Advertisment

ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କଲା ଇଡି, ବଢ଼ିଗଲା ମନ୍ତ୍ରୀଙ୍କ ବ୍ଲଡପ୍ରେସର୍‌

ଗୁରୁବାର ଇଡି ଟିଏମ୍‌ସି ନେତା ଜ୍ୟେତିପ୍ରିୟ ମଲ୍ଲିକଙ୍କ ଘରେ ଚଢ଼ାଉ କରିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Bengal minister Jyotipriya Mallick

Bengal minister Jyotipriya Mallick

ତୃଣମୂଳ କଂଗ୍ରେସ ନେତା ଜ୍ୟୋତିପ୍ରିୟ ମଲ୍ଲିକଙ୍କ ଆହୁରି ବଢ଼ିଲା ଅଡୁଆ। ରାସନ ବଣ୍ଟନ ଦୁର୍ନୀତିରେ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଏହି ନେତାଙ୍କ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡିର ଏହି ଆକ୍ସନ ପରେ ତାଙ୍କ ଆକାଉଣ୍ଟରୁ ଆଉ ଟଙ୍କାଟିଏ ମଧ୍ୟ କେହି କାଢ଼ି ପାରିବେ ନାହିଁ। ସୂଚନାନୁସାରେ, ଇଡି ମଲ୍ଲିକଙ୍କ ସମ୍ପତ୍ତି ଜବତ କରିବାକୁ ପ୍ରସ୍ତୁତ ଚଳାଇଛି।

Advertisment

ସେପଟେ ଇଡି ହେପାଜତରେ ଥିବା ବେଳେ ଆଜି ଟିଏମ୍‌ସି ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି। ସେ ଚେତାଶୂନ୍ୟ ହୋଇପଡିବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ତାଙ୍କ ରକ୍ତଚାପ  ଓ ସୁଗାର ବଢ଼ି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଚିକିତ୍ସା ପରେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି। 

କହିରଖୁ ଯେ, ଗୁରୁବାର ଦିନ ଇଡି ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟେତିପ୍ରିୟ ମଲ୍ଲିକଙ୍କ ଘରେ ଚଢ଼ାଉ କରିଥିଲା। ଏକା ସହ ୮ଟି ସ୍ଥାନରେ ରେଡ୍‌ କରିଥିଲା ଇଡି।ଏହା ପରେ ଏହି ଟିଏମ୍‌ସି ନେତାଙ୍କୁ ପଚରାଉଚରା କରାଯାଇଥିଲା। ପରେ ଶୁକ୍ରବାର ସକାଳେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଇଡି ତାଙ୍କୁ ଗିରଫ କରିଛି। ଗିରଫ ପରେ ଇଡି ତାଙ୍କୁ କୋର୍ଟରେ ହାଜର କରିଥିଲା। ଏଠାରୁ କୋର୍ଟ ତାଙ୍କୁ ନଭେମ୍ବର ୬ ଯାଏ ଇଡି ହେପାଜତକୁ ପଠାଇଥିଲେ।

Advertisment

ଇଡି ଦ୍ୱାରା ଗିରଫ ହେବା ପରେ ମୁଁ ଏକ ବଡ଼ ଷଡ଼ଯନ୍ତ୍ରର ଶିକାର ହୋଇଛି ବୋଲି ଟିଏମ୍‌ସି ମନ୍ତ୍ରୀ କହିଛନ୍ତି। ଏହି ଷଡଯନ୍ତ୍ର ପଛରେ ବିଜେପି ଓ ତାଙ୍କ ନେତା ଶୁଭେନ୍ଦୁ ଅଧିକାରୀଙ୍କ ହାତ ଥିବା ଗିରଫ ଟିଏମ୍‌ସି ମନ୍ତ୍ରୀ ଜ୍ୟେତିପ୍ରିୟ ମଲ୍ଲିକ ଅଭିଯୋଗ କରିଛିନ୍ତି।

ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଇଡି ମନ୍ତ୍ରୀଙ୍କ ଜଣେ ସହଯୋଗୀ ବକିବୁର୍‌ ରେହମାନଙ୍କୁ ଗିରଫ କରିଥିଲା। ବକିବୁରଙ୍କ ରିମାଣ୍ଡ ଚଳିତ ସପ୍ତାହରେ ଶେଷ ହେବାକୁ ଯାଉଛି। ସୂତ୍ରରୁ ପ୍ରକାଶ ଯେ, ରିମାଣ୍ଡ ଅବଧି ସରିବା ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ଏହି ଘଟଣାର ପୂରା ତଥ୍ୟ ଜାଣିବା ପାଇଁ ବକିବରୁ ରେହମାନ ଓ ଜ୍ୟୋତିପ୍ରିୟଙ୍କ ବସାଇ ମୁହାଁମୁହିଁ ପଚରାଉଚରା କରିପାରେ।