Advertisment

ପ୍ରାର୍ଥୀଙ୍କ ଠାରୁ ନୋଟାରେ ଅଧିକ ଭୋଟ୍‌ ପଡ଼ିଲେ କ’ଣ ହେବ? ଇସିଆଇଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

ଆବେଦନରେ ଆହୁରି କୁହାଯାଇଛି ଯେ ଯଦି କୌଣସି ପ୍ରାର୍ଥୀ ନୋଟାଠାରୁ ମଧ୍ୟ କମ ଭୋଟ ପାଉଛନ୍ତି, ତା’ହେଲେ ତାଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଉ।

ଅଦ୍ୟତନ ହୋଇଛି
NOTA

NOTA

Advertisment

ଯଦି କୌଣସି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନଙ୍କ ତୁଳନାରେ ଲୋକମାନେ ନୋଟାକୁ ଅଧିକ ଭୋଟ ଦେଉଛନ୍ତି, ତା’ହେଲେ ଉକ୍ତ ସ୍ଥାନରେ ନିର୍ବାଚନ ବାତିଲ କରାଯାଉ। ନିର୍ବାଚନ ବାତିଲ କରି ଉକ୍ତ ନିର୍ବାଚନ ମଣ୍ଡଳୀରେ ପୁଣି ଭୋଟ କରାଯାଉ ବୋଲି ଗୋଟିଏ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ଏହାକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ନିର୍ବାଚନ କମିଶନ(ଇସି)ଙ୍କୁ ଏହା ଉପରେ ଜବାବ ରଖିବାକୁ କହିଛନ୍ତି।

Advertisment

ଏଭଳି ଏକ ଜନସ୍ୱାର୍ଥ ମାମଲା ଲେଖକ ତଥା ମୋଟିଭେସନାଲ ସ୍ପିକର ଶିବ ଖେରା ସୁପ୍ରିମ କୋର୍ଟରେ ଆଗତ କରିଛନ୍ତି। ସେ ତାଙ୍କ ଆବେଦନରେ ଆହୁରି କହିଛନ୍ତି ଯେ ଯଦି କୌଣସି ପ୍ରାର୍ଥୀ ନୋଟା ଠାରୁ ମଧ୍ୟ କମ ଭୋଟ ପାଉଛନ୍ତି, ତା’ହେଲେ ତାଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଉ। ନୋଟାରେ କେତେ ଭୋଟ ପଡ଼ୁଛି, ତା’ର ଉପଯୁକ୍ତ ତଥ୍ୟ ଗୁରୁତ୍ୱର ସହ ସାର୍ବଜନୀନ କରିବାକୁ ଗୋଟିଏ ନିୟମ ପ୍ରଣୟନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

ବରିଷ୍ଠ ଆଇନଜୀବୀର ଗୋପାଲ ଶଙ୍କରନାରାୟଣ ଆବେଦନକାରୀ ଖେରାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଛନ୍ତି। ବିନା ନିର୍ବାଚନରେ ବିଜେପିର ସୁରତ ପ୍ରାର୍ଥୀ ଲୋକସଭା ନିର୍ବାଚନ ଜିତି ଯିବା ଘଟଣାର ଉଦାହରଣ ଶଙ୍କରନାରାୟଣ ଦେଇଛନ୍ତି।

Advertisment

ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଥିବା ବେଳେ ବାକି ୮ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ତେଣୁ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି।

ଆବେଦନକାରୀ କହିଛନ୍ତି, “ଆମେ ସୁରତରେ ଦେଖିବାକୁ ପାଇଲୁ ଯେ କେବଳ ଜଣେ ମାତ୍ର ପ୍ରାର୍ଥୀ ରହିଛନ୍ତି। ତେବେ ଜଣେ ପ୍ରାର୍ଥୀ ଥିଲେ ମଧ୍ୟ ନିର୍ବାଚନ ହେବା ଦରକାର। କାରଣ ଇଭିଏମରେ ନୋଟାର ବିକଳ୍ପ ରହିଛି। ଭୋଟରଙ୍କ ଅଗ୍ରାହ୍ୟ କରିବାର ଅଧିକାର ରହିଛି। ଏଥିପାଇଁ ନୋଟାର ବ୍ୟବସ୍ଥା ହୋଇଛି।

ରାଜନୀତିକ ଦଳଗୁଡ଼ିକ ଯେମିତି ଭଲ ପ୍ରାର୍ଥୀ ଦେବେ ସେଥିପାଇଁ ନୋଟାର ବ୍ୟବସ୍ଥା କରାଯାଇଥିଲା। ଯଦି କୌଣସି ନିର୍ବାଚନ ମଣ୍ଡଳୀରେ ସମସ୍ତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି, ତା’ହେଲେ ଜଣେ ଭୋଟର କ’ଣ କରିବେ? ଭୋଟରଙ୍କ ହାତରେ ନୋଟା ଭାବେ ଗୋଟିଏ ବିରାଟ ଅସ୍ତ୍ର ରହିଛି।”

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଇସିଙ୍କୁ ନୋଟିସ କରିବା ସହ କହିଛନ୍ତି ଯେ “ଏହା ନିର୍ବାଚନ ପ୍ରକ୍ରିୟା। ଦେଖାଯାଉ ଏହା ଉପରେ ନିର୍ବାଚନ କମିଶନ କ’ଣ କହୁଛନ୍ତି?”

Supreme Court EVM NOTA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe