Advertisment

ସପ୍ତାହକ ଭିତରେ କରୋନା ସଂକ୍ରମଣ ୭୯% ବଢ଼ିଲାଣି

ଏପ୍ରିଲ ୩ରୁ ୯ ମଧ୍ୟରେ କରୋନା ୬୮ ଜଣଙ୍କ ଜୀବନ ନେଇଛି। ପୂର୍ବ ସପ୍ତାହରେ ଏହା ୪୧ ରହିଥିଲା। ସଂକ୍ରମଣ ଓ କରୋନା ମୃତ୍ୟୁସଂଖ୍ୟା ବଢ଼ିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Corona

Corona

Advertisment

ପୁଣିଥରେ ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଆରମ୍ଭ କଲାଣି ମହାମାରୀ କରୋନା। ସ୍ଥିତି ଏପରି ହୋଇଛି ଯେ ସମଗ୍ର ଦେଶରେ କରୋନା ସଂକ୍ରମଣ ସପ୍ତାହକ ମଧ୍ୟରେ ୭୯% ବୃଦ୍ଧି ପାଇଛି। ପୂର୍ବ ରବିବାର ଠାରୁ ଏଇ ରବିବାର ମଧ୍ୟରେ ୩୬ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ଗତ ୭ ମାସର ରେକର୍ଡ ଭାଙ୍ଗିଛି। ପୂର୍ବ ସପ୍ତାହରେ ଯେଉଁ ସବୁ ରାଜ୍ୟରେ ସଂକ୍ରମଣ ଗ୍ରାଫ ତଳମୁହାଁ ଥିଲା ଏବେ ସେଠାରେ ମଧ୍ୟ ସଂକ୍ରମଣ ବ୍ୟାପିବା ଆରମ୍ଭ ହେଲାଣି।

Advertisment

କରୋନା ଜନିତ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ କମ ଥିଲେ ମଧ୍ୟ ଗତ ସପ୍ତାହ ତୁଳନାରେ ବୃଦ୍ଧି ପାଇଛି। ଏପ୍ରିଲ ୩ରୁ ୯ ମଧ୍ୟରେ କରୋନା ୬୮ ଜଣଙ୍କ ଜୀବନ ନେଇଛି। ପୂର୍ବ ସପ୍ତାହରେ ଏହା ୪୧ ରହିଥିଲା। ସଂକ୍ରମଣ ଓ କରୋନା ମୃତ୍ୟୁସଂଖ୍ୟା ବଢ଼ିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

କେରଳ ସ୍ଥିତି ସବୁଠାରୁ ଅଧିକ ଖରାପ ରହିଛି। କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ଏଠାରେ ସବୁଠାରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ୭ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ୨.୪ ଗୁଣ ବୃଦ୍ଧି ପାଇଛି। ଏଠାରେ ୧୧,୨୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସଂକ୍ରମଣ ୩୨% ବଢ଼ି ୪,୫୮୭, ଦିଲ୍ଲୀରେ ୯୪% ବଢ଼ି ୩,୮୯୬, ହରିଆଣାରେ ୧୪୭% ବଢ଼ି ୨୧୪୦ ଓ ଗୁଜରାଟରେ ୨,୦୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ବଢ଼ୁଥିଲେ ହେଁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା, ରାଜସ୍ଥାନ, ଛତିଶଗଡ଼ ଓ ଜମ୍ମୁ-କଶ୍ମୀର ରହିଛନ୍ତି। ରାଜସ୍ଥାନରେ ସଂକ୍ରମଣ ସପ୍ତାହକ ମଧ୍ୟରେ ୩ ଗୁଣା ବଢ଼ି ୧୯୪ରୁ ୬୩୧ରେ ପହଞ୍ଚଛି। ଛତିଶଗଡ଼ରେ ୧୧୩ରୁ ୪୬୨, ଓଡ଼ିଶାରେ ୧୯୩ରୁ ୫୯୭ ଓ ଜମ୍ମୁ-କଶ୍ମୀରରେ ୧୨୯ରୁ ସଂକ୍ରମିତଙ୍କ ସଂଖ୍ୟା ୪୧୩ ଛୁଇଁଛି।

ଭାରତରେ ଏପ୍ରିଲ ୩ରୁ ୯ ମଧ୍ୟରେ ମୋଟ ୩୬,୨୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଏହା ୨୦,୨୯୩ ଥିଲା। ସେହିପରି ଟିପିଆର ଗତ ସପ୍ତାହରେ ୨.୫% ଥିବା ବେଳେ ରବିବାର ସୁଦ୍ଧା ଏହା ୪% ଅତିକ୍ରମ କରିଛି। 

Corona Cases In India Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe