Advertisment

ବଢ଼ିଲା ଦିଦିଙ୍କ ଅଡ଼ୁଆ, ହାଇକୋର୍ଟ ଗଲେ ରାଜ୍ୟପାଳ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ରାଜ୍ୟପାଳ।

Bengal Governor Vs Mamata Banerjee

Bengal Governor Vs Mamata Banerjee

Advertisment

ପଶ୍ଚିମବଙ୍ଗରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ବନାମ ରାଜ୍ୟପାଳଙ୍କ ଲଢ଼େଇ। ଶୁକ୍ରବାର କଲିକତା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟପାଳ ସିବି ଆନନ୍ଦ ବୋଷ। ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି। ଫଳରେ ମମତା ବାନାର୍ଜୀଙ୍କ ଅଡୁଆ ବଢ଼ିଛି।

Advertisment

ଦୁଇ ଦିନ ପୂର୍ବେ ମମତା କହିଥିଲେ ଯେ ରାଜ ଭବନରେ ଘଟୁଥିବା ଘଟଣା ଯୋଗୁ ମହିଳାମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି ବୋଲି ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବୟାନକୁ ବିରୋଧ କରି ଏବେ ରାଜ୍ୟପାଳ ତାଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ପଶ୍ଚିମବଙ୍ଗ ରାଜ୍ୟପାଳ ଏହା ପୂର୍ବରୁ ମମତା ବାନାର୍ଜୀଙ୍କ ଏହ ବିବାଦୀୟ ବୟାନକୁ ନେଇ ସମାଲୋଚନା କରିଥିଲେ। କହିଥିଲେ ଯେ ଜନ ପ୍ରତିନିଧୀମାନେ ମିଥ୍ୟା ଏବଂ ବଦନାମ ଭାବନା ସୃଷ୍ଟି କରିବେ ନାହିଁ ବୋଲି ଆଶା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ରାଜ୍ୟପାଳ କିଛି ଟିଏମସି ନେତାଙ୍କ ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି।

Advertisment

କହିରଖୁ ଯେ, ଗୁରୁବାର ରାଜ୍ୟ ସଚିବାଳୟରେ ଏକ ପ୍ରଶାସନିକ ବୈଠକ ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କହିଥିଲେ ଯେ ସମ୍ପ୍ରତି ଘଟଣା ହେତୁ ମହିଳାମାନେ ରାଜ ଭବନକୁ ଯିବାକୁ ଭୟ କରୁଛନ୍ତି ବୋଲି ମହିଳାମାନେ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ମେ' ୨ ତାରିଖରେ ରାଜଭବନର ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ବିରୋଧରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ। ଏହା ପରେ କୋଲକାତା ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।

Mamata Banerjee West Bengal Governor Calcutta High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe