/odisha-reporter/media/post_attachments/uploadimage/library/16_9/16_9_0/IMAGE_1674104286.jpg)
ଯୌନ ଶୋଷଣ ଅଭିଯୋଗ: କୁସ୍ତି ସଂଘକୁ ୭୨ ଘଣ୍ଟାର ମହଲତ ଦେଲା କ୍ରୀଡା ମନ୍ତ୍ରାଳୟ
ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗ ପରେ ଆକ୍ସନ ମୁଡକୁ ଆସିଛି କ୍ରୀଡା ମନ୍ତ୍ରାଳୟ। ଭାରତୀୟ କୁସ୍ତି ଯୋଦ୍ଧା ମହାସଂଘକୁ କ୍ରୀଡା ମନ୍ତ୍ରାଳୟ ୭୨ ଘଣ୍ଟାର ମହଲତ ଦେଇଛି। ଯଦି ୭୨ ଘଣ୍ଟା ଭିତରେ ଜବାବ ନ ରଖାଯାଏ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରୀଡା ମନ୍ତ୍ରାଳୟ କହିଛି।
ଗୋଲ୍ଡ ମେଡାଲିଷ୍ଟ ତଥା ଭାରତର ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ବୁଧ ବାର ଭାରତୀୟ କୁସ୍ତିସଂଘ ଏବଂ ଏହାର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣଛନ୍ତି। ବ୍ରିଜ ମୋହନ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବଜରଙ୍ଗ ପୁନିଆ ମାଡ଼ ମାରିବା ଅଭିଯୋଗ କରିଛନ୍ତି। ଏହି ମାମଲାରେ ଏବେ କେନ୍ଦ୍ର ସରକାର ମଧ୍ୟ ଏଣ୍ଟ୍ରି ମାରିଛନ୍ତି। ୭୨ ଘଣ୍ଟା ମଧ୍ୟରେ ନିଜ ଜବାବ ରଖିବାକୁ ଭାରତୀୟ କୁସ୍ତିସଂଘକୁ କୁହାଯାଇଛି।
ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତୀୟ କୁସ୍ତି ମହାସଂଘର ଏକାଧିକ ରେସଲର୍ ସଭାପତିଙ୍କ ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଡବ୍ଲୁଏଏଫ୍ଆଇ ଅଧ୍ୟକ୍ଷଙ୍କୁ ପଦରୁ ହଟାଇବାକୁ ଦାବି ହୋଇଛି। ଏହି ବିରୋଧ ପ୍ରଦର୍ଶନରେ ରିଓ ଅଲିମ୍ପିକ୍ସରେ ପଦକ ବିଜେତା ରେସଲର ସାକ୍ଷୀ ମଲିକ, ସରିତା ମୋରେଙ୍କ ସମେତ ପ୍ରାୟ ୩୧ ଜଣ କୁସ୍ତଯୋଦ୍ଧା ସାମିଲ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
