Advertisment

ଆଇନ ମନ୍ତ୍ରଣାଳୟରୁ ହଟିବା ପରେ କ’ଣ କହିଲେ କିରଣ ରିଜିଜୁ

ଭୂ-ବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରିଜିଜୁ କହିଛନ୍ତି, “ଏପରି ବଦଳି କୌଣସି ପ୍ରକାରର ଦଣ୍ଡ ନୁହେଁ। ଏହା ସରକାରଙ୍କ ଯୋଜନା। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି। ଆଜି ରାଜନୀତିକ କଥାବାର୍ତ୍ତା କରିବାର ଦିନ ନୁହେଁ।’’

Kiren Rijiju

Kiren Rijiju

Advertisment

ହଠାତ୍‌ ଆଇନ ମନ୍ତ୍ରୀ ପଦ ହରାଇଥିବା କିରଣ ରିଜିଜୁ ଆଜି ଭୂ-ବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ କାହିଁକି ତାଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ ପଦରୁ ହଟାଗଲା, ସେ ବିଷୟରେ ମତ ରଖିଛନ୍ତି। ସେ ଏପରି ହଠାତ୍‌ ବଦଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଏହା କୌଣସି ପ୍ରକାରର ଦଣ୍ଡ ନୁହେଁ ବୋଲି କହିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚାଲିଥିବା ତିକ୍ତତା ପ୍ରସଙ୍ଗରେ କୌଣସି ପ୍ରକାରର ମତ ଦେବାକୁ ରିଜିଜୁ ମନା କରିଦେଇଛନ୍ତି।

Advertisment

ଭୂ-ବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରିଜିଜୁ କହିଛନ୍ତି, “ଏପରି ବଦଳି କୌଣସି ପ୍ରକାରର ଦଣ୍ଡ ନୁହେଁ। ଏହା ସରକାରଙ୍କ ଯୋଜନା। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି। ଆଜି ରାଜନୀତିକ କଥାବାର୍ତ୍ତା କରିବାର ଦିନ ନୁହେଁ।’’

ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ କରିଣ ରିଜିଜୁ ୨୦୨୧ ଜୁଲାଇ ୭ରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ହୋଇଥିଲେ। କିନ୍ତୁ ଗତକାଲି ତାଙ୍କୁ ହଠାତ୍‌ ଆଇନ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ଆସନ୍ତାବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି।

Advertisment

ଗତ କିଛି ମାସ ଧରି ନ୍ୟାୟପାଳିକା ବିରୋଧରେ ଟିପ୍ପଣୀ ଦେଇ ଚର୍ଚ୍ଚାରେ ରହି ଆସୁଥିଲେ କିରଣ ରିଜିଜୁ । ସେ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଏପରି କି ଏଥିରେ ଦୋଷ ଦୁର୍ବଳତା ଥିବା କଥା ବଖାଣିଥିଲେ। ଅବସରପ୍ରାପ୍ତ ବିଚାରପତି, ଆଇନଜୀବୀ ଓ ରାଜନୀତିକ ଦଳର ନେତାମାନେ ଏନଜେଏସି ସପକ୍ଷରେ ରହିଥିବା କହିଥିଲେ।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ କିରଣ ରିଜିଜୁ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଥିଲେ। ବିଚାରପତି ନିଯୁକ୍ତିରେ କେନ୍ଦ୍ର ସରକାରଙ୍କ ଭୂମିକା ରହିବା ଦରକାର ବୋଲି କହି ସେ ବିବାଦ ଘେରକୁ ଆସିଥିଲେ। 

Kiren Rijiju
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe