ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଓ ଇଡିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ବ୍ୟକ୍ତିଙ୍କ ବୟାନ ଉପରେ ନିର୍ଭର କରି ରହିପାରିବ ନାହିଁ।

SC

ସୁପ୍ରିମକୋର୍ଟ

Hemant Lenka
  • Published: Tuesday, 27 August 2024
  • Updated: 27 August 2024, 05:32 PM IST

Sports

Latest News

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିକୁ ନେଇ ବଡ଼ ମତ ରଖିଛନ୍ତି ସୁପ୍ରିମକୋର୍ଟ। ଘଟଣାର ତଦନ୍ତ କରି ଇଡି ଓ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି କେ କିବତାଙ୍କ ଭଳି ହେଭିୱେଟ ରାଜନେତାଙ୍କୁ ଗିରଫ କରିଛନ୍ତି। ହେଲେ ସିବିଆଇ ଓ ଇଡିର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ବ୍ୟକ୍ତିଙ୍କ ବୟାନ ଉପରେ ନିର୍ଭର କରି ରହିପାରିବ ନାହିଁ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ପଡ଼ିବ। ଯେଉଁ ବ୍ୟକ୍ତିଙ୍କ ଉପରେ ଅଭିଯୋଗ ରହିଥିଲା, ସେ ନିଜେ ସାକ୍ଷୀ? ଆପଣମାନେ ନିଜ ଇଚ୍ଛାରେ ଚିହ୍ନଟ ଓ ଚୟନ କରିପାରିବେ ନାହିଁ। ଏହା କେଉଁ ପ୍ରକାରର ନିରପେକ୍ଷତା ଓ ସ୍ୱଚ୍ଛତା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତ ମାର୍ଚ୍ଚରେ ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ଇଡି ଗିରଫ କରିଥିଲା। ଏହାପରେ ସିବିଆଇ ଦ୍ୱାରା ମଧ୍ୟ ସେ ଗିରଫ ହୋଇଥିଲେ। ତାଙ୍କ ଜାମିନ ଆବେଦନକୁ ଇଡି ଓ ସିବିଆଇ ପକ୍ଷରୁ ବିରୋଧ ହେଉଥିବା ବେଳେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏପରି ମତ ରଖିଛନ୍ତି।

କବିତାଙ୍କ ଜାମିନ ଆବେଦନକୁ ବିରୋଧ କରି ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ବୁଚ୍ଚି ବାବୁ ଓ ରାଘବ ମଙ୍ଗୁଟା ରେଡ୍ଡୀ ଦେଇଥିବା ତଥାକଥିତ ସ୍ୱାଧୀନ ପ୍ରମାଣ କଥା କହିଥିଲେ। ଏହି ଦୁଇ ରାଜସାକ୍ଷୀ ଦେଇଥିବା ପ୍ରମାଣ କବିତାଙ୍କ ସଂପୃକ୍ତିକୁ ଦର୍ଶାଉଛି ବୋଲି ସେ ଯୁକ୍ତି ରଖିଥିଲେ।

Also Read

ତେବେ କିବତାଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ ଯେ ଅନେକ ଥର, ସମାନ ବ୍ୟକ୍ତିଙ୍କ ସମାନ ବିବୃତିକୁ ମାମଲା ସହ ଜଡ଼ିତ ପ୍ରମାଣ ଭାବେ ଦର୍ଶାଯାଉଛି। ବିଶେଷ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବେଳେ ମଧ୍ୟ ସମାନ କଥା କୁହାଯାଇଥିଲା।

କେତେବେଳେ କୁହାଯାଉଛି ଯେ କେଜ୍ରିୱାଲ କିଙ୍ଗପିନ। କେତେବେଳେ କୁହାଯାଉଛି ମନୀଷ ସିସୋଦିଆ କିଙ୍ଗ ପିନ। ଏହାପରେ କୁହା ଗଲା କବିତା କିଙ୍ଗ ପିନ। ରାଜସାକ୍ଷୀ ବନିଥିବା ଲୋକଙ୍କ ବୟାନ ଛଡ଼ା ତଦନ୍ତକାରୀ ସଂସ୍ଥା ପାଖରେ କୌଣସି ପ୍ରମାଣ ନାହିଁ।

ଏହି ସମୟରେ କୋର୍ଟ ହସ୍ତକ୍ଷେପ କରିଥିଲେ। ରାଜସାକ୍ଷୀଙ୍କ ବୟାନର ସତ ସେତେବେଳେ ପ୍ରମାଣିତ ହେବ ଯେତେବେଳେ ଏନେଇ ସିଧାସଳଖ ପ୍ରମାଣ ମିଳିବ। ଆପଣଙ୍କ ପାଖରେ କ’ଣ ସବୁ ପ୍ରମାଣ ରହିଛି? ଅପରାଧରେ କବିତା ସାମିଲ ଥିବା ଆପଣ କେମିତି ଜାଣିଲେ? ପ୍ରମାଣ କେଉଁଠି ଅଛି ବୋଲି ଜଷ୍ଟିସ ଗବାଇ ଅତିରିକ୍ତ ସଲିସିଟର ଜେନେରାଲ ରାଜୁଙ୍କୁ ପ୍ରଶ୍ନ କରିଛନ୍ତି।

କବିତା ମାମଲା ସହ ଜଡ଼ିତ ପ୍ରମାଣ ଫୋନରେ ରଖିଥିଲେ ଓ ଏହାକୁ ଫର୍ମାଟିଂ କରି ଡିଲିଟ କରି ଦେଇଥିବା ସରକାରୀ ଓକିଲ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ହେଲେ ଏହାକୁ ଅଗ୍ରାହ୍ୟ ହୋଇଛି।

ଜଷ୍ଟିସ ବିଶ୍ୱନାଥନ କହିଛନ୍ତି, “ଫୋନ ହେଉଛି ବ୍ୟକ୍ତିଗତ କଥା। ଲୋକମାନେ ସବୁ ବେଳେ ମେସେଜ ଡିଲିଟ କରନ୍ତି। ମୋର ମଧ୍ୟ ଗ୍ରୁପ ମେସେଜ ଡିଲିଟ କରିବାର ଅଭ୍ୟାସ ରହିଛି। ସ୍କୁଲ ଓ କଲେଜ ଗ୍ରୁପରେ ଅନେକ ମେସେଜ ପୋଷ୍ଟ କରନ୍ତି। ଏହା ଏକ ସ୍ୱଭାବିକ ପ୍ରକ୍ରିୟା। କୋର୍ଟ ରୁମରେ ଥିବା ଯେକୌଣସି ଲୋକ ସମାନ କଥା କରୁଥିବେ।

ଫୋନ ଫର୍ମାଟିଂକୁ କେବେ ହେଲେ କୋର୍ଟରେ ଯୁକ୍ତି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଏହା କୌଣସି ଅପରାଧିକ ଦିଗକୁ ଇଙ୍ଗିତ କରୁନାହିଁ। ଅପରାଧକୁ ପ୍ରମାଣ କରିବା ପାଇଁ ଆପଣଙ୍କ ପାଖରେ କିଛି ସ୍ୱାଧୀନ ଓ ନିରପେକ୍ଷ ତଥ୍ୟ ରହିଛି କି?”

କୋର୍ଟ ସିବିଆଇ ଓ ଇଡିକୁ ସମଲୋଚନା ଏବଂ ପ୍ରଶ୍ନବାଣରେ ଘାଇଲା କରିବା ପରେ କୋର୍ଟ କେ କବିତାଙ୍କୁ ଜାମିନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story