Advertisment

ଓଡ଼ିଶା ରେଳ ଦୁର୍ଘଟଣାକୁ ନେଇ ବଡ଼ କଥା କହିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ସେ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସବୁ ରାଜନୀତିକ ଦଳକୁ ଏକାଠି ହୋଇ ଆଗକୁ ଆସିବା ସହ ଆହତ ଓ ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି।

author-image
Hemant Lenka
Mallikarjun Kharge

Mallikarjun Kharge

ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗାରେ ହୋଇଥିବା ଭୟଙ୍କର ଭୟଙ୍କର ରେଳ ଦୁର୍ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାନଗା ଆସି ଦୁର୍ଘଟଣା ସ୍ଥଳରେ ସ୍ଥିତିର ସମୀକ୍ଷା କରିଛନ୍ତି। ଏସବୁ ଭିତରେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ବଡ଼ ବୟାନ ଦେଇଛନ୍ତି।

Advertisment

ସେ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସବୁ ରାଜନୀତିକ ଦଳକୁ ଏକାଠି ହୋଇ ଆଗକୁ ଆସିବା ସହ ଆହତ ଓ ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, “ସବୁ ରାଜନୀତିକ ଦଳଗୁଡ଼ିକୁ ମୁଁ ଆଗକୁ ଆସିବା ସହ ସହଯୋଗ କରିବାକୁ ଅନୁରୋଧ କରୁଛି। ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।

Advertisment

ମୁଁ ଆମର ମହାନ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ କରିବାକୁ ଚାହୁଁଛି। କାହିଁକି ଏମିତି ସବୁ ଘଟୁଛି ଓ ଏଥିପାଇଁ କିଏ ବୋଲି ସେମାନେ ଉତ୍ତର ଦେବା ଦରକାର। କିନ୍ତୁ ଆଜି ପ୍ରଥମେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆମେ ସହାୟତାର କରିବା ଦରକାର।”

ମନମୋହନ ସିଂହଙ୍କ ସରକାର ସମୟରେ ୨୦୧୩ରୁ ୨୦୧୪ ଯାଏ ରେଳମନ୍ତ୍ରୀ ଥିବା ଖଡଗେ ସୋଶାଲ ମିଡିଆରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ ସହ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହତ। ପୀଡ଼ିତଙ୍କ ସହ ଆମର ପ୍ରାର୍ଥନା ରହିଛି। ଆମେ ପ୍ରଶାସନକୁ ତୁରନ୍ତ ଉଦ୍ଧାର ଓ ଆହତଙ୍କୁ ସହାୟତା କରିବାକୁ ନିବେଦନ କରୁଛୁ। କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ ସମସ୍ତ ପ୍ରକାରର ସହାୟତା କରିବାକୁ ଅନୁରୋଧ କରୁଛି।”

ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିମିରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ୧୨୬ କିମି ବେଗରେ ଆସୁଥିଲା। ମାଲବାହୀ ଟ୍ରେନକୁ ଧକ୍କା ଦେଇ ପ୍ରଥମେ କରମଣ୍ଡଳ ଲାଇନଚ୍ୟୁତ ହୋଇଥିଲା। ଏହାର ବଗି ତୃତୀୟ ଟ୍ରାକ୍‌କୁ ଛିଟିକି ପଡ଼ିଥିଲା। ଏତିକି ବେଳେ ସେହି ଟ୍ରାକ୍‌ରେ ଆସୁଥିବା ବେଙ୍ଗାଲୁରୁ ହାୱାଡା ଏକ୍ସପ୍ରେସ ଏହାକୁ ଧକ୍କା ଦେଇଥିଲା। ଏଥିରେ ୨୬୧ ଜଣଙ୍କ ମୃତ୍ୟୁ ଘଟିଛି।

Odisha Train Accident Train Tragedy