Advertisment

ସନ୍ଦେଶଖାଲିରେ ହିଂସା, ୧୪୪ ଧାରା ଜାରି

ହାଇକୋର୍ଟଙ୍କ ରୋକ ସତ୍ତ୍ୱେ ପ୍ରଶାସନ ପୁଣି ଥରେ ଏଠାରେ ୧୪୪ ଧାରା ଲାଗୁ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Sandeshkhali Violence

Sandeshkhali Violence

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜାରି ରହିଛି ହିଂସା। ଏହାକୁ ଦୃଷ୍ଟିରେ ରଖି ଏଠାରେ ପୁଣି ଥରେ ମମତା ସରକାର ୧୪୪ ଧାରା ଲାଗୁ କରିଛନ୍ତି। ଏକାଧିକ ଲୋକ ରୁଣ୍ଡ ହେବା ନେଇ କଟକଣା ଲାଗୁ କରାଯାଇଛି। ଏହାକୁ ନେଇ ବିଜେପି ନେତା ବିରୋଧ କରିଛନ୍ତି। କେବଳ ବିଜେପି ନେତାଙ୍କ ପାଇଁ ଏହି ୧୪୪ ଧାରା ଲାଗୁ କରାଯାଇଛି। ଟିଏମ୍‌ସି ନେତାମାନେ ଏଠାରେ ବେଶ୍‌ ଆରାମରେ ବୁଲୁଥିବା ବିଜେପି ନେତା ସୁକାନ୍ତ ମୁଜମଦାର ଅଭିଯୋଗ କରିଛନ୍ତି। 

Advertisment

ସୂଚନା ମୁତାବକ ୧୯ ଫେବ୍ରୁଆରୀରେ କଲିକତା ହାଇକୋର୍ଟ ସନ୍ଦେଶଖାଲିରେ ୧୪୪ ଧାରା ଲାଗୁ କରିବା ନେଇ ରୋକ ଲଗାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅଣାଦେଖା କରି ପୂରା ଅଞ୍ଚଳରେ ପୁଣି ଥରେ କଟକଣା ଲାଗୁ କରିଛି।

ଶୁକ୍ରବାର ଦିନ ବିଜେପି ସାଂସଦ ଲକେଟ୍ ଚାଟାର୍ଜୀଙ୍କ ନେତୃତ୍ୱରେ ସନ୍ଦେଶଖାଲି ଯାଉଥିବା ପ୍ରତିନିଧି ଦଳକୁ ଅଧାରେ ଅଟକାଇ ଦିଆଯାଇଥିଲା। ଏହାପରେ ପୁଲିସ ଲକେଟ୍ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ସେପଟେ ସନ୍ଦେଶଖାଲିରେ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ମାନବ ଅଧିକାର ଆୟୋଗର ଏକ ଟିମ୍ ଶୁକ୍ରବାର ଦିନ ସେଠାରେ ପହଞ୍ଚିଥିଲା। ମହିଳାମାନେ ଆଣିଥିବା ଯୌନ ଉତ୍ପୀଡନ ଅଭିଯୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା ଟିମ୍‌।

Advertisment

ଶୁକବ୍ରାର ସନ୍ଦେଶଖାଲିରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜୋରଦାର କରିଥିଲେ। ବିଭିନ୍ନ ସ୍ଥାନରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେଠାରେ ସ୍ଥିତି ଅଶାନ୍ତ ହୋଇ ଉଠିଥିଲା। କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ଟିଏମ୍‌ସି ନେତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହାପରେ ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ସମେତ ବରିଷ୍ଠ ପୁଲିସ ଅଧିକାରୀ ସନ୍ଦେଶଖାଲିରେ ପହଞ୍ଚି ଲୋକଙ୍କୁ ଶାନ୍ତ ବଜାୟ ରଖିବା ପାଇଁ ଅପିଲ କରିଥିଲେ। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ।

Sandeshkhali Case 144 Sandeshkhali Violence