Advertisment

ଗୁଗଲରେ ସର୍ଚ୍ଚ କଲେ ମୃତ୍ୟୁ ପରେ କ’ଣ ହୁଏ, ତା’ପରେ ନିଜକୁ ଗୁଳି କରିଦେଲେ ୯ମ ଶ୍ରେଣୀ ଛାତ୍ର

ଆତ୍ମହତ୍ୟା କରିବା ପୂର୍ବରୁ ପିଲାଟି ଗୁଗଲରେ ମୃତ୍ୟୁ ପରେ ଜଣେ ଲୋକ ସହ କ’ଣ ହୋଇଥାଏ ବୋଲି ସର୍ଚ୍ଚ କରିଥିଲା। ଏହାପରେ ସେ ନିଜ ମୁଣ୍ଡକୁ ଗୁଳି କରି ଜୀବନ ହାରି ଦେଇଥିଲା।

 Shooting Himself

Shooting Himself

Advertisment

ସାଙ୍ଗମାନଙ୍କ ସହ ମନଇଚ୍ଛା ରୟାଲ ଏନଫିଲ୍ଡ ବୁଲେଟରେ ବୁଲୁଥିଲେ। ଏଥିରେ ବିରକ୍ତ ହୋଇ ମା’ ଓ ବଡ଼ ଭାଇ ତାଗିଦ କରିଥିଲେ। ଏଥିସହ ବୁଲେଟକୁ ବିକ୍ରି କରି ଦେଇଥିଲେ। ବାସ୍‌ ଏଥିରେ ରାଗି ଯାଇ ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୭ ବର୍ଷୀୟ ପିଲା ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରି ଦେଇଛି। ଉତ୍ତର ପ୍ରଦେଶର ମୀରଟରେ ଏପରି ଘଟଣା ଘଟିଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ହେଉଛି ଯେ ଆତ୍ମହତ୍ୟା କରିବା ପୂର୍ବରୁ ପିଲାଟି ଗୁଗଲରେ ମୃତ୍ୟୁ ପରେ ଜଣେ ଲୋକ ସହ କ’ଣ ହୋଇଥାଏ ବୋଲି ସର୍ଚ୍ଚ କରିଥିଲା। ଏହାପରେ ସେ ନିଜ ମୁଣ୍ଡକୁ ଗୁଳି କରି ଜୀବନ ହାରି ଦେଇଥିଲା। ପୂରା ଘଟଣା ଜାନୁଆରୀ ୧୧ରେ ଘଟିଥିଲା।

ମା’ ଓ ବଡ଼ ଭାଇଙ୍କ ସହ ପିଲାଟି ରହୁଥିଲା। ଘଟଣା ଦିନ ବଡ଼ ଭାଇ ଜଣଙ୍କ ମା’ଙ୍କୁ ଆଣିବା ପାଇଁ ମୀରଟ ମେଡିକାଲ କଲେଜ ଓ ହସ୍ପିଟାଲ ଯାଇଥିଲେ। ଘରେ ପିଲାଟି ଏକାକୀ ଥିବା ବେଳେ କବାଟ ଭିତରୁ ବନ୍ଦ କରି ଦେଇଥିଲା। ମା’ ଓ ଭାଇ ଘର ପାଖରେ ପହଞ୍ଚି କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲା। ଏସବୁ ଭିତରେ ହଠାତ୍‌ ଘର ଭିତରୁ ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା।

Advertisment

ଏଥିରେ ଡରି ଯାଇ ମା’ ଓ ବଡ଼ ଭାଇ ଝରକା ବାଟେ ଘର ଭିତରକୁ ତରବରିଆ ଭାବେ ଯାଇଥିଲେ। କିନ୍ତୁ ସେତେବେଳକୁ ପିଲାଟି ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଥିଲା। ତା’କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।

ପୁଲିସ୍‌ କହିଛି ଯେ ପିଲାଟିର ମା’ ମୀରଟ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସ ଭାବେ କାମ କରନନ୍ତି। ବଡ଼ ଭାଇ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ବାପାଙ୍କ ମୃତ୍ୟୁ ଗତବର୍ଷ ହୋଇଯାଇଥିଲା। ୧୭ ବର୍ଷର ପିଲାଟି ପାଠପଢ଼ା ଛାଡ଼ି ନିୟମିତ ସାଙ୍ଗମାନଙ୍କ ସହ ବାଇକରେ ବୁଲୁଥିବାରୁ ଏହାକୁ ତା’ ମା’ ଓ ବଡ଼ ଭାଇ ବିରୋଧ କରୁଥିଲେ। ସବୁବେଳେ ଘରୁ ତା’କୁ ଗାଳି ଶୁଣିବାକୁ ମିଳୁଥିଲା।

ତଥାପି କୌଣସି ସୁଫଳ ନ ମିଳିବାରୁ ଘର ଲୋକ ବାଇକ ବିକ୍ରି କରିଦେଇଥିଲେ। ସେମାନେ ଆଶା କରିଥିଲେ ଯେ ଏହାଦ୍ୱାରା ପିଲାଟି ପାଠପଢ଼ା ଉପରେ ଫୋକସ କରିବ। କନ୍ତୁ ଗାଡ଼ି ବିକ୍ରି କରାଯିବାରୁ ପିଲାଟି ରାଗି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛି।

ପରିବାର ଲୋକ ଘଟଣାରେ କୌଣସି ପ୍ରକାରର ଅଭିଯୋଗ କରି ନାହାନ୍ତି। କିନ୍ତୁ ପୁଲିସ୍‌ ଘର ଭିତରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ତେଣୁ ଏହି ବନ୍ଧୁକ ସେ କେମିତି ପାଇଲା, ତା’ର ଖୋଳତାଡ଼ ପୁଲିସ୍‌ ଆରମ୍ଭ କରିଛି।

Suicide Uttar Pradesh Meerut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe