Advertisment

ଇଡି ଟାର୍ଗେଟ୍‌ରେ ମମତା, ମନ୍ତ୍ରୀଙ୍କ ଘରେ ରେଡ୍‌

ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ରେଡ୍‌ କରିଛି।

ED raids at tmc minister jyotipriyas places

ED raids at tmc minister jyotipriyas places

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟାର୍ଗେଟ୍‌ରେ ମମତା ବାନାର୍ଜୀ। ତାଙ୍କ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଏହି ସମାନ ମାମଲାରେ ଇଡି ବ୍ୟବସାୟୀ ବକିବୁର ରହମାନଙ୍କୁ ଗିରଫ କରିଥିଲା। ବକିବୁର ରହମାନ ମନ୍ତ୍ରୀ ଜ୍ୟୋତିପ୍ରିୟାଙ୍କ ଅତି ନିକଟତର ବୋଲି କୁହାଯାଉଛି।

Advertisment

ସୂଚନା ମୁତାବକ ଇଡିର ଏକ ଟିମ୍‌ ଆଜି କୋଲକାତାର ସଲ୍ଟ ଲେକ୍‌ ସ୍ଥିତ ଶାସକ ଟିଏମ୍‌ସିର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟାଙ୍କ ଦୁଇଟି ଫ୍ଲାଟ୍‌ରେ ଚଢ଼ାଉ କରିଛି। ଏଥିସହ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କ ସମେତ ଅନ୍ୟ ଆଠଟି ଫ୍ଲାଟରେ ମଧ୍ୟ ଚଢ଼ାଉ କରାଯାଇଛି।

ଇଡିର ଜଣେ ଅଧିକାରୀଙ୍କ କହିବା ମୁତାବକ, ଚଢ଼ାଉ ବେଳେ ମନ୍ତ୍ରୀ ଉକ୍ତ ସ୍ଥାନରେ ଉପସ୍ଥିତ ନଥିଲେ। ପରେ ସେ ଆସିଥିଲେ। ଆସିବା ପରେ ତାଙ୍କ ଠାରୁ ଫୋନ୍‌ ଛଡାଇ ନିଆଯାଇଥିଲା। ପରେ ତାଙ୍କୁ ପଚରାଉଚରା ଚାଲିଛି। ଫ୍ଲାଟ୍‌ ଭିତରେ ୮ ଜଣ ଅଧିକାରୀ ଅଛନ୍ତି। ଏହି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିସାରିଛି। ଉକ୍ତ ବ୍ୟକ୍ତିଙ୍କର ଶାସକ ତ୍ରୁଣମୂଳ କଂଗ୍ରେସ ଓ ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଛି।

Advertisment

ଉଲ୍ଲେଖଯୋଗ୍ୟ, ଆଜି ସକାଳୁ ଇଡି ଆକ୍ସନ ମୁଡ୍‌ରେ ରହିଛି। କେବଳ ପଶ୍ଚିମବଙ୍ଗ ନୁହେଁ ରାଜସ୍ଥାନରେ ମଧ୍ୟ ଇଡିର ଚଢ଼ାଉ ଚାଲିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅକୁ ଇଡି ପଚରାଉଚରା ପାଇଁ ସମନ ପଠାଇଛି। ଏଥିସହ ପେପର୍‌ ଲିକ୍‌ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଜୟପୁର ସ୍ଥିତ ବାସ ଭବନରେ ଇଡି ଚଢ଼ାଉ କରିଛି ଛାନଭିନ୍‌ ଚଳାଇଛି।

ED Raid TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe