Advertisment

NIAକୁ ମମତାଙ୍କ ପ୍ରଶ୍ନ, ରାତି ଅଧରେ କୁଆଡ଼େ ଯାଇଥିଲ?

ଏନଆଇଏର ତଦନ୍ତ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

author-image
Hemant Lenka
Mamata

Mamata

ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମେଦିନିପୁର ବିସ୍ଫୋରଣ ଘଟଣାର ଯାଞ୍ଚକୁ ତ୍ୱରାନ୍ୱିତ କରିଛି। ତେବେ ଏନଆଇଏର ତଦନ୍ତ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ଏନଆଇଏ ଟିମ କୋଲକାତା ଆସୁଥିବା ବେଳେ ଭୁପାଟିନଗର ଠାରେ ଆକ୍ରମଣର ଶିକାର ହୋଇଛି। କିନ୍ତୁ ମମତା ଭୁପାଟିନଗର ଠାରେ ଏନଆଇଏ ଗାଁ ଲୋକଙ୍କୁ ଆକ୍ରମଣ କରିବାରୁ ସେମାନେ ପ୍ରତି ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଭୁପାଟିନଗରର ମହିଳାମାନେ ଆକ୍ରମଣ କରି ନଥିଲେ। ଆକ୍ରମଣ ଏନଆଇଏ ପକ୍ଷରୁ ହୋଇଥିଲା। ମହିଳାମାନେ କ’ଣ ଆକ୍ରମଣ ବେଳେ ଚୁପରେ ବସି ରହିଥାଆନ୍ତେ? ୨୦୨୨ ଡିସେମ୍ବର ଘଟଣାକୁ କେନ୍ଦ୍ର କରି ଏନଆଇଏ ମହିଳାମାନଙ୍କ ଘର ଭିତରେ ପଶିଥିଲା। ଏହାକୁ ବିରୋଧ କରି ସେମାନେ କେବଳ ବିକ୍ଷୋଭ କରିଥିଲେ।”

Advertisment

ମଧ୍ୟରାତ୍ରରେ ଏନଆଇଏର ରେଡ୍‌କୁ ମମତା ସମାଲୋଚନା କରିଛନ୍ତି। ମମତା କହିଛନ୍ତି, “କାହିଁକି ସେମାନେ ରାତି ଅଧରେ ରେଡ କରୁଥିଲେ? କ’ଣ ସେମାନଙ୍କ ପାଖରେ ପୁଲିସ୍‌ର ଅନୁମତି ଥିଲା? ମଧ୍ୟରାତ୍ରରେ ଯଦି ହଠାତ୍‌ କେହି ବାହାର ଲୋକ ଏପରି କାମ କରିବ, ତା’ହେଲେ ଲୋକମାନେ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ।”

ପୁଲିସ୍‌ କହିଛି ଯେ ଭୁପାଟିନଗରରେ ଠାରେ ଏନଆଇଏ ଅଧିକାରୀଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା। ଅଧିକାରୀମାନେ ୨୦୨୨ ଡିସେମ୍ବର ମାସର ଗୋଟିଏ ବିସ୍ଫୋରଣ ଘଟଣାର ତଦନ୍ତ କରିବାକୁ ଯାଉଥିଲେ। ଆକ୍ରମଣ ଯୋଗୁ କିଛି ଅଧିକାରୀ ଆହତ ହୋଇଛନ୍ତି।

ବିସ୍ଫୋରଣ ଘଟଣାରେ ଏନଆଇଏ ରେଡ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଧରି ଅଧିକାରୀମାନେ କୋଲକାତା ଆସୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏନେଇ ଏନଆଇଏ ପକ୍ଷରୁ ଭୁପାଟିନଗର ପୁଲିସ୍‌ ଷ୍ଟେସନରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି।

୨୦୨୨ ଘଟଣାରେ ଏନଆଇଏ ଏବେ ତତ୍ପରତା ପ୍ରକାଶ କରିବାରୁ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇ ନିର୍ବାଚନ ଜିତିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।

Mamata Banerjee West Bengal Nia