Advertisment

ପଶ୍ଚିମବଙ୍ଗର ୬୯୭ଟି ବୁଥରେ ଆଜି ଚାଲିଛି ସାନି ମତଦାନ

ମାଲଦା, ନଦିଆ, ମୁର୍ଶିଦାବାଦ, ନଦିଆ, ପୁରୁଲିଆ, ବୀରଭୁମ୍, ଜଲପାଇଗୁଡ଼ି, ଦକ୍ଷିଣ ୨୪ ପ୍ରଗଣାର ଏକାଧିକ ବୁଥରେ ଶାନ୍ତି ଶୃଙ୍ଖଳାରେ ସାନି ମତଦାନ ଚାଲିଛି। ଏହା ମଧ୍ୟରେ ମୁର୍ଶିଦାବାଦରେ ସବୁଠୁ ଅଧିକ ୧୭୫ ବୁଥ୍ ଏବଂ ମାଲଦାରେ ୧୧୨ଟି ବୁଥ ରହିଛି।

ଅଦ୍ୟତନ ହୋଇଛି
Voting

Voting

Advertisment

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଯୋଗୁ ପ୍ରଭାବିତ ହୋଇଥିବା ବୁଥଗୁଡ଼ିକରେ ଆଜି ହେଉଛି ସାନି ମତଦାନ । ରାଜ୍ୟର ୬୯୭ଟି ବୁଥରେ ପୁଣି ଥରେ ଭୋଟଗ୍ରହଣ କରାଯାଉଛି।

Advertisment

ମାଲଦା, ନଦିଆ, ମୁର୍ଶିଦାବାଦ, ନଦିଆ, ପୁରୁଲିଆ, ବୀରଭୁମ୍, ଜଲପାଇଗୁଡ଼ି, ଦକ୍ଷିଣ ୨୪ ପ୍ରଗଣାର ଏକାଧିକ ବୁଥରେ ସାନି ମତଦାନ ଚାଲିଛି। ଏହା ମଧ୍ୟରେ ମୁର୍ଶିଦାବାଦରେ ସବୁଠୁ ଅଧିକ ୧୭୫ ବୁଥ୍ ଏବଂ ମାଲଦାରେ ୧୧୨ଟି ବୁଥ ରହିଛି।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନାହିଁ। ଗତକାଲି ବି ବିଭିନ୍ନ ସ୍ଥାନରେ ନିର୍ବାଚନ ଜନିତ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏପରିକି ଦୁର୍ବୃତ୍ତଙ୍କ ଆକ୍ରୋଶରୁ ପୁଲିସ କର୍ମଚାରୀ ମଧ୍ୟ ବର୍ତ୍ତି ପାରି ନଥିଲେ।

Advertisment

ଘଟଣା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରିବାକୁ ଦିଲ୍ଲୀ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ।ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଅମିତ୍ ଶାହଙ୍କୁ ଭେଟି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରିବେ।

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସମୟରେ ଯାହା ଘଟିଲା ତାହା ଅତ୍ୟନ୍ତ ଭୟାବହ ଥିଲା ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ। ଏବେ ଯାହା ହେଉଛି ତାହା ଲୋକତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ଲଗାତାର ଭାବେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ବିଭିନ୍ନ ଗୋଷ୍ଠୀର ଆକ୍ରମଣରେ ପ୍ରାୟ ୧୯ ଜଣଙ୍କ ଜୀବନ ଯାଇଛି। ଏଥିସହ ନିର୍ବାଚନ ବେଳେ କେଉଁଠି ବୁଥ୍‌ ଭଙ୍ଗାରୁଜା ହେଉଥିବାର ଭିଡିଓ ସାମନାକୁ ଆସିଥିଲା ତ କେଉଁଠି ଲୋକେ ବାଲାଟ ବକ୍ସକୁ ନେଇ ପାଣିରେ ଭସାଇ ଦେଇଥିଲେ। ତେଣୁ ରାଜ୍ୟର ୯୭ଟି ବୁଥରେ ଆଜି ପୁଣି ଥରେ ମତଦାନ ହେଉଛି।

West Bengal Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe