Advertisment

ଲିଚିଂ ଆବେଦନର ଶୁଣାଣି ବେଳେ ହଠାତ୍‌ ଉଦୟପୁର ଟେଲର୍‌ଙ୍କ କଥା ଉଠାଇଲେ ସୁପ୍ରିମକୋର୍ଟ

ଭିଡ଼ ହିଂସାର ଶିକାର ହେଉଥିବା ଲୋକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗୋଟିଏ ପିଆଇଏଲ ସର୍ବୋଚ୍ଚ ଅଦାଲତରେ ଦାଖଲ କରାଯାଇଛି।

author-image
Hemant Lenka
Kanhaiya Lal

Kanhaiya Lal

ରାଜସ୍ଥାନର ଉଦୟପୁରରେ ୨୦୨୨ ଜୁନ ମାସରେ ଟେଲର କହ୍ନୈୟା ଲାଲଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାଣି ହତ୍ୟା କରାଯିବା ଘଟଣା ଆଜି ସୁପ୍ରିମକୋର୍ଟରେ ଉଠିଛି। ମବ ଲିଚିଂ ବା ଭିଡ଼ ହିଂସା ବା ପିଟିପିଟି ମାରି ଦିଆଯାଉଥିବା ଘଟଣା ଉପରେ ହୋଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଦୟପୁର କଥା ଉଠାଇଛନ୍ତି।

Advertisment

ଭିଡ଼ ହିଂସାର ଶିକାର ହେଉଥିବା ଲୋକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗୋଟିଏ ପିଆଇଏଲ ସର୍ବୋଚ୍ଚ ଅଦାଲତରେ ଦାଖଲ କରାଯାଇଛି।

ଜଷ୍ଟିସ ବିଆର ଗବାଇ, ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ସନ୍ଦୀପ ମେହତା ଏହାର ଶୁଣାଣି କରିଛନ୍ତି। ଏହି ସମୟରେ ଖଣ୍ଡପୀଠ କହ୍ନୈୟା ଲାଲଙ୍କ ହତ୍ୟା ଘଟଣା କଥା ଉଠାଇଥିଲେ ଓ ଆବେଦନକାରୀ ଓକିଲ ଏପରି ମାମଲାରେ ବାଛ ବିଚାର କରିବା କଥା ନୁହେଁ ବୋଲି କହିଛନ୍ତି। 

Advertisment

ରାଜସ୍ଥାନ ଟେଲର କହ୍ନୈୟା ଲାଲଙ୍କ ବିଷୟରେ କ’ ଣ ହେଲା? ସେ ମଧ୍ୟ ଗୋଟିଏ ଲିଚିଂର ଶିକାର ହୋଇଥିଲେ ବୋଲି ଆବେଦନକାରୀ ଓକିଲ ନିଜାମ ପାଶାଙ୍କୁ ଖଣ୍ଡପୀଠ ପଚାରିଇଥିଲେ। ଏଥିସହ କହିଥିଲେ, “ଯେତେବେଳେ ସବୁ ରାଜ୍ୟ ସହ ଏହା ଜଡ଼ିତ ସେତେବେଳେ ଆପଣ କେବେ ହେଲେ ସିଲେକ୍ଟିଭ ହୋଇପାରିବେ ନାହିଁ।”

ପ୍ରଫେଟ ମହମ୍ମଦ ସମ୍ପର୍କରେ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରି ବିଜେପିରୁ ବିଦା ହୋଇଥିବା ନୁପୂର ଶର୍ମାଙ୍କ ସମର୍ଥନରେ କହ୍ନୈୟା ଲାଲ ଗୋଟିଏ ପୋଷ୍ଟ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଦୁଇ ଜଣ ଯୁବକ ଗ୍ରାହକ ବେଶରେ ଆସି  ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ପୂରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

ଗୁଜରାଟ ସରକାରଙ୍କ ଓକିଲ ପିଆଇଏ ଉପରେ ଯୁକ୍ତି ରଖି କହିଛନ୍ତି ଯେ “ଉକ୍ତ ପିଆଇଏଲରେ କେବଳ ମୁସଲିମମାନଙ୍କ ଲିଚିଂକୁ ନିର୍ଦ୍ଦିଷ୍ଟ ଭାବେ ସୂଚିତ କରାଯାଇଛି। ଏହା କେବଳ ମୁସଲିମ ମାନଙ୍କ ମବ୍‌ ଲିଚିଂ କେସ୍‌। ଏହା କେମିତି ସିଲେକ୍ଟିଭ ହୋଇପାରିବ? ରାଜ୍ୟ ସବୁ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷା କରିବାକୁ ବାଧ୍ୟ।”

ଏହାପରେ କୋର୍ଟ କହିଥିଲେ, “ହଁ, ଏହା ଯେମିତି ସିଲେକ୍ଟିଭ ନ ହେବ, ସେକଥା ନିଶ୍ଚିତ କରନ୍ତୁ। ଯଦି ଏହା ସବୁ ରାଜ୍ୟ ସହ ଜଡ଼ିତ, ତା’ହେଲେ କେବେ ବି ସିଲେକ୍ଟିଭ ହୋଇପାରିବ ନାହିଁ।”

ଆଇନଜୀବୀ ପାଶା କହିଥିଲେ, “କେବଳ ମୁସଲିମମାନଙ୍କୁ ଲିଚିଂ କରାଯାଉଛି। ଏହା ଏକ କଷ୍ଟ ଦାୟକ ସତ।”

ଜଷ୍ଟିସ ଗଭାଇ କହିଥିଲେ, “କୋର୍ଟରେ ଆପଣ କ’ଣ ଦାଖଲ କରିଛନ୍ତି, ସେଥିପ୍ରତି ସତର୍କତା ଅବଲମ୍ବନ କରନ୍ତୁ।” ଏହାପରେ ଉକ୍ତ ପିଆଇଏଲ ଉପରେ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ ହେବ ବୋଲି କହିଛନ୍ତି। ମେ’ ୨୦ରୁ ଜୁଲାଇ ୭ ଯାଏ ସୁପ୍ରିମକୋର୍ଟରେ ଖରେ ଛୁଟି ହେବ।

Kanhaiya Lal Udaipur Murder Supreme Court