Advertisment

ଘରେ ଲାଗିଲା ନିଆଁ; ମା’ ଝିଅ ସମେତ ୩ ଜୀବନ୍ତ ଦଗ୍ଧ

ଘରେ ନିଆଁ ଲାଗି ମା’, ଝିଅ ସମେତ ୩ ଜଣ ଜୀବନ୍ତ ଦଗ୍ଧ ହୋଇଗଲେ। ଏପରି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ପ୍ରାଗଣା ଜିଲ୍ଲାରେ ଗତ ରାତିରେ ଘଟିଛି।

author-image
Niharika Rout
fire broke out

fire

ଘରେ ନିଆଁ ଲାଗି ମା’, ଝିଅ ସମେତ ୩ ଜଣ ଜୀବନ୍ତ ଦଗ୍ଧ ହୋଇଗଲେ। ଏପରି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ପ୍ରାଗଣା ଜିଲ୍ଲାରେ ଗତ ରାତିରେ ଘଟିଛି।

Advertisment

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ୩୦ ପରେ ଘରେ ନିଆଁ ଲାଗି ତାହା ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଆପ୍ରାଣ ଚେଷ୍ଟା ଚଳାଇଥିଲେ। ମାତ୍ର ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ନିଆଁ ଆୟତ୍ତକୁ ଆସିବା ପରେ ଅଗ୍ନିଶମ କର୍ମଚାରୀ ଘର ଭିତରୁ ୩ ମୃତ ଦେହ ଉଦ୍ଧାର କରିଥିଲେ। ସେଥିରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ବି ଅଛନ୍ତି।

Advertisment

ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଘରେ ବେଆଇନ ଭାବ ବାଣ ତିଆରି ଚାଲିଥିବା ବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ଏହାର ତଦନ୍ତ ହେବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

West Bengal Deadbody Fire Accident