Advertisment

ବ୍ରିଜ ଭୂଷଣଙ୍କ ଘରେ ପଶି ଘାଣ୍ଟିଲା ଦିଲ୍ଲୀ ପୁଲିସ୍‌

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍‌ । ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶ ଗୋଣ୍ଡାସ୍ଥିତ ଘରେ ପଶି ତନାଘନା କରିଛି ଦିଲ୍ଲୀ ପୁଲିସ୍‌ ।

WFI-chief-brij-bhushan-sharan-singh

WFI-chief-brij-bhushan-sharan-singh

Advertisment

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍‌ । ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶ ଗୋଣ୍ଡାସ୍ଥିତ ଘରେ ପଶି ତନାଘନା କରିଛି ଦିଲ୍ଲୀ ପୁଲିସ୍‌ ।

Advertisment

ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଦୀର୍ଘ ମାସ ଆନ୍ଦୋଳନ ଚଳାଇବା ପରେ ଗତ ଶନିବାର ରାତିରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ଆଜି ସକାଳୁ ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶସ୍ଥିତ ଘରେ ପଶିଛି ଦିଲ୍ଲୀ ପୁଲିସ୍‌ । ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ପରିଚୟପତ୍ର ନାଁ ଓ ଠିକଣା ସଂଗ୍ରହ କରିଛି। ହେଲେ ପୁଲିସ୍‌ ଉକ୍ତ ସମୟରେ ବ୍ରିଜ ଭୂଷଣଙ୍କୁ ପଚରାଉଚରା କରିଛି ନା ନାହିଁ ତାହା ଜଣାନାହିଁ।

ବ୍ରିଜ ଭୂଷଣଙ୍କ ବହୁ ସମର୍ଥକଙ୍କୁ ବି ପୁଲିସ୍‌ ପଚରାଉଚରା କରିଥିବା ଜଣାଯାଇଛି। ଏସ୍‌ଆଇଟଇ ଏଯାବତ ଏହି ମାମଲାରେ ୧୩୭ ଜଣଙ୍କୁ ପଚରାଉଚରା କରି ସାରିଛି।

Advertisment

ଗତ ଏପ୍ରିଲ ୨୮ ତାରିଖରେ ଦିଲ୍ଲୀ ପୁଲିସ୍‌ ବ୍ରିଜ ଭୂଷଣ ଶରଣ ସିଂହଙ୍କ ନାମରେ ୨ଟି ମାମଲା ରୁଜ କରିଥିବା ବେଳେ ଏ ଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଅପରପକ୍ଷେ, ଗତ ଶନିବାର ବିଳମ୍ବିତ ରାତିରେ ରେସଲରମାନେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ବେଳେ ଏବେ ଘଟଣା କେଉଁ ମୋଡ଼ ନେବ ତାହା ଉପରେ ସମସ୍ତଙ୍କ ନଜର। ହେଲେ ନିଜ ଉପରକୁ ଆସିଥିବା ସମସ୍ତ ଅଭିଯୋଗକୁ ବ୍ରିଜ ଭୂଷଣ ଖଣ୍ଡନ କରିବା ସହ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

Delhi Police Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe