Advertisment

ମିଳିଲାନି ମଟନ ସୁପ୍‌, ଭାଙ୍ଗି ଦେଲେ ବାହାଘର

ନଭେମ୍ବର ମାସରେ ସେମାନଙ୍କ ନିର୍ବନ୍ଧ ନିଜାମାବାଦରେ ହୋଇଥିଲା। କିନ୍ତୁ ନିର୍ବନ୍ଧର କିଛି ସମୟ ପରେ ହିଁ ବାହାଘର ଭାଙ୍ଗି ଯାଇଛି।

Mutton

Mutton

Advertisment

ସାମାନ୍ୟ ମଟନ ସୁପ ପାଇଁ ଭାଙ୍ଗି ଯାଇଛି ବାହାଘର। ବର ପକ୍ଷ ଲୋକ ମଟନ ସୁପ ନ ପାଇବାରୁ ଭାଙ୍ଗି ଦେଇଛନ୍ତି ବାହାଘର। କନ୍ୟା ଘର ଲୋକଙ୍କ ସହ ସେମାନେ ମଟନ ସୁପ ପାଇଁ ଝଗଡ଼ା ମଧ୍ୟ କରିଛନ୍ତି। କନ୍ୟା ଘର ପ୍ରସ୍ତୁତ କରିଥିବା ଆମିଷ ମେନ୍ୟୁରେ ଛେଳି ହାଡ଼ ରସରେ ପ୍ରସ୍ତୁତ ସୁପ ନଥିବାରୁ ବାହାଘର ଭାଙ୍ଗି ଯାଇଛି। ଏପରି ଘଟଣା ତେଲଙ୍ଗାନାରେ ଦେଖିବାକୁ ମିଳିଛି।

Advertisment

କନ୍ୟା ପକ୍ଷଙ୍କ ଘର ନିଜାମାବାଦରେ ହୋଇଥିବା ବେଳ ବର ପକ୍ଷ ଜଗତିୟାଲ ଅଞ୍ଚଳରେ। ନଭେମ୍ବର ମାସରେ ସେମାନଙ୍କ ନିର୍ବନ୍ଧ ନିଜାମାବାଦରେ ହୋଇଥିଲା। କିନ୍ତୁ ନିର୍ବନ୍ଧର କିଛି ସମୟ ପରେ ହିଁ ବାହାଘର ଭାଙ୍ଗି ଯାଇଛି।

କନ୍ୟା ପକ୍ଷ ବର ଘର ଲୋକ, ଅତିଥି ଓ ସମ୍ପର୍କୀୟଙ୍କ ପାଇଁ ଆମିଷ ମେନ୍ୟୁ ପ୍ରସ୍ତୁତ କରିଥିଲେ। କିନ୍ତୁ ଏଥିରେ ମଟନ ସୁପ ନଥିଲା। ନିର୍ବନ୍ଧ ପରେ ମଟନ ସୁପକୁ ନେଇ ବର ଘର ଲୋକ ହଲାପଟା କରିଥିଲେ।

Advertisment

କନ୍ୟା ଘର ଲୋକ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ସ୍ଥିତି ଏପରି ହୋଇ ହୋଇଥିଲା ଯେ ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ।

ବିବାଦ ବଢ଼ିବାରୁ ପୁଲିସ ପୂରା ମାମଲାରେ ହସ୍ତକ୍ଷେପ କରିଥିଲା। ପୁଲିସ୍‌ ବର ପକ୍ଷଙ୍କୁ ବୁଝାସୁଝା କରି ଆପୋଷ ସମାଧାନ କରିବାକୁ କହିଥିଲା। କିନ୍ତୁ ସେମାନେ ଏପରି ଅପମାନକୁ ସହ୍ୟ କରିବେ ନାହିଁ ବୋଲି କହିଥିଲେ।

ମଟନ ସୁପ ମେନ୍ୟୁରେ ନଥିଲେ ହେଁ ଏକଥା ଜାଣିଶୁଣି କନ୍ୟା ଘର ଲୋକ ଲୁଚାଇ ଥିଲେ ବୋଲି ବର ଘର ଲୋକ କହିଛନ୍ତି। ଶେଷରେ ନିର୍ବନ୍ଧ ପାର୍ଟିରେ ହିଁ ବାହାଘରକୁ ଭାଙ୍ଗି କର ଘର ଲୋକ ଚାଲି ଯାଇଥିଲେ।

Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe