Advertisment

ନିର୍ବାଚନ ପୂର୍ବରୁ ପୁଣି ହିଂସା, ବିଜେପି କର୍ମୀ ମୃତ

ହିଂସାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

BJP-worker-killed_Nandigram

BJP-worker-killed_Nandigram

Advertisment

ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପୁଣି ଥରେ ପଶ୍ଚିମବଙ୍ଗରେ ହିଂସା ସ୍ଥିତି ଉପୁଜିଛି। ଏଠାକାର ନନ୍ଦିଗ୍ରାମରେ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି ହିଂସାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୭ରୁ ଅଧିକ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ମେ' ୨୨ ତାରିଖରେ ବିଳମ୍ବିତ ରାତିରେ ନନ୍ଦିଗ୍ରାମର ସୋନଚୁରାରେ ଏହି ଘଟଣା ଘଟିଛି। ଏଠାରେ ବିଜେପି ଓ ଟିଏମ୍‌ସି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଏତିକି ବେଳେ ଟିଏମ୍‌ସି କାର୍ଯ୍ୟକର୍ତ୍ତାମାନେ ଧାରୁଆ ଅସ୍ତ୍ରରେ ବିଜେପି କର୍ମୀଙ୍କ ଉପରେ ଆକମ୍ରଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ମହିଳା ବିଜେପି କର୍ମୀ ରଥିବାଲା ଆଣ୍ଡିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଏହାକୁ ବିରୋଧ କରି ଆଜି ବିଜେପି ନନ୍ଦିଗ୍ରାମରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ଆକ୍ରମଣ ଅଭିଯୋଗକୁ ଟିଏମ୍‌ସି ଅସ୍ୱୀକାର କରିଛି। ଟିଏମ୍‌ସି କହିଛି, ବିଜେପି କର୍ମୀଙ୍କ ମଧ୍ୟରେ ଝଗଡା ହୋଇଥିଲା, ଏହି କାରଣରୁ ସେମାନେ ନିଜେ ପରସ୍ପର ସହ ସଂଘର୍ଷ କରିଥିଲେ।

Advertisment

ଏହାପୂର୍ବରୁ ମେ' ୨୦ ତାରିଖରେ ପଶ୍ଚିମବଙ୍ଗର ବାରକପୁରରେ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହ ଓ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା। ପୁଲିସର ଉପସ୍ଥିତିରେ ଏହି ବିବାଦ ହୋଇଥିଲା। ଏହାପର ଠାରୁ ପୂରା ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।

West Bengal TMC BJP Worker Clash BJP Worker Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe