Advertisment

ନଡ଼ା ଜାଳୁଥିବା ଲୋକଙ୍କ ଏମ୍‌ଏସ୍‌ପି କାଟ, ଶକ୍ତ ହେଲେ ସୁପ୍ରିମକୋର୍ଟ

ଯେଉଁମାନେ ନଡ଼ା ପୋଡି ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କାହିଁକି ଆର୍ଥିକ ସୁବିଧା ଦିଆଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

author-image
Madhupriya Mistry
Supreme court on Stubble burning

Supreme court on Stubble burning

ବଢ଼ୁଥିବା ପ୍ରଦୂଷଣକୁ ନେଇ ପୁଣି ଥରେ ଶକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ। ନଡା ଜାଳି ଆଇନ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ନଡା ଜାଳୁଥିବା ବ୍ୟକ୍ତିଙ୍କ ଏମ୍‌ଏସ୍‌ପି କାଟିବାକୁ କଡ଼ା ଭାଷାରେ ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ପ୍ରଦୂଷଣ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ଦୋହରାଇଛନ୍ତି। ଯେଉଁମାନେ ନଡ଼ା ପୋଡି ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କାହିଁକି ଆର୍ଥିକ ସୁବିଧା ଦିଆଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ସେମାନଙ୍କ ନାମରେ ମାମଲା ରୁଜୁ କରାଯିବା ସହ ଜରିମାନା ଲଗାଯାଉ। ଏଥିସହ ଏମାନଙ୍କୁ ଏମଏସପି ମଧ୍ୟ ଦିଅନାହିଁ। ନଡ଼ା ଜାଳୁଥିବା ଲୋକଙ୍କୁ ସମସ୍ତ ଆର୍ଥିକ ସହାୟତାରୁ ବଞ୍ଚିତ କରାଯାଉ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ପୂର୍ବରୁ ଦିଲ୍ଲୀ ସରକାର ପ୍ରଦୂଷଣ ପାଇଁ ପଞ୍ଜାବ ହିଁ ଦାୟୀ ବୋଲି କହୁଥିଲେ। ଏବେ ପଞ୍ଜାବ ଦାୟୀ ନୁହେଁ ବୋଲି କହୁଛନ୍ତି। ଏହାକୁ ନେଇ ରାଜନୀତି ନ କରାଯାଉ।

Advertisment

ସରକାର ଦେଇଥିବା ମେସିନରେ ୮୦ ପ୍ରତିଶତ ସବସିଡି ଦିଆଯାଉଛି। ଅନ୍ୟ ଫସଲ ଉପରେ ମଧ୍ୟ ସବସିଡି ଦେବାର ଆବଶ୍ୟକତା ରହିଛି ବୋଲି ପଞ୍ଜାବ ସରକାର କହିଛନ୍ତି। ପଞ୍ଜାବ ସରକାର କହିଛନ୍ତି ଯେ ଯେଉଁମାନେ ନଡା ପୋଡିଛନ୍ତି, ସେମାନଙ୍କ ବିରୋଧରେ ପ୍ରାୟ ୧୦୦ଟି ମାମଲା ପଞ୍ଜୀକୃତ କରାଯାଇଛି ଏବଂ ୨ କୋଟି ଟଙ୍କା ଜରିମାନା ମଧ୍ୟ ସଂଗ୍ରହ କରିଛନ୍ତି। ସେମାନଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।

ଏହାକୁ ନେଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏସ କୌଲ କହିଛନ୍ତି ଯେ କାହିଁକି ଅତିରିକ୍ତ ଜରିମାନା ଆଦାୟ କରାଯାଉନାହିଁ, ଏମଏସପି ସୁବିଧା ପାଉଥିବା ଲୋକମାନଙ୍କୁ ଏଥିରୁ ବଞ୍ଚିତ କରାଯାଉ। ସମସ୍ତ ପ୍ରୟାସ ସତ୍ତ୍ୱେ କୃଷକମାନେ ନଡା ଜଳା ଯାଉଛି। ପଞ୍ଜାବ ସରକାରଙ୍କ ରିପୋର୍ଟ ମୁତାବକ, କୃଷକଙ୍କ ସହ ୮୪୮୧ ଥର ବୈଠକ କରାଯାଇଛି। ବୈଠକରେ ସେମାନଙ୍କୁ ନଡା ନ ଜାଳିବା ପାଇଁ ଥାନା ଅଧିକାରୀ ବୁଝାଛନ୍ତି। ତେବେ ଏହାପରେ ମଧ୍ୟ ପୂର୍ବାପେକ୍ଷା ଏବେ ନଡା ଜାଳିବା ମାମଲା ଆହୁରି ଅଧିକ ବଢ଼ି ଯାଇଛି। ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ଆଗକୁ ଆଉ ପ୍ରଦୂଷଣ ବଢ଼ିବା ନେଇ ଅପେକ୍ଷା କରାଯିବ ନାହିଁ। କୋର୍ଟ ନଡ଼ା ଜାଳିବା ଉପରେ ନଜର ରଖିବେ। ଯଦି କୃଷକମାନେ ଶୁଣିବେ ନାହିଁ ତେବେ ସେମାନଙ୍କୁ ସମସ୍ତ ଆର୍ଥିକ ସହାୟତାରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମକୋର୍ଟ କଡ଼ା ଭାଷାରେ କହିଛନ୍ତି।

Supreme Court Air Pollution Stubble Burning