Advertisment

ବର୍ଷା ସହ ମାଡି ଆସିଲା ଭୟଙ୍କର ଧୂଳି ଝଡ଼, ବିମାନ ଉଡାଣ ବାତିଲ

ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି।

dust-storm

dust-storm

Advertisment

ମୟାନଗରୀ ମୁମ୍ବାଇରେ ବଦଳିଲା ପାଗର ମିଜାଜ। ହଠାତ ମାଡି ଆସିଲା ବର୍ଷା ସହ ଧୂଳିଝଡ। ଢ଼ାଙ୍କି ହୋଇଗଲା ମେଘ। ଦିନରେ ଛାଇ ହୋଇଗଲା କଳା ଅନ୍ଧାର। ଧୂଳିଝଡ ପରେ ଏଠାରେ ବର୍ଷା ହୋଇଛି। ମୁମ୍ବାଇବାସୀଙ୍କୁ ଗରମରୁ ଅଶ୍ୱସ୍ତି ମିଳିଛି ସତ କିନ୍ତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Advertisment

ପ୍ରବଳ ପବନ ଯୋଗୁ ଚାରିଆଡେ ଭୟଙ୍କର ଧୂଳି ଝଡ ସୃଷ୍ଟି ହୋଇଛି। ଏଥିଲାଗି ମୁମ୍ବାଇ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ଲ୍ୟାଣ୍ଡିଂ ଓ ଟେକ୍‌ଅଫ୍‌କୁ ୩୦ ମିନିଟ ଯାଏଁ ବାତିଲ କରାଯାଇଛି।

ସେପଟେ ପାଣିପାଗ ବିଭାଗ ତରଫରୁ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ରୁ ୪ ଘଣ୍ଟା ପାଲଘର ଓ ଥାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ ବେଗରେ ପବନ ବହିବା ସହ ଘଡଘଡି ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି।

Advertisment

ସେପଟେ ମୁମ୍ବାଇର ମରିନ୍‌ ଡ୍ରାଇଭ ଅଞ୍ଚଳରେ ଭୟଙ୍କର ଧୂଳି ଝଡ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

Dust Storm Mumbai Rain Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe