Advertisment

Budget 2026: ଟିକସ ସ୍ଲାବ ଅପରିବର୍ତ୍ତିତ, ଏପ୍ରିଲ ୧ରୁ ନୂଆ ଆୟକର ଆଇନ

ରବିବାର ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଟିକସ ସ୍ଲାବରେ ପରିବର୍ତ୍ତନ କରି ନଥିଲେ ହେଁ ଏପ୍ରିଲ ୧ରୁ ଦେଶରେ ନୂଆ ଆୟକର ଆଇନ, ୨୦୨୫ ଲାଗୁ ହେବ ଓ ନିୟମ ସମ୍ପର୍କରେ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ ବୋଲି କହିଛନ୍ତି।

author-image
Hemant Lenka
IT

ଆୟକର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ରେକର୍ଡ ୯ମ ଥର ପାଇଁ କେନ୍ଦ୍ରୀୟ ବଜେଟ୍(Budget) ଉପସ୍ଥାପନ କରିଛନ୍ତି। ବଜେଟ ୫୩ ଲକ୍ଷ ଟପି ଥିବା ବେଳେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗତବର୍ଷ ବଜେଟ ସମୟରେ ନୂଆ ଆୟକର ବ୍ୟବସ୍ଥା ଘୋଷଣା କରିଥିଲେ। ନୂଆ ଆୟକର ବ୍ୟବସ୍ଥାରେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ଏଥିରେ ପୁଣି ଟିଡିଏସ ବ୍ୟବସ୍ଥା ରହିଛି। ୭୫ ହଜାର ଯାଏ ଟିଡିଏସ୍‌ ପାଇଁ ଅର୍ଥାତ ୧୨.୭୫ ଲକ୍ଷ ଆୟ ଉପରେ କୌଣସି ଟିକସ ଲାଗୁ ହେବ ନାହିଁ।

Advertisment

ରବିବାର ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଟିକସ ସ୍ଲାବରେ ପରିବର୍ତ୍ତନ କରି ନଥିଲେ ହେଁ ଏପ୍ରିଲ ୧ରୁ ଦେଶରେ ନୂଆ ଆୟକର ଆଇନ, ୨୦୨୫ ଲାଗୁ ହେବ ଓ ନିୟମ ସମ୍ପର୍କରେ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ ବୋଲି କହିଛନ୍ତି। 

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଥିବା ଆୟକର ଆଇନ ୨୦୨୫ ଛଅ ଦଶନ୍ଧି ପୁରୁଣା ଟିକସ ଆଇନର ସ୍ଥାନ ନେବ। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, “ଏହା(ଡାଇରେକ୍ଟ ଟିକସ କୋଡ) ରେକର୍ଡ ଟାଇମରେ ଶେଷ ହୋଇଛି ଓ ଆୟକର ଟିକିସ ଆଇନ ୨୦୨୫ ଆସନ୍ତା ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହି ଆଇନରେ ଥିବା ସରଳୀକୃତ ଟିକସ ନିୟମ ଓ ଫର୍ମ ଖୁବଶୀଘ୍ର ଜାରି କରାଯିବ। ଏହାଦ୍ୱାରା କରଦାତାମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ ଏହା ସହ ଯୋଡ଼ି ହୋଇପାରିବେ। ଫର୍ମକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ ସାଧାରଣ ଲୋକମାନେ ଏହାକୁ ଭଲ ଭାବେ ବୁଝି ପାରିବେ।” 

Advertisment

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆୟକର ଫାଙ୍କିଲେ ଜେଲ୍ ବଦଳରେ କରାଯିବ ଜୋରିମାନା। ଆୟକର ଫାଙ୍କିଲେ ଦେବାକୁ ପଡ଼ିବ ଅତିରିକ୍ତ ୩୦% ଟିକସ। ଅତିରିକ୍ତ ୩୦% ଟିକସ ଦେଇ ଜଣେ ମୁକୁଳିପାରିବେ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏ ରିଟର୍ଣ୍ଣ ଦାଖଲ କରିପାରିବେ। ITR 1, ITR 2 ଲୋକେ ଭରିପାରିବେ ରିଟର୍ଣ୍ଣ। ଏବେ PAN ଜରିଆରେ ନିଜ ସଂପତ୍ତି ବିକିପାରିବେ NRI ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି

ନୂଆ ଆୟକର ଆଇନ କ’ଣ?

ଆୟକର ଆଇନ ୨୦୨୫ ଟିକସ ହାରରେ କୌଣସି ପରିବର୍ତ୍ତନ କରିବ ନାହିଁ। କିନ୍ତୁ ଆଇନକୁ ବୁଝିବା ବହୁତ ସରଳ ଓ ସହଜ। ଏହା ବିଭ୍ରାନ୍ତିକର ଧାରାଗୁଡ଼ିକୁ ହଟାଇବ ଓ ପୁରୁଣା ଆଇନ ୧୯୬୧ ତୁଳନାରେ ପ୍ରାୟ ଅଧା ବ୍ୟବସ୍ଥାକୁ ହ୍ରାସ କରିବ। ଏହାବାଦ ବିବାଦ ଓ କୋର୍ଟ ମାମଲାଗୁଡ଼ିକୁ ହ୍ରାସ କରିବାକୁ ଏହି ଆଇନ ଅଣାଯାଇଛି। 
ଆଇନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ପୁରୁଣା "ପୂର୍ବ ବର୍ଷ-ମୂଲ୍ୟାୟନ ବର୍ଷ" ବ୍ୟବସ୍ଥାକୁ ଗୋଟିଏ ଟିକସ ବର୍ଷରେ ପରିବର୍ତ୍ତନ କରିବ। କରଦାତାମାନେ ବିଳମ୍ବରେ ସେମାନଙ୍କର ରିଟର୍ଣ୍ଣ ଦାଖଲ କଲେ ମଧ୍ୟ TDS ରିଫଣ୍ଡ ଦାବି କରିପାରିବେ।। 

Budget