Advertisment

ବାହାଘର ବେଳେ କନ୍ୟାର ବନ୍ଧୁଙ୍କୁ ଫୁଲ ମାଳ ପିନ୍ଧାଇ ଦେଲେ ବର, ତା’ପରେ...

ବେଦୀରେ ବାହା ହେବାକୁ ବସିଥିବା ୨୧ ବର୍ଷୀୟ ରାଧା ଦେବୀ ରାଗରେ ବରଙ୍କୁ ଦେଇଥିଲେ ଶକ୍ତ ଚାପୁଡ଼ା। ଏହାପରେ ବେଦୀରୁ ଉଠିଥିଲେ ଓ ବାହା ହେବେ ନାହିଁ କହି ସେଠାରୁ ଚାଲି ଯାଇଥିଲେ।

Groom

Groom

Advertisment

ବାଜୁଥିଲା ବାଜା, ଚାଲିଥିଲା ଖାଇବା ପିଇବା। ସମସ୍ତେ ହସଖୁସିରେ ମାତି ଥିଲେ, ବାହାଘର ପାଇଁ ପ୍ରସ୍ତୁତି ସରିଥିଲା। ସମସ୍ତେ ବାହାଘରକୁ ଉପଭୋଗ ବି କରୁଥିଲେ। କିନ୍ତୁ ହଠାତ ସବୁ କିଛି ବଦଳି ଯାଇଥିଲା। ଉଡ଼ିଥିଲା ଚେୟାର, ଶୁଭିଥିଲା ଚିତ୍କାର। କାରଣ ବାହା ହେବାକୁ ଆସିଥିବା ବର ଜଣଙ୍କ ପିଇଥିଲେ ପ୍ରବଳ ମଦ। ମଦ ନିଶାରେ ସେ କନ୍ୟା ବଦଳରେ ତାଙ୍କ ବେଷ୍ଟ ଫ୍ରେଣ୍ଡଙ୍କୁ ପିନ୍ଧାଇ ଦେଇଥିଲେ ଫୁଲ ମାଳ।

Advertisment

ବାସ ଏହାକୁ ନେଇ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ।  ବେଦୀରେ ବାହା ହେବାକୁ ବସିଥିବା ୨୧ ବର୍ଷୀୟ ରାଧା ଦେବୀ ରାଗରେ ବରଙ୍କୁ ଦେଇଥିଲେ ଶକ୍ତ ଚାପୁଡ଼ା। ଏହାପରେ ବେଦୀରୁ ଉଠିଥିଲେ ଓ ବାହା ହେବେ ନାହିଁ କହି ସେଠାରୁ ଚାଲି ଯାଇଥିଲେ। ବାହାଘର ବେଳେ ଏପରି ହାଇଡ୍ରାମା ଉତ୍ତର ପ୍ରଦେଶର ବରେଲୀରେ ଦେଖିବାକୁ ମିଳିଛି।

ସବୁକିଛି ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ୨୬ ବର୍ଷୀୟ ରବୀନ୍ଦ୍ର କୁମାର ବରଯାତ୍ରୀଙ୍କ ସହ ବିଳମ୍ବରେ ବାହାଘର ମଣ୍ଡପରେ ପହଞ୍ଚିଥିଲେ। ବିଳମ୍ବରେ ବାହା ହେବାକୁ ଆସିଥିବା ବରଯାତ୍ରୀ ମଣ୍ଡପରେ ପହଞ୍ଚିବା ମାତ୍ରେ ମଦ ନିଶାରେ ଅଭଦ୍ରଙ୍କ ଭଳି ବ୍ୟବହାର କରିଥିଲେ। ବରର ପରିବାର ଲୋକ ବାହାଘର ମଣ୍ଡପରେ ଅଧିକ ଯୌତୁକ ମାଗିଥିଲେ। ବାହାଘର ପୂର୍ବରୁ କନ୍ୟା ଘର ଲୋକ ୨.୫ ଲକ୍ଷ ଓ ବାହାଘର ଦିନ ସକାଳୁ ଆଉ ୨ ଲକ୍ଷ ଦେଇଥିଲେ। କିନ୍ତୁ ୪.୫ ଲକ୍ଷ ଟଙ୍କା ପାଇବା ସତ୍ତ୍ୱେ ବର ଘର ଲୋକଙ୍କ ମନ ବୁଝି ନଥିଲା। ସେମାନେ ମଣ୍ଡପରେ ଅଧିକ ଟଙ୍କା ମାଗିଥିଲେ। ଏହାକୁ ନେଇ ମଣ୍ଡପରେ ବେଶ କିଛି ସମୟରେ ଯୁକ୍ତିତର୍କ ହୋଇଥିଲା।

Advertisment

ପୂରା ଘଟଣାର ଆଉ ଗୋଟିଏ କାହାଣୀ ହେଲା ରବୀନ୍ଦ୍ର କୁମାର ନିଜ ପସନ୍ଦର ଗୋଟିଏ ଝିଅଙ୍କୁ ବାହା ହେବାକୁ ଚାହୁଁଥିଲେ। ବାହାଘର ଦିନ ସେ ମଣ୍ଡପକୁ ପ୍ରଚୁର ମଦ ପିଇ ଆସିଥିଲେ। ମଣ୍ଡପରେ ପହଞ୍ଚିବା ପରେ ସେ କନ୍ୟା ପକ୍ଷଙ୍କ ସହ ଅଭଦ୍ରଙ୍କ ଭଳି ବ୍ୟବହାର କରିଥିଲେ। ବାହାଘର ଅଧାରୁ ମଧ୍ୟ ସେ ନିଜ ସାଙ୍ଗମାନଙ୍କ ସହ ମଦ ପିଇବାରେ ଲାଗିଥିଲେ।

ପଣ୍ତିତ ଫୁଲ ମାଳ ଅଦଳବଦଳ ପାଇଁ ଡାକିବା ବେଳେ ମଧ୍ୟ ପିଇବାରେ ଲାଗିଥିଲେ। ତେବେ ପଣ୍ଡିତଙ୍କ ଡକରା ପାଇଁ ସେ ଝୁଲିଝୁଲି ବେଦୀକୁ ଆସିଥିଲେ। ଏହାପରେ ଫୁଲମାଳ ଅଦଳବଦଳ ହୋଇଥିଲା। କିନ୍ତୁ ନିଶାରେ ଚୁର ରବୀନ୍ଦ୍ର କନ୍ୟା ରାଧାଙ୍କ ବଦଳରେ ତାଙ୍କ ପାଖରେ ଛିଡ଼ା ହୋଇଥିବା ବନ୍ଧୁଙ୍କ ବେକରେ ଫୁଲ ମାଳ ପକାଇ ଦେଇଥିଲେ। ଯୌତୁକ ଦାବିକୁ ନେଇ ରାଗରେ ଥିବା ରାଧା ଏବେ ଫୁଲ ମାଳ କାଣ୍ଡକୁ ନେଇ ପୂରା ଚିହିଁକି ଉଠିଥିଲେ। ସେ ସିଧା ସର୍ବସମ୍ମୁଖରେ ରବୀନ୍ଦ୍ରଙ୍କୁ ଶକ୍ତ ଚାପୁଡ଼ା ମାରିବା ସହ ବେଦୀରୁ ଚାଲି ଯାଇଥିଲେ।

ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ ଓ ମାରପିଟ। ସେମାନେ ପରସ୍ପର ଉପରକୁ ଚେୟାର ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଫିଙ୍ଗିଥିଲେ। ଶେଷରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ସହ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଥିଲା।

ପୁଲିସ୍‌ ବରଯାତ୍ରୀଙ୍କୁ ବିଦା କରିଥିବା ବେଳେ ବର ଓ ତାଙ୍କର କିଛି ସାଙ୍ଗକୁ ଥାନାକୁ ଡାକିଥିଲା। କନ୍ୟା ଘର ଲୋକ ମଧ୍ୟ ଥାନାକୁ ଆସିଥିଲେ। ଦୁଇ ପକ୍ଷଙ୍କୁ ବୁଝାସୁଝା କରିଥିଲେ ହେଁ କିଛି ବି ସୁଫଳ ମିଳି ନାହିଁ। କନ୍ୟା ଘରର ଲୋକ ବାହାଘରକୁ ବାତିଲ କରି ଦେଇଛନ୍ତି। ସେହିପରି ଅଧିକ ଯୌତୁକ ମାଗିଥିବାରୁ ପୁଲିସ ବର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Uttar Pradesh Bride Case Groom
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe