Advertisment

ସିବିଆଇ ଜେରା ପରେ ବଡ଼ ବୟାନ ଦେଲେ କେଜ୍ରିୱାଲ

ସିବିଆଇ ତାଙ୍କୁ ପଚାରିଥିବା ସମସ୍ତ ୫୬ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ଏଥିସହ ପୂରା ମାମଲା ଫର୍ଜି ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ସାଢ଼େ ୯ ଘଣ୍ଟା ଜେରା କରିଛି। ଆଜି ସେ ସମନ ଅନୁସାରେ ୧୧ଟା ପୂର୍ବରୁ ସିବିଆଇର ମୁଖ୍ୟାଳୟରେ ପହଞ୍ଚିଥିଲେ। ଜେରା ଶେଷ ହେବା ପରେ ରାତି ପ୍ରାୟ ୮.୩୦ରେ ସେ ସିବିଆଇ ମୁଖ୍ୟାଳୟରୁ ବାହାରି ଥିଲେ। ଏହାପରେ ସେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି। ସିବିଆଇ ତାଙ୍କୁ ପଚାରିଥିବା ସମସ୍ତ ୫୬ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ଏଥିସହ ପୂରା ମାମଲା ଫର୍ଜି ବୋଲି କହିଛନ୍ତି।

Advertisment

ସାମ୍ବାଦିକମାନଙ୍କୁ ଜେରା ସମ୍ପର୍କରେ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି, “ସିବିଆଇ ପକ୍ଷରୁ ମୋତେ ୫୬ଟି ପ୍ରଶ୍ନ ପଚରା ଯାଇଥିଲା। ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇଛି। ସିବିଆଇ ପଚରାଉଚରା ୯.୫ ଘଣ୍ଟା ଧରି ଚାଲିଥିଲା।

ତଥାକଥିତ ଅବକାରୀ ନୀତି ସ୍କାମ ମିଛ ଓ ଖରାପ ରାଜନୀତିର ଅଂଶବିଶେଷ। ଆପ୍‌ ହେଉଛି କଟୋର ସଚ୍ଚୋଟ ଦଳ। ଆମେ ମରିଯିବୁ ପଛେ, ସଚ୍ଚୋଟତା ସହ କୌଣସି ପ୍ରକାରର ବୁଝାମଣା କରିପାରିବୁ ନାହିଁ। ସେମାନେ ଆପକୁ ଖତମ କରିଦେବାକୁ ଚାହୁଁଛନ୍ତି। କିନ୍ତୁ ଦେଶର ଲୋକମାନେ ଆମ ସହ ରହିଛନ୍ତି।” ଆପ୍‌ ସୁପ୍ରିମ ଆହୁରି କହିଛନ୍ତି ଯେ ସିବିଆଇ ତାଙ୍କୁ ପୁଣି ଡାକିବି ବୋଲି କୌଣସି ପ୍ରକାରର ସଙ୍କେତ ଦେଇନାହିଁ।

Advertisment

କେଜ୍ରିୱାଲଙ୍କୁ ଆଜି ସିବିଆଇ ଦିନ ତମାମ ଜେରା କରିଥିବା ବେଳେ ଆପ୍‌ର ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିବିଆଇ କେଜ୍ରିୱାଲଙ୍କୁ ଜେରା କରିବା ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି।

ପୂର୍ବରୁ ସିବିଆଇ ଏହି ମାମଲାରେ କେଜ୍ରିୱାଲଙ୍କ ଡେପୁଟି ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ଏହାପରେ ହିଁ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା। 

Arvind Kejriwal Toxic Liquor AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe