଯାଇଛି।

ଜୁନ ୪ ଠାରୁ କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧି ପାଉଛି। କାରଣ ଜୁନ ୪ରେ ଭୋଟ ଗଣତି ହେବା ସହ ଟିଡିପି ଆନ୍ଧ୍ରରେ କ୍ଷମତା ଦଖଲ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଆନ୍ଧ୍ରରେ ଟିପିଡି ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୬ଟିରେ ଜିତିଛି।

Andhra Pradesh TDP Chandrabadu Naidu