ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ନ୍ୟାୟ ଦାବିରେ ହାଇକୋର୍ଟକୁ ଯିବ ବିଜେପି

ସୂଚନା ଅନୁଯାୟୀ, ନିର୍ବାଚନୀ ହିଂସାରେ ଗତ ୨୪ ଘଣ୍ଟା ଭିତରେ ୧୫ ଜଣଙ୍କ ମୃତ୍ୟୁ ହେଲାଣି। ସ୍ଥିତିର ଗମ୍ଭୀରତାକୁ ଦେଖି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। 

Violence in West Bengal panchayat polls PhotoOR

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା

Niranjan Mishra
  • Published: Saturday, 08 July 2023
  • Updated: 08 July 2023, 10:35 PM IST

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ପ୍ରସଙ୍ଗରେ ନ୍ୟାୟ ଦାବି କରି ହାଇକୋର୍ଟକୁ ଯିବ ବିଜେପି । ଆସନ୍ତା ମଙ୍ଗଳବାର ପଶ୍ଚିମବଙ୍ଗ ବିଜେପି କୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହେବ। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ତା ପୂର୍ବରୁ ସେ ଆଜି କୋଲକାତାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବି ଜଣାଇଛନ୍ତି। ତୁରନ୍ତ ସବୁ ପୋଲିଂ ବୁଥର ସିସିଟିଭି ଯାଞ୍ଚ କରି, ଯେଉଁଠାରେ ହିଂସା ଦେଖିବାକୁ ମିଳିଛି ଏବଂ ଯେଉଁ ସବୁ ବୁଥରେ ସିସିଟିଭି କାମ କରୁନାହିଁ, ସେସବୁ ସ୍ଥାନରେ ପୁନଃ ନିର୍ବାଚନ କରିବାକୁ ଦାବି ରଖାଯାଇଛି। ସେହିସବୁ ବୁଥରେ ୧୪୪ ଧାରା ଜାରି କରିବା ସହିତ ସିଏପିଏଫ୍ ମୁତୟନ ପାଇଁ ମଧ୍ୟ ଦାବି ହୋଇଛି।

ନିର୍ବାଚନୀ ହିଂସାରେ ଆଜି ୧୯ ଜଣଙ୍କ ଜୀବନ ଯାଇଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିବା ସହିତ, ହିଂସାକାଣ୍ଡର ଏନ୍ଆଇଏ ଓ ସିବିଆଇ ତଦନ୍ତ ଦାବି କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ଏଥିସହିତ ରାଜ୍ୟ ନିର୍ବାଚନ କମିଶନର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ଦେବାକୁ ଦାବି କରିଛନ୍ତି । ଆଜି ଗଣତନ୍ତ୍ର ପାଇଁ କଳାଦିନ ବୋଲି କହିବା ସହିତ ହାତରେ କଳା ପଟି ବାନ୍ଧିଛନ୍ତି ବିଜେପି ନେତା। ସେପଟେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଟୁଇଟ୍ କରାଯାଇଛି ଲୋମଟାଙ୍କୁରା ଭିଡିଓ ।

Also Read

ହାତରେ ବନ୍ଧୁକ ଧରି କିଛି ଲୋକ ଆଉ ଏକ ଗୋଷ୍ଠୀର ଲୋକଙ୍କୁ ଗୋଡ଼ାଉଥିବା ଏବଂ ଆକ୍ରମଣ କରୁଥିବା ଏଥିରେ ଦେଖିବାକୁ ମିଳିଛି। ନିର୍ବାଚନୀ ନିଆଁରେ ଜଳୁଛି ପଶ୍ଚିମବଙ୍ଗ। ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହୋଇଥିବା ବେଳେ, ଅଧିକାଂଶ ଜିଲ୍ଲାରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଅଭାବନୀୟ ଆଇନଶୃଙ୍ଖଳାକୁ ଅସହାୟ ପୁଲିସ ଓ ସୁରକ୍ଷାକର୍ମୀ।

ସୂଚନା ଅନୁଯାୟୀ, ନିର୍ବାଚନୀ ହିଂସାରେ ଗତ ୨୪ ଘଣ୍ଟା ଭିତରେ ୧୫ ଜଣଙ୍କ ମୃତ୍ୟୁ ହେଲାଣି। ସ୍ଥିତିର ଗମ୍ଭୀରତାକୁ ଦେଖି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କୁଚବିହାରରେ ହୁତୁହୁତୁ ହୋଇ ଜଳୁଛି, ବୀରଭୂମରେ ପୋଖରୀ ମଝିରେ ଭାସୁଛି ବାଲଟ ବାକ୍ସ। କେଉଁଠି ବାଲଟ ବାକ୍ସ ଲୁଟର ଶିକାର ହୋଇଛି, ତ ଆଉ କେଉଁଠି ଖୋଲାମେଲା ହୋଇ ତଳେ ଲୋଟୁଛି।

ନିର୍ବାଚନ ବେଳେ ଅଭେଦ୍ୟ ସୁରକ୍ଷାବଳୟରେ ରହୁଥିବା ବାଲଟ ବକ୍ସର ଏଭଳି ଦୁର୍ଦ୍ଦଶା ସ୍ପଷ୍ଟ ବଖାଣୁଛି ବଙ୍ଗ ନିର୍ବାଚନର ବିକଳ ସ୍ଥିତି। ଏଣେ ତେଣେ ଚିରାଫିଙ୍ଗା ହୋଇ ପଡ଼ିଛି ଭୋଟରଙ୍କ ବହୁମୂଲ୍ୟ ମତ ବହନ କରୁଥିବା ବାଲଟ୍ ପେପର। ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିବା ବେଳେ, ସକାଳୁ ହିଁ ବିଭିନ୍ନ ସ୍ଥାନରେ ହିଂସା ଆରମ୍ଭ ହୋଇଯାଇଥିଲା। ଦିନ ତମାମ୍ ଜାରି ରହିଥିଲା ଆତଙ୍କର ବାତାବରଣ। ସାମ୍ନାକୁ ଆସିଥିଲା ବୁଥ୍ ଅକ୍ତିଆର, ଭଙ୍ଗାରୁଜା, ପୋଡ଼ାଜଳା ଓ ବାଲଟ୍ ବକ୍ସ ନଷ୍ଟ କରାଯିବାର ଗଣ୍ଡା ଗଣ୍ଡା ମାମଲା।

ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିବା ବେଳେ, କିଛି ସ୍ଥାନରେ ବୋମା ପଡ଼ିଛି ଓ ଗୁଳି ବି ଫୁଟିଛି। ପୋଲିଂପାର୍ଟି ଆକ୍ରମଣର ଶିକାର ହୋଇଛନ୍ତି ଏବଂ ପୁଲିସ ସହ ବି ଧସ୍ତାଧସ୍ତି ହୋଇଛି। ନିର୍ବାଚନୀ ହିଂସାର ଶିକାର ହୋଇ ଗତ ୨୪ ଘଣ୍ଟାରେ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।

ନିର୍ବାଚନୀ ହିଂସା ପାଇଁ ବାରମ୍ବାର ଅପଯଶ ସାଉଁଟୁଥିବା ପଶ୍ଚିମବଙ୍ଗ, ଏଥର ବି ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଛି । ମାଳମାଳ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ସତ୍ତ୍ୱେ; ମୁର୍ଶିଦାବାଦ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଗଜପୁର, ମାଲଦା, ଓ କୁଚବିହାର ଆଦି ଜିଲ୍ଲାରେ ନିର୍ବାଚନୀ ହିଂସାର ବହୁ ଘଟଣା ସାମ୍ନାକୁ ଆସିଛି। କିଛି ସ୍ଥାନରେ ମତଦାନକୁ ସ୍ଥଗିତ ରଖିବାକୁ ପଡ଼ିଛି । ପରିସ୍ଥିତିକୁ ଦେଖି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏଭଳି ହିଂସାକାଣ୍ଡ ପାଇଁ ବିଜେପି ଓ ଟିଏମ୍ସି ପରସ୍ପର ଉପରେ ଦୋଷ ଲଦିଥିବା ବେଳେ, କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ୍ କରିଛି। ତେଣେ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। 

ଅନ୍ୟପକ୍ଷରେ ହିଂସାସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ରଜ୍ୟପାଳ ସି.ଭି. ଆନନ୍ଦ ବୋଷ। ସେ ଉତ୍ତର ୨୪ ପ୍ରଗଣା ପୋଲିଂବୁଥ ପରିଦର୍ଶନ ପରେ ଶ୍ୟାମନଗରକୁ ଯିବା ବେଳେ, ସିପିଏମ କର୍ମୀ ତାଙ୍କୁ ରାସ୍ତାରେ ଅଟକାଇଥିଲେ।

ଆଜି ପଶ୍ଚିମବଙ୍ଗର ୬୩ହଜାର ୨୨୯ ପଞ୍ଚାୟତ, ୯ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୯୨୮ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହୋଇଛି । ଜୁଲାଇ ୧୧ରେ ଫଳ ଘୋଷଣା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story