Advertisment

Suicide: ୩ ଭଉଣୀଙ୍କ ଆତ୍ମହତ୍ୟା: ୩ ବିବାହ କରିଥିଲେ ବାପା, ୧୧ ବର୍ଷ ତଳେ ଜୀବନ ହାରିଥିଲେ ଲିଭ ଇନ ପାର୍ଟନର

୨୦୧୫ରେ ଚେତନ କୁମାରଙ୍କ ଲିଭ ଇନ ପାର୍ଟନର ସନ୍ଦେହଜନକ ଅବସ୍ଥାରେ ରାଜେନ୍ଦ୍ର ନଗର କଲୋନୀ ସ୍ଥିତ ଫ୍ଲାଟର ଛାତରୁ ପଡ଼ି ପ୍ରାଣ ହରାଇଥିଲେ। ପୁଲିସ୍ ଏହାର ତଦନ୍ତ କରିଥିଲେ ହେଁ ଏହାକୁ ଆତ୍ମହତ୍ୟାର ବୋଲି ବିବେଚନା କରିଥିଲା।

Suicide

ଜୀବନ ହରାଇଥିବା ୩ ଭଉଣୀ

Advertisment

ଉତ୍ତର ପ୍ରଦେଶର ଗାଜିଆବାଦରେ ବୁଧବାର ଭୋର ୨.୧୫ରେ ଛାତରୁ ଡେଇଁ ଆତ୍ମହତ୍ୟା(Suicide) କରିଥିବା ୩ ଭଉଣୀଙ୍କ ସମ୍ପର୍କରେ ନୂଆ ତଥ୍ୟ ମିଳିଛି। ସେମାନଙ୍କ ବାପା ଚେତନ କୁମାର ୨ ନୁହେଁ ୩ ବିବାହ କରିଥିଲେ। ଏଥିସହ ଚେତନ କୁମାରଙ୍କ ଲିଭ ଇନ ପାର୍ଟନର ଭାବେ ରହୁଥିବେ ଜଣେ ମହିଳା ୨୦୧୫ରେ ସାମନ ଢଙ୍ଗରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। 

Advertisment

ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ଚେତନ କୁମାର ୩ ଝିଅ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଏକଦା ଛଡ଼ାଇ ନେବା ସହ ବିକ୍ରି କରି ଦେଇଥିଲେ। ଏଥିରୁ ମିଳିଥିବା ଟଙ୍କା ସେ ବିଜୁଳି ବିଲ ବାବଦରେ ଦାଖଲ କରିଥିଲେ। ଦୀର୍ଘ ସମୟ ଧରି ବିଜୁଳି ବିଲ ବାକି ଥିବାରୁ ଚେତନ କୁମାରଙ୍କ ଗାଜିଆବାଦ ସ୍ଥିତି ଭଡ଼ା ଆପାର୍ଟମେଣ୍ଟରୁ ବିଜୁଳି କାଟି ଦିଆଯାଇଥିଲା।

ମୋବାଇଲ ବିକ୍ରି ଟଙ୍କା ସେ ଦାଖଲ କରିବା ପରେ ବିଜୁଳି ପୁନଃସଂଯୋଗ ହୋଇଥିଲା। ତେବେ ୩ ଝିଅ କୋରିଆନ ଗେମ ଓ କୋରିଆନ ବିଷୟବସ୍ତୁ ସହ ଜଡ଼ି ହୋଇ ରହୁଥିବାରୁ ଚେତନ କୁମାର ସେମାନଙ୍କ ମୋବାଇଲ ବିକ୍ରି କରି ଦେଇଥିବା କହିଛନ୍ତି। 

Advertisment

ଚେତନ କୁମାର ଜଣେ ଷ୍ଟକ ବ୍ରୋକର। ତାଙ୍କ ମୁଣ୍ତ ଉପରେ ୨ କୋଟି ଟଙ୍କାର ଋଣ ଭାର ରହିଥିଲା। ଘରର ଆର୍ଥିକ ସ୍ଥିତି ଆଦୌ ଭଲ ନଥିବାରୁ ସେ ଅତ୍ୟନ୍ତି ଚିନ୍ତାରେ ମଧ୍ୟ ରହିଥିଲେ। 

ଘଟଣା ଦିନ ରାତିରେ କ’ଣ ଘଟିଥିଲା? 

ତଦନ୍ତରୁ ଜଣାପଡ଼ିଛି ଯେ ୩ ଭଉଣୀ କୋରିଆନ ମନୋରଞ୍ଜନର ବଡ଼ ଫ୍ୟାନ୍ସ ଥିଲେ। ଘଟଣା ଦିନ ରାତିରେ ସେମାନେ ନିଜ ମା’ଙ୍କ ମୋବାଇଲ ଆଣିଥିଲେ। ହେଲେ ଉକ୍ତ ମୋବାଇଲରେ ସେ କୋରିଆନ ଆପର ଆସେସ ପାଇ ନଥିଲେ। ଦେଖିବାକୁ ଚାହୁଁଥିବା ବିଷୟବସ୍ତୁ ମଧ୍ୟ ମା’ଙ୍କ ମୋବାଇଲରେ ଉପଲବ୍ଧ ହୋଇ ନଥିଲା।

ଏହି କାରଣରୁ ୩ ଭଉଣୀ- ନିଶିକା(୧୬), ପ୍ରାଚୀ(୧୪) ଓ ପାଖି(୧୨) ଅନଲାଇନ ଗେମ ଖେଳତ ପାରି ନଥିଲେ କିମ୍ବା ସେମାନଙ୍କ କୋରିଆନ ବନ୍ଧୁଙ୍କ ସହ କଥା ହୋଇ ପାରି ନଥିଲେ ବୋଲି ପୁଲିସ୍ କହିଛି। ଫରେନ୍ସ ଟିମ ମଧ୍ୟ କହିଛି ଯେ ସେମାନେ ୩ ଝିଅଙ୍କ ମା’ଙ୍କ ଫୋନରୁ କୌଣସି ପ୍ରକାରର କୋରିଆନ କଣ୍ଟେଣ୍ଟ ଆପ ପାଇ ନାହାନ୍ତି। 

ପୁଲିସର କହିବା କଥା ଯେ ଚେତନ କୁମାରଙ୍କ ୩ ଜଣ ପତ୍ନୀ ରହିଛନ୍ତି। ସେମାନେ ହେଲେ ସୁଜାତା(ନିଶିକାଙ୍କ ମା’), ହେନା(ପ୍ରାଚୀ ଓ ପାଖିଙ୍କ ମା’) ଓ ଟିନା। ସୁଜାତା, ହେନା ଓ ଟିନା ହେଉଛନ୍ତି ୩ ଭଉଣୀ। ଚେତନ ୩ ଭଉଣୀଙ୍କୁ ବିବାହ କରିଛନ୍ତି। ଆତ୍ମହତ୍ୟା କରିଥିବା ୩ ଭଉଣୀ ସେମାନଙ୍କ ବାପାଙ୍କ ସହ ଅତି ଘନିଷ୍ଠ।

ଖାସ ଏହି କାରଣ ପାଇଁ ସୁଇସାଇଡ ନୋଟରେ ସେମାନେ ସବୁ କଥା ବାପାଙ୍କୁ ସମ୍ବୋଧନ କରି ଲେଖିଛନ୍ତି। ସେମାନେ କେଉଁଠି ବି ନିଜ ମା’ଙ୍କ ସମ୍ପର୍କରେ ଉଲ୍ଲେଖ କରି ନାହାନ୍ତି। ପୁଲିସ୍ ଠାବ କରିଥିବା ଫିଙ୍ଗର ପ୍ରିଣ୍ଟ ଠାରୁ ଆରମ୍ଭ କରି ହାତ ଲେଖା ଚିଠିର ସତ୍ୟତା ଜାଣିବାକୁ ସେଗୁଡ଼ିକୁ ଫରେନ୍ସିକ ଲ୍ୟାବକୁ ପଠାଇଛି। 

ମୋବାଇଲ ଗୁଡ଼ିକ ଚେତନ କୁମାର ବିକ୍ରି କରି ଦେଇଥିବାରୁ ସାଇବର କ୍ରାଇମ ଟିମ ଆଇଏମଇଆଇ ନମ୍ବର ଦ୍ୱାରା ଏହାକୁ କିଣିଥିବା ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏହାଦ୍ୱାରା କୋରିଆନ ଆପ ସମ୍ପର୍କରେ ତଥ୍ୟ ମିଳିପାରିବ ବୋଲି ସେମାନେ ଆଶା ରଖିଛନ୍ତି। 

ପୁଲିସ ପୂରା ଘଟଣାକୁ ଆତ୍ମହତ୍ୟା ଭାବେ ବିବେଚନା କରି ତଦନ୍ତ କରୁଛି। ତଥାପି ସେମାନଙ୍କ ବାପା ଦାବି କରିଥିବା ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଛି। 
ତଦନ୍ତ ବେଳେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

୨୦୧୫ରେ ଚେତନ କୁମାରଙ୍କ ଲିଭ ଇନ ପାର୍ଟନର ସନ୍ଦେହଜନକ ଅବସ୍ଥାରେ ରାଜେନ୍ଦ୍ର ନଗର କଲୋନୀ ସ୍ଥିତ ଫ୍ଲାଟର ଛାତରୁ ପଡ଼ି ପ୍ରାଣ ହରାଇଥିଲେ। ପୁଲିସ୍ ଏହାର ତଦନ୍ତ କରିଥିଲେ ହେଁ ଏହାକୁ ଆତ୍ମହତ୍ୟାର ବୋଲି ବିବେଚନା କରିଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe