/odisha-reporter/media/media_files/2026/02/01/chep-2026-02-01-12-52-45.jpg)
ସି’ ଫୁଡ୍
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ କରାଯାଇଥିବାରୁ ଆଗାମୀ ଦିନେ ଏହା ଶସ୍ତା ହେବ। ସେହିପରି ମଦ ଉପରେ ଟିକସ ବୃଦ୍ଧି କରାଯାଉଥିବାରୁ ଏହା ପୂର୍ବାପେକ୍ଷା ଆହୁରି ମହଙ୍ଗା ହେବ। ସେହିପରି ସିଗାରେଟ ଓ ତମ୍ବାକୁ ଜାତୀୟ ଦ୍ରବ୍ୟର ଦାମ ବୃଦ୍ଧି ପାଇବ। ଖଣିଜ ପଦାର୍ଥ ମଧ୍ୟ ମହଙ୍ଗା ହେବ।
ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ୧୭ଟି କ୍ୟାନସର ରୋଗର ଔଷଧ ଉପରୁ ସୀମା ଶୁଳ୍କ ହ୍ରାସର ପ୍ରସ୍ତାବ ଦେଇଛନ୍ତି। ସେହିପରି ୭ଟି ବିରଳ ରୋଗର ଔଷଧ ଉପରେ ଲାଗୁ ହେଉଥିବା ସୀମା ଶୁଳ୍କକୁ ମଧ୍ୟ ହ୍ରାସ କରାଯାଇଛି।
ଏହାବାଦ ବିଦେଶ ଯାତ୍ରା ମଧ୍ୟ ଶସ୍ତା ହେବ। କାରଣ ବିଦେଶ ଯାତ୍ରା ଉପରେ ଲାଗୁଥିବା ଟିସିଏସ୍ ଦାମ ମଧ୍ୟ ସରକାର ହ୍ରାସ କରି ଦେଇଛନ୍ତି। ବର୍ତ୍ତମାନ ବିଦେଶ ଯାତ୍ରାର ପ୍ୟାକେଜ ଉପରେ ଟିସିଏସ୍ ରେଟ ୫% ଓ ୨୦% ରହିଛି। ଏବେ ଏହାକୁ ସରକାର ୨%କୁ ହ୍ରାସ କରି ଦେଇଛନ୍ତି।
ଶସ୍ତା ହୋଇଥିବା ଜିନିଷ: କ୍ୟାନସର ରୋଗର ୧୭ଟି ଔଷଧ, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ, ଟିଭି, ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା, ଚମଡ଼ାରୁ ପ୍ରସ୍ତୁତ ଜୋତା ଓ ବ୍ୟାଗ, ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ CNG ଗ୍ୟାସ, ବିଦେଶରେ ପାଠ ପଢ଼ା, କ୍ୟାମେରା, ଭିଡିଓ ଗେମ ତିଆରି ପାଇଁ ଆବଶ୍ୟକ ଜିନିଷ, ୨୦୩୫ ଯାଏ ଆଣବିକ ଶକ୍ତି ପ୍ରକଳ୍ପ ପାଇଁ ଆମଦାନୀ ହେଉଥିବା ଜିନିଷ ଓ ଖେଳ ଉପକରଣ।
ମହଙ୍ଗା ହୋଇଥିବା ଜିନିଷ: ମଦ, ଖଣିଜ ଦ୍ରବ୍ୟ, ସିଗାରେଟ, ତମ୍ବାକୁ, ବିଳାସପୂର୍ଣ୍ଣ ଘଣ୍ଟା, କଫି ଓ ଭେଣ୍ଡିଂ ମେସିନ।
#UnionBudget2026#ବଜେଟ୍_ଆଗତ_କଲେ_ଅର୍ଥମନ୍ତ୍ରୀ_ନିର୍ମଳ_ସୀତାରମଣ#କଣ_ସବୁ_ଶସ୍ତା_ହେବ
— Odisha Reporter (@OdishaReporter) February 1, 2026
* କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା
* କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ
* ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା
* ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ
* ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ… pic.twitter.com/fBgcwcXGLR
#UnionBudget2026#ବଜେଟ୍_ଆଗତ_କଲେ_ଅର୍ଥମନ୍ତ୍ରୀ_ନିର୍ମଳ_ସୀତାରମଣ
— Odisha Reporter (@OdishaReporter) February 1, 2026
* ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା
* ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ pic.twitter.com/HVC2K1oBUO
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
