Advertisment

ଶ୍ରାବଣ ଶେଷ ସୋମବାରରେ ଅଘଟଣ, ୬ କାଉଡ଼ିଆଙ୍କୁ ଦଳିଦେଲା ଏସ୍‌ୟୁଭି

କାଉଡ଼ିଆଙ୍କ ଉପରେ ଚଢ଼ି ଯିବା ପରେ ଏସ୍‌ୟୁଭିଟି ରାସ୍ତାକଡ଼କୁ ଓଲିଟି ପଡିଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଶ୍ରାବଣ ମାସ ଶେଷ ସୋମବାରରେ ଅଘଟଣ। ଅଧା ରହିଗଲା ମହାଦେବଙ୍କ ମଥାରେ ଜଳଲାଗି। କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗର ବାଗଡୋଗରା ନିକଟରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା ଯୋଗୁ ବାବାଧାମରେ ଭଗବାନ ଶିବଙ୍କ ନିକଟରେ ଜଳଲାଗି କରି ଏସ୍‌ୟୁଭିରେ କିଛି କାଉଡିଆ ସିକ୍କିମ ଯାଇଉଥିଲେ। ଅନ୍ୟପଟେ ବାଗଡୋଗରା ରିଜର୍ଭ ଫରେଷ୍ଟ ସ୍ଥିତ ଜଙ୍ଗଲି ବାବା ମନ୍ଦିର ଆଡକୁ ଚାଲି ଚାଲି କିଛି କାଉଡିଆ ଜଳ ନେଇ ଯାଉଥିଲେ।

ଏହି ସମୟରେ ଉକ୍ତ ଏସ୍‌ୟୁଭି ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା କାଉଡିଆଙ୍କୁ ଦଳି ଦେଇ ରାସ୍ତାକଡକୁ ଓଲଟି ପଡିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି। ସେହିପରି ଏସ୍‌ୟୁଭିରେ ଥିବା ସମସ୍ତ କାଉଡିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସମସ୍ତ ମୃତକ ଫନ୍‌ସିଦେବା ଦାନାଗଞ୍ଜ ଅଞ୍ଚଳର ବୋଲି ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବାବାଧାମରୁ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥ ୩୧ରେ ଚାଲୁଥିବା କାଉଡିଆଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Accident West Bengal Kanwar Yatra Kanwariya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe