Advertisment

'୪ ବର୍ଷ ହେବ ଶୋଇଥିଲ କି?' ଗେମ୍ ଜୋନ୍ ଅଗ୍ନିକାଣ୍ଡକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ହାଇକୋର୍ଟ

ରାଜକୋଟ ଭିଡିଓ ଗେମିଂ ଜୋନ୍ ଅଗ୍ନିକାଣ୍ଡ ଘଟଣାକୁ ନେଇ ନଗର ନିଗମ ଉପରେ ବର୍ଷିଛନ୍ତି ହାଇକୋର୍ଟ।

author-image
Debibandita Barick
File Photo

File Photo

ଗୁଜରାଟ ରାଜକୋଟ ଭିଡିଓ ଗେମିଂ ଜୋନ୍ ଅଗ୍ନିକାଣ୍ଡ ଘଟଣାକୁ ନେଇ ନଗର ନିଗମ ଉପରେ ବର୍ଷିଛନ୍ତି ହାଇକୋର୍ଟ। ଏପରି ଘଟଣାକୁ 'ମାନବ ବିପର୍ଯ୍ୟୟ' କହିବା ସହ ସହରରେ ଥିବା ମାତ୍ର ଦୁଇଟି ଗେମିଂ ଜୋନର କାଗଜପତ୍ର ଏବଂ ସୁରକ୍ଷାକୁ ଯାଞ୍ଚ କରିବାରେ ମ୍ୟୁନିସିପାଲ ବିଫଳ, ଆମେ ଆଉ ପ୍ରଶାସନ କି ସରକାରଙ୍କ ଉପରେ ବିଶ୍ୱାସ କରିପାରୁ ନାହୁଁ ବୋଲି କୋର୍ଟ କହିଛନ୍ତି।

Advertisment

ଆଜି ଗୁଜୁରାଟ ହାଇକୋର୍ଟର ବିଚାରପତି ବିରେନ ବୈଷ୍ଣୋ ଏବଂ ଜଷ୍ଟିସ ଦେବନ ଦେସାଇଙ୍କୁ ନେଇ ଖଣ୍ଡପୀଠ ରାଜକୋଟ ଅଗ୍ନିକାଣ୍ଡ ଘଟଣାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ରାଜକୋଟ ଗେମ୍ ଜୋନ୍ ଅନଧିକୃତ ଅଞ୍ଚଳରେ ଥିଲା। ସରକାରୀ ନିୟମ ଅନୁସାରେ ଏହାକୁ ନିୟମିତ କରିବା ପାଇଁ ଅନୁମୋଦନ ମଗା ଯାଇଥିଲା। ଗତ ୪ ବର୍ଷ ମଧ୍ୟରେ ହାଇକୋର୍ଟ ଅନେକ ନିଷ୍ପତ୍ତି ଏବଂ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ ଏକାଧିକ ଗେମିଂ ଜୋନରେ ବାରମ୍ବାର ଏପରି ଘଟଣା ଘଟିଛି। ଏବେ ଆଉ ଆମେ ସ୍ଥାନୀୟ ବ୍ୟବସ୍ଥା କି ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ କରିପାରୁ ନାହୁଁ।

ରାଜକୋଟ ନଗର ନିଗମ ମଧ୍ୟ ଗେମିଂ ଜୋନକୁ ଅନୁମୋଦନ ଦେଇନଥିବା କହିବା ପରେ କୋର୍ଟ କ୍ରୋଧିତ ହୋଇ କହିଥିଲେ, ଆପଣ ଅନ୍ଧ ହୋଇଯାଇଛନ୍ତି କି? ୪ ବର୍ଷ ହେଲା ଗେମିଂ ଜୋନ୍ ଚାଲିଥିଲା, ଆପଣ ଶୋଇପଡିଥିଲେ କି? ଯଦି ଆପଣ ଆଖି ବୁଜି ଦେଇଥିଲେ, ତେବ ଆପଣଙ୍କର ଅନ୍ୟ କାର୍ଯ୍ୟକର୍ତ୍ତାମାନେ କ’ଣ କରୁଥିଲେ?

Advertisment

ଗେମିଂ ଜୋନକୁ ଯାଇଥିବା କିଛି ଅଧିକାରୀଙ୍କ ଫଟୋକୁ ନେଇ ମଧ୍ୟ ବର୍ଷିଚନ୍ତି କୋର୍ଟ। ଅଦାଲତ କହିଛନ୍ତି, ସେଠାକୁ ଖେଳିବାକୁ ଯାଇଥିବା ଅଧିକାରୀମାନେ କିଏ? ଆଜି କିମ୍ବା ଆସନ୍ତାକାଲି ମଧ୍ୟରେ ସହରରେ ଥିବା ଗେମିଂ ଜୋନ ଉପରେ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ମନୀଷା ଲବ କୁମାର ଶାହ କୋର୍ଟକୁ କହିଛନ୍ତି, ୭୨ ଘଣ୍ଟା ମଧ୍ୟରେ ଏସଆଇଟି ଗଠନ କରାଯାଇଛି ଏବଂ ରିପୋର୍ଟ ମଗାଯାଇଛି। ଏପରି ଘଟଣାରେ ପ୍ରଥମ ଥର ପାଇଁ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ମଗାଯିବା ସହ ଗତ ୪8 ଘଣ୍ଟା ମଧ୍ୟରେ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଆଜି କିମ୍ବା ଆସନ୍ତାକାଲି ପର୍ଯ୍ୟନ୍ତ ଆମେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି, ଶନିବାର ସନ୍ଧ୍ୟାରେ ରାଜକୋଟ ଗେମ୍ ଜୋନ୍ ଟିଆରପିରେ ଭୟାବୟ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪ ଜଣ ପିଲାଙ୍କ ସମେତ ୩୨ ଜଣଙ୍କର ମୃତ୍ୟୁ ଘଟିଛି।

Gujarat High Court Rajkot Game Zone News Rajkot Fie Incident