ମହାକୁମ୍ଭ ମେଳାରେ ଦଳାଚକଟା: ଭିଆଇପି ସଂସ୍କୃତି ପାଇଁ ଘଟିଲା କି ଅଘଟଣ?

ମହାକୁମ୍ଭ ମେଳା ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରିୟଜନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ହେଲେ ଘଟଣାରେ କେତେ ଜଣ ପ୍ରକୃତରେ ପ୍ରାଣ ହରାଇଛନ୍ତି, ତା’ର ତଥ୍ୟ ୧୨ ଘଣ୍ଟା ପରେ ମଧ୍ୟ ପ୍ରକାଶ ପାଇନାହିଁ।

Kumbha

ଦଳାଚକଟା ପରର ଦୃଶ୍ୟ

Hemant Lenka
  • Published: Wednesday, 29 January 2025
  • Updated: 29 January 2025, 03:29 PM IST

Sports

Latest News

ଗଦା ଗଦା କପଡ଼ା, ଚପଲ, ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ସବୁ ଛିନଛତ୍ର ହୋଇପଡ଼ି ରହିଛି। ନିଜର ପ୍ରିୟଜନଙ୍କୁ କିଛି ଶ୍ରଦ୍ଧାଳୁ ଖୋଜିବାରେ ଲାଗିଛନ୍ତି। ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ଏପରି ସ୍ଥିତି ଦେଖିବାକୁ ମିଳିଛି।

କାରଣ ଅମୃତ ସ୍ନାନ ପୂର୍ବରୁ ଜାନୁଆରୀ ୨୯ରେ ସଙ୍ଗମ ଘାଟ ଓ ନିମ୍ନ ସଙ୍ଗମ ରାସ୍ତାରେ ହୋଇଛି ଦଳାଚକଟା। ରାତି ୧.୩୦ରୁ ୩.୩୦ ମଧ୍ୟରେ ଦଳାଚକଟା ଘଟିବାରୁ ଅନେକ ମୃତାହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରାୟ ୧୦ ଜଣ ଦଳାଚକଟାରେ ପ୍ରାଣ ହରାଇଥିବା କୁହାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

ତେବେ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ମହା କୁମ୍ଭ ମେଳରେ ଘଟିଥିବା ଦଳାଚକଟାରେ କେତେ ଲୋକ ମୃତାହତ ହୋଇଛନ୍ତି, ତା’ର ସରକାରୀ ଭାବେ ପ୍ରକାଶ ପାଇନି। ଅଧିକାରୀଙ୍କୁ ତଥ୍ୟ ମଗାଗଲେ ସେମାନେ କେବଳ ନୀରବତା ଅବଲମ୍ବନ କରୁଛନ୍ତି।

Also Read

ଏହି ଦଳାଚକଟା ପାଇଁ ଦାୟୀ କିଏ? କ’ଣ ପାଇଁ ଏତେ ବଡ଼ ଘଟଣା ଘଟିଲା? ମୌନି ଅମାବାସ୍ୟାରରେ ପ୍ରାୟ ୧୦ କୋଟି ଲୋକ ଅମୃତ ସ୍ନାନ କରିବେ ବୋଲି ପ୍ରଶାସନ ଆକଳନ କରିଥିଲା। ସେହିପରି ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହା କୁମ୍ଭରେ ୧୨ କୋଟି ଲୋକ ବୁଡ଼ ପକାଇ ସାରିଥିବା ବେଳେ କୌଣସି ଅଘଟଣ ଘଟି ନଥିବାରୁ ପ୍ରଶାସନ ସବୁ ଶ୍ରେୟ ନେବାକୁ ଚାହିଁଥିଲା। ହେଲେ ଜାନୁଆରୀ ୨୯ ଦଳାଚକଟା ଘଟଣା ପ୍ରଶାସନିକ ବିଫଳତାକୁ ପଦାରେ ପକାଇ ଦେଇଛି।

Kumbhaଘଟଣାସ୍ଥଳର ଦୃଶ୍ୟ

ତଥାପି ପ୍ରଶାସନ ନିଜ ମୁଣ୍ଡକୁ ଦୋଷ ନେବାକୁ ନାରାଜା। କୁମ୍ଭ ମେଳା ଆୟୋଜକ କମିଟି ଓ ସ୍ୱରୂପ ରାଣୀ ସରକାରୀ ହସ୍ପିଟାଲର ସୂଚନା ଅନୁଯାୟୀ, ଅନେକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ହେଲେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆକଳନଠାରୁ ଅଧିକ ଶ୍ରଦ୍ଧାଳୁ ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ତେବେ ଶାହି ସ୍ନାନ ବା ଅମୃତ ସ୍ନାନ କିଛି ସମୟ ପାଇଁ ସ୍ଥଗିତ ରହିବା ପରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ସ୍ନାନ ଆରମ୍ଭ ହୋଇଛି।

ବିପର୍ଯ୍ୟୟ ଘଟିବାର ଆଶଙ୍କା ଥିଲା

ପୁଲିସ୍‌ ଓ କୁମ୍ଭ ପ୍ରଶାସନ ୨୮ଟି ପୋଣ୍ଟୁନ ବ୍ରିଜ ବା ଭାସମାନ ପୋଲକୁ ଭିଆଇପିମାନଙ୍କ ପାଇଁ ବ୍ଲକ କରିବା ପରେ ମହାକୁମ୍ଭ ମେଳାରେ ଭିଡ଼ ଓ ଦଳାଚକଟାର ଆଶଙ୍କା ସୃଷ୍ଟି ହୋଇଥିଲା। ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୋଟ ଓ ଗଳି ରାସ୍ତାରେ ବୁଡ଼ ପକାଇବାକୁ ଯାଇଥିଲେ। ମଧ୍ୟାହ୍ନ ଯାଏ ଗୋଟିଏ ବୋଣ୍ଟୁନ୍‌ ବ୍ରିଜ ଖୋଲା ରହିବ ବୋଲି ଘୋଷଣା କରାଯିବାରୁ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଯଥାଶୀଘ୍ର ସେହି ବାଟରେ ଗଙ୍ଗା ଅତିକ୍ରମ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ ବୋଲି ଜଣାପଡ଼ିଛି। 

ଜାନୁଆରୀ ୨୮ରେ ହିଁ ସଙ୍ଗମ ଘାଟରେ ଦଳଚକଟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପାଇଥିଲା। କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ବଳପ୍ରୟୋଗ କରିଥିଲା। ତେଣୁ ଲୋକମାନେ ପୁଲିସ୍‌ ଠାରୁ ବର୍ତ୍ତିବାକୁ ଠେଲାପେଲା ହୋଇଥିଲେ। କିନ୍ତୁ ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟି ନଥିଲା।  

ଅଘଟଣ ସନ୍ଧ୍ୟାରେ ଟଳିଥିଲେ ହେଁ ବିପର୍ଯ୍ୟୟ ରାତି ସମୟରେ ଆସିଥିଲା। ଗଙ୍ଗା ଘାଟରେ ସୂର୍ଯ୍ୟ ଅସ୍ତ ହେଉଥିବା ବେଳେ ଲାଉଡ ସ୍ପିକରରେ ଘୋଷଣା କରାଯାଇଥିଲା ଯେ ମୌନି ଅମାବାସ୍ୟା ତିଥି ଆରମ୍ଭ ହୋଇଗଲା। ବାସ୍‌ ଏହା ଶୁଣି ଶ୍ରଦ୍ଧାଳୁମାନେ ଗଙ୍ଗା, ଯମୁନା ଓ ସରସ୍ୱତୀର ମିଶ୍ରଣ ହୋଇଥିବା ସଙ୍ଗମ ଆଡ଼କୁ ଦୌଡ଼ି ଥିଲେ। ଅଧିକାଂଶ ଶ୍ରଦ୍ଧାଳୁ ଜାଣିଥିଲେ ଯେ ଅମୃତ ସ୍ନାନର ମୁହୂର୍ତ୍ତ ଭୋର ସମୟରେ ଆସିବ। ଏହା ଭାବି ହଜାର ହଜାର ଶ୍ରଦ୍ଧାଳୁ ଘାଟ ନିକଟରେ ହିଁ ଶୋଇ ପଡ଼ିଥିଲେ। ସେମାନେ ଏଠାରେ ରହି ଭୋରରୁ ବେଶ ସହଜରେ ଅମୃତ ସ୍ନାନ କରିବେ ବୋଲି ଆଶା ରଖିଥିଲେ।

କିନ୍ତୁ ରାତି ପ୍ରାୟ ୧.୩୦ ବେଳେ ନୂଆ ଶ୍ରଦ୍ଧାଳୁଙ୍କ ଲହର ନଦୀ ମୁହାଁ ହୋଇଥିଲା। ଏହାକୁ ନଦୀ ଆଡ଼କୁ ଯାଇଥିବା ଗୋଟିଏ ଛୋଟ ରାସ୍ତାରେ ପୁଲିସ୍‌ ବଳପୂର୍ବକ ଅଟାଇବାକୁ ଉଦ୍ୟମ କରିଥିଲା। ୨୮ ଭାସମାନ ପୋଲ ଓ ଅନେକ ରାସ୍ତା ଭିଆଇପିଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଛୋଟ ଗଳିରେ ସାଧାରଣ ଶ୍ରଦ୍ଧାଳୁ ଅମୃତ ସ୍ନାନ ପାଇଁ ଯିବାକୁ ଉଦ୍ୟମ କରିଥିଲେ। ଯଦି ସବୁ ରାସ୍ତା ଖୋଲା ରହିଥାଆନ୍ତା, ତା’ହେଲେ ସମ୍ଭବତଃ ଭିଡ଼ ଜଣାପଡ଼ି ନଥାଆନ୍ତା। ସଙ୍ଗମ ସ୍ଥଳକୁ କାହିଁକି ଗୋଟିଏ ରାସ୍ତା ଖୋଲା ରହିଥିଲା, ତା’ର କାରଣ କେହି ବି କହୁ ନାହାନ୍ତି। ରାସ୍ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ଶ୍ରଦ୍ଧାଳୁମାନେ ଗୋଟିଏ ରାସ୍ତାରେ ଫସି ଯାଇଥିଲେ।

ପ୍ରବଳ ଭିଡ଼ ଜମିବାରୁ ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ସେମାନେ ଚିତ୍କାର ବି କରିଥିଲେ। ପୂର୍ବରୁ ଘାଟ ନିକଟରେ ଶୋଇଥିବା ଲୋକମାନେ ଭିଡ଼କୁ ଦେଖି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। କିଛି ଲୋକ ନିକଟସ୍ଥ ଖମ୍ବ ଉପରେ ଚଢ଼ିବାକୁ ଚେଷ୍ଟା କରିବାରୁ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଥିଲା।

Kumbhaଶ୍ରଦ୍ଧାଳୁଙ୍କ ଭିଡ଼

ପରିଚାଳନାରେ ତ୍ରୁଟି

ଘଟଣା ସ୍ଥଳରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ଭୟଙ୍କର ଦଳଚକଟା ପାଇଁ ସରକାର ଓ ପ୍ରଶାସନର ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି। ସେମାନଙ୍କ କହିବା କଥା ଯେ ଭିଆଇପି ସଂସ୍କୃତିକୁ ଏଡ଼ଇଥିଲେ ଦଳାଚକଟରାକୁ ଏଡ଼ା ଯାଇପାରି ଥାଆନ୍ତା।

ତିନି ଦିନ ହେଲା ତ୍ରିବେଣୀ ସଙ୍ଗମକୁ ଯିବାକୁ ଚେଷ୍ଟା କରୁଥିବା ହରିୟାଣାର କିଛି ଯୁବ ଶ୍ରଦ୍ଧାଳୁ ନିଜର ହତାଶା ଭାବ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଆମେ ବେଶ କିଛି ଦିନ ହେଲା ସ୍ନାନ କରିବାକୁ ପବିତ୍ର ସ୍ଥାନ ଖୋଜୁଥିଲୁ। ଏବେ ଆମେ ସେଠାରେ ପହଞ୍ଚିବା ପୂର୍ବରୁ ବିପର୍ଯ୍ୟୟ ଘଟିଛି। ଆମେ ଏବେ ଘରକୁ ଯାଉଛୁ। ଏହା ଏକ ଖରାପ ସଙ୍କେତ।”

ମହାରାଷ୍ଟ୍ରର ଜଣେ ମହିଳା ଦାବି କରିଛନ୍ତି ଯେ ପ୍ରଶାସନ ଜାଣିଶୁଣି ଲୋକମାନଙ୍କୁ ଏପରି ସ୍ଥିତିକୁ ଠେଲି ଦେଇଛି। ସେମାନେ ଚାହୁଁଥିଲେ ଯେ ଏଆଇ କ୍ୟାମେରା ଏହି ଭିଡକୁ କ୍ୟାପଚର କରୁ। ଏହାଦ୍ୱାରା ସେମାନେ ୪୪ କୋଟି ଲୋକ ଓ ମୌନି ଅମାବାସ୍ୟାରେ ୧୦ କୋଟି ଲୋକ ହୋଇଥିଲେ ବୋଲି ମିଥ୍ୟା ତଥ୍ୟ ଦେଇପାରିବେ। କିନ୍ତୁ ଏହାର ମୂଲ୍ୟ କ’ଣ?”

ସଙ୍ଗମ ଅଞ୍ଚଳ ସିଲ୍‌

ଦଳାଚକଟା ଘଟଣା ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସେମାନଙ୍କ ନିକଟସ୍ଥ ଘାଟରେ ବୁଡ଼ ପକାଇବାକୁ କୁହାଯାଇଛି। ସଙ୍ଗମ ଅଞ୍ଚଳକୁ ସିଲକୁ କରି ଦିଆଯାଇଛି। ରିପୋର୍ଟ ଅନୁସାରେ ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବା ପରେ ଶାହି ସ୍ନାନ ବା ଅମୃତ ସ୍ନାନକୁ ଅନୁମତି ମିଳିବ। ଏସବୁ ଭିତରେ ଅଗ୍ନି ଆଖଡ଼ା ନୀତିକାନ୍ତି ସ୍ନାନର ପ୍ରସ୍ତୁତି ଆରମ୍ଭ କରିଛି ଓ ମେଳାକୁ ଯାଇଥିବା ଟ୍ରାଫିକୁ ଡାଇଭର୍ଟ କରାଯାଇଛି। ନୂଆ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।

Kumbhaଦଳାଚକଟା

କ’ଣ କରିବାର ଅଛି?

ମହା କୁମ୍ଭ ମେଳାରେ ଭିଆଇପିଙ୍କ ଫଟୋ ଶୁଟ, ପ୍ରଚାର ଓ ବିଦେଶୀ ବ୍ୟକ୍ତିବିଶେଷଙ୍କ ଉପରେ ଫୋକସ କରାଯାଇଛି। ସାଧାରଣ ଶ୍ରଦ୍ଧାଳୁଙ୍କୁ ସତେ ଯେମିତି ସମସ୍ତେ ଭୁଲି ଯାଇଛନ୍ତି। ପର୍ଯ୍ୟଟନର ବିକାଶ ସ୍ୱାଗତଯୋଗ୍ୟ। କିନ୍ତୁ ଆସ୍ଥାକୁ ଯେତେବେଳେ ଗୋଟିଏ ମାର୍କେଟିଂ ସୁଯୋଗ ଭାବେ ବ୍ୟବହାର କରାଯାଏ ସେତେବେଳେ ବିପର୍ଯ୍ୟୟ ଆସିବା ନିଶ୍ଚିତ। ପ୍ରଶାସନିକ ବିଫଳତା ଯୋଗୁ ଏପରି ଘଟିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ମହାକୁମ୍ଭ ମେଳା ପ୍ରତି ୧୪୪ ବର୍ଷରେ ଥରେ ଆସେ। ଶାହି ସ୍ନାନ ବା ଅମୃତ ସ୍ନାନ ଅତ୍ୟନ୍ତ ବିରଳ ଓ ପବିତ୍ର। ତେଣୁ ଏଥପାଇଁ ପ୍ରଶାସନ ସେହି ଅନୁସାରେ ପଦକ୍ଷେପ ନେବାର ଥିଲା।

ସରକାର ଏବେ ମୃତ୍ୟୁ ସଂଖ୍ୟା ଓ ମୃତକଙ୍କ ପରିଚୟ ସାର୍ବଜନୀନ କରିବା ସହିତ ପ୍ରମୁଖ ଅଧିକାରୀଙ୍କ ଭୂମିକାକୁ ଭଲ ଭାବେ ଯାଞ୍ଚ କରି ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ସେହିପରି ମୃତଙ୍କ ପାଇଁ ଆର୍ଥିକ କ୍ଷତିପୂରଣ ଘୋଷଣା ହେବା ମଧ୍ୟ ଆବଶ୍ୟକ। 

କ’ଣ କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ?

ଆଖଡ଼ା ମାର୍ଗରେ ଥିବା ବ୍ୟାରିକେଡ ଉପରେ କିଛି ଶ୍ରଦ୍ଧାଳୁ ଚଢ଼ି ଯିବାରୁ ରାତି ୧ଟାରୁ ୨ଟା ମଧ୍ୟରେ ଦଳା ଚକଟା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଅମୃତ ସ୍ନାନ ପାଇଁ ଆଖଡ଼ା ମାର୍ଗର ବ୍ୟବସ୍ଥା କରାଯାଇଥିଲା। କିଛି ଶ୍ରଦ୍ଧାଳୁ ଏଠାରେ ଥିବା ବ୍ୟାରିକେଡରେ ଚଢ଼ି ଯିବାରୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି ଓ ସେଠାରେ ଚିକିତ୍ସା ଆରମ୍ଭ କରାଯାଇଛି। ପ୍ରୟାଗରାଜରେ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। କିନ୍ତୁ ଭିଡ଼ ଏବେ ବି ଲାଗି ରହିଛି। ଶ୍ରଦ୍ଧାଳୁମାନେ ନିଜ ନିଜର ନିକଟସ୍ଥ ଗଙ୍ଗା ଘାଟରେ ବୁଡ଼ ପକାନ୍ତୁ। ସଙ୍ଗମରେ ପହଞ୍ଚିବାକୁ ସେମାନେ ଚେଷ୍ଟା କରନ୍ତୁ ନାହିଁ। ଏଥିସହ କୌଣସି ଗୁଜବରେ ବିଶ୍ୱାସ ନ କରନ୍ତୁ। ଘଟଣା ବେଳେ ସକାଳୁ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ସହ କଥା ହୋଇଥିବା ସେ କହିଛନ୍ତି।

ଭିଆଇପି ସଂସ୍କୃତିକୁ ଦାୟୀ କଲା କଂଗ୍ରେସ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଘଟାଣାରେ ଶୋକ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଦୁର୍ବଳ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଦୁର୍ବଳ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ବଦଳରେ ଭିଆଇପିଙ୍କୁ ଗୁରୁତ୍ୱ ଦେବାରୁ ଏପରି ଭୟଙ୍କର ଘଟଣା ଘଟିଛି। ଭିଆଇପି ସଂସ୍କୃତି ଉପରେ ରୋକ ଲଗାଯାଉ। ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ନତ ଧରଣର ବ୍ୟବସ୍ଥା କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story